ଛାତ୍ରୀଙ୍କୁ କମେଣ୍ଟ କରି ଜଣେ ଗିରଫ

ଦାରିଙ୍ଗବାଡ଼ି,୧୭।୯(ଡି.ଏନ.ଏ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ କରିିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ପର୍ତ୍ତମାହା ପଞ୍ଚାୟତ କିଡ୍ରାମାଲା ଗ୍ରାମର କରନ ଦିଗାଲ୍‌। ଘଟଣାଟି ଗତ କିଛିଦିନ ତଳେ ଘଟିଥିଲେ ମଧ୍ୟ ଏହାକୁ ଗଁା ଏବଂ ପରେ ପଞ୍ଚାୟତରେ ସମାଧାନ କରାଯିବାକୁ ଉଦ୍ୟମ ହୋଇଥିଲା। ସମାଧାନ ପରିବର୍ତ୍ତେ କମେଣ୍ଟ ମାରିଥିବା ବ୍ୟକ୍ତି ଛାତ୍ରୀଙ୍କ ପରିବାରକୁ ଧମକ ଦେଇଥିଲେ। ଏନେଇ ସୋମବାର ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୯୨/୧୯ରେ ମାମଲା ରୁଜୁକରି କରନଙ୍କୁ ଗିରଫ କରିଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି। କରନ ବିବାହିତ ଓ ତାଙ୍କର ୩ ସନ୍ତାନ ଅଛନ୍ତି। ସୂଚନାଯୋଗ୍ୟ, ଗ୍ରାମର ମହିଳା, ଯୁବତୀମାନଙ୍କୁ ବାରମ୍ବାର କରନ ଏପରି ହଇରାଣ କରୁଥିବା ଗ୍ରାମବାସୀ ପୋଲିସ ନିକଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଦିନ ଛୁଟିରେ ଥିଲେ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ, କାର୍ଯ୍ୟରେ ଯୋଗଦେବାର ଦିନକ ପରେ ମିଳିଲା ଝୁଲନ୍ତା ମୃତଦେହ

ଫୁଲବାଣୀ,୨।୩(ରାକେଶ କୁମାର ରାଉତ): ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ନଦୀଖଣ୍ଡି ସାହିସ୍ଥିତ ସରକାରୀ ବାସଭବନରୁ ମିଳିଛି।...

ଜମିରେ ପଚୁଛି ଷ୍ଟ୍ରବେରୀ

ଦାରିଙ୍ଗବାଡି,୨୯ା୨(ଅରୁଣ ସାହୁ)ଦାରିଙ୍ଗବାଡି ପ୍ରଥମେ ଜୈବିକ ପଦ୍ଧତିରେ କଫି ଚାଷ କରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ସେହି କ୍ରମରେ ଗତ ୨୦୨୨-୨୩ ଆର୍ଥିକ ବର୍ଷ...

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବାଲିଗୁଡା,୨୬।୨(ସଞ୍ଜୟ କୁମାର ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ବାଲିଗୁଡ଼ା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ...

ସ୍ତ୍ରୀଙ୍କ କାଠଫାଳିଆ ମାଡ଼ରେ ସ୍ବାମୀଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୨୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସିନ୍ଦୂରକୁ ନିଜେ ପୋଛିଛନ୍ତି ସ୍ତ୍ରୀ। ସ୍ବାମୀଙ୍କ ନିର୍ଯାତନା...

ଏନ୍‌ଏସି ମାନ୍ୟତା ପାଇଲା ରାଇକିଆ

ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍‌ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍‌ଏସି...

କୁଟଲାରୀରେ ସପ୍ତାହେ ହେଲା ମିଳୁ ନ ଥିଲା ପାଣି, ଖବର ପ୍ରକାଶ ପରେ ତତ୍ପରତା ଦେଖାଇଲେ ପ୍ରଶାସନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୨(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟୁଲାରୀଗାଁରେ ଗତ ଏକ ସପ୍ତାହ ହେଲା ପିଇବା ପାଣିର ସମସ୍ୟା...

ଭାଜପା ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ ଲୋକ

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଗାଣ୍ଡାକିଆ ଗ୍ରାମରେ ବିଜେଡିର ଏକ ମହାମିଶ୍ରଣ ପର୍ବ ବୁଧବାର...

ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ସଂଯୋଗୀକରଣ: ୬ କୋଟି ଅନୁଦାନରେ ବିଜୁ ସେତୁ ଭିତ୍ତିପ୍ରସ୍ତର ସ୍ଥାପନ

ଦାରିଙ୍ଗବାଡ଼ି,୨୦।୨(ଅରୁଣ ସାହୁ ): ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଦୁର୍ଗମ ଗ୍ରାମ ଗବାଟବାଡ଼ିକୁ ରାସ୍ତା ନ ଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri