ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ମହାବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀଙ୍କ ମାମୁ ଏ ନେଇ ରାଜ୍ୟ ବାଳିକା ସୁରକ୍ଷା ସମିତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସ୍‌ଇ) ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କଠାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଉକ୍ତ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଗତ ୨୨ ତାରିଖରେ ତାଙ୍କ ଭାଣିଜୀଙ୍କୁ କ୍ଲାସ୍‌ରୁମ୍‌ ଭିତରେ ମାନସିକ ନିର୍ଯାତନା ଦେଇଥିଲେ। ସେହିଦିନଠାରୁ ୪ଦିନ ହେଲା ତାଙ୍କ ଭାଣିଜୀ ଗୁମସୁମ୍‌ ହୋଇ ରହୁଛନ୍ତି। ବିଭିନ୍ନ ସମୟରେ ଉକ୍ତ ଅଧ୍ୟାପକ ଜଣକ ଛାତ୍ରୀମାନଙ୍କୁ ଅଶ୍ଲୀଳ ବ୍ୟବହାର ମଧ୍ୟ କରନ୍ତି। ଘଟଣାକୁ ନେଇ କଲେଜରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।
କିଛିଦିନ ତଳେ ୨ଜଣ ଅଧ୍ୟାପକ ଭିନ୍ନ ଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଛାତ୍ରୀ ଦ୍ୱୟ ଘରେ ଜଣାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। କେତେଜଣ ଛାତ୍ରୀ ଗତ ୨୨ ତାରିଖରେ କଲେଜ ଅଧ୍ୟକ୍ଷାଙ୍କୁ ଭେଟି ସେମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ରଖିଥିଲେ। ସେହିପରି ଅନ୍ୟ ଏକ ଛାତ୍ରୀ ଗୋଷ୍ଠୀ ୨୫ ତାରିଖରେ ଅନ୍ୟ ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଦୁଇ ଅଭିଯୋଗକୁ ଗୁରୁତ୍ୱ ଦେଇ ଅଧ୍ୟକ୍ଷା ଘଟଣା ସମ୍ପର୍କରେ କଲେଜ ପରିଚାଳନା ପରିଷଦର ସଭାପତିଙ୍କୁ ଜଣାଇଥିଲେ। ହେଲେ ସୁଫଳ ନ ମିଳିବାରୁ ଛାତ୍ରୀମାନେ ଶୁକ୍ରବାର ସକାଳ ୧୦ଟାରେ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏ ନେଇ ମୋହନ ମହିଳା କଲେଜ ଅଧ୍ୟକ୍ଷା ଝରଣା ସାହୁ କୁହନ୍ତି, ଦୁଇଗୋଷ୍ଠୀ ଛାତ୍ରୀ ଆସି ଦୁଇଜଣ ଅଧ୍ୟାପକଙ୍କ ନଁାରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଆଣ୍ଟି ହାରାସମେଣ୍ଟ ସେଲ୍‌ ଓ ରାଗିଂ ସେଲ୍‌ କମିଟିକୁ ଦିଆଯାଇଛି। ଗୋଟିଏ ଗୋଷ୍ଠୀ ୨୨ ତାରିଖ ଓ ଅନ୍ୟ ଗୋଷ୍ଠୀ ୨୫ ତାରିଖରେ ଅଭିଯୋଗ କରିଥିଲେ। ୨ଜଣ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସିଥିବାରୁ ଘଟଣା ସମ୍ପର୍କରେ ପରିଚାଳନା ପରିଷଦର ସଭାପତିଙ୍କୁ ଅବଗତ କରାଯାଇଛି। ଦୁଇ ପୃଥକ୍‌ ଟ୍ୟୁଶନର ଛାତ୍ରୀଙ୍କ ମଧ୍ୟରେ ଗ୍ରୁପିଜିମ୍‌ ହୋଇ କଲେଜରେ ଗଣ୍ଡଗୋଳ ଆରମ୍ଭ ହୋଇଛି। କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଗୋଟିଏ ଗୋଷ୍ଠୀର ଛାତ୍ରୀ ଧାରଣା ଦେଇଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ସୁଫଳ ମିଳିଲାନି। ଛାତ୍ରୀ ଅଶାନ୍ତି ବଢ଼ୁଥିବାରୁ କଲେଜ ପାଠପଢ଼ାକୁ ବାତିଲ କରିବାକୁ ସଭାପତି କହିସାରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri