ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ :ମୃତଦେହ ରଖିବାକୁ ନୂଆ ଫ୍ରିଜର, ଜେନେରେଟର ପ୍ରସ୍ତାବ

ଛତ୍ରପୁର,୨୪ା୯(ଡି.ଏନ.ଏ) -ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ସୋମବାର ସନ୍ଧ୍ୟାରେ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଛତ୍ରପୁର ହସ୍ପିଟାଲରେ ଚାଲିଥିବା ବିଭିନ୍ନ କୋଠା ନିର୍ମାଣ କାମ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଓ ସମସ୍ୟା ଉପରେ ବିସୃତ ଭାବେ ଆଲୋଚନା ହୋଇଥିଲା। ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌ ଧଞ୍ଜଜୟ ରେଡ୍ଡୀ, ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସୁପରିଟେଣ୍ଡଣ୍ଟ ଡା. କାହ୍ନୁ ଚରଣ ପାତ୍ର, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଏନ୍‌ଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଲିଲନ ପ୍ରସାଦ ସାହୁ, ଗ୍ରାମ୍ୟ ଜଳ ଯେଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମଳୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ହସ୍ପିଟାଲକୁ ଏଠାରୁ ଜଣେ ଫାର୍ମାସିଷ୍ଟଙ୍କୁ ଡେପୁଟେସନରେ ପଠାଯାଇଛି। ଏଥିଲାଗି ଏଠାରେ ନିରାମୟ ଯୋଜନାରେ ଚାଲିଥିବା ଓଷଧ ବିତରଣ କେନ୍ଦ୍ରର ପରିଚାଳନାରେ ଅସୁବିଧା ହେଉଥିବା ସୁପରିଟେଣ୍ଡେଣ୍ଟ ଡା. ପାତ୍ର କହିଥିଲେ। ଏସମ୍ପର୍କରେ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଛି। ମାତ୍ର କୌଣସି ପଦକ୍ଷେପ ନିଆଯାଇନି। ଡାକ୍ତର ଓ ନର୍ସ ଅଭାବରୁ କାଜୁଆଲିଟିର ପରିଚାଳନାରେ ମଧ୍ୟ ଘୋର ଅସୁବିଧା ହେଉଛି। ହସ୍ପିଟାଲ ପରିସରରେ ଥିବା ଓମ୍‌ଫେଡ୍‌ ବୁଥର ଅବଧି ସରିଥିବାବେଳେ ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ସର୍ତ୍ତରଖି ଏକ୍ସଟେନସନ୍‌ କରାଯାଇଛି। ପାର୍କିଂ, ଗାର୍ଡେନ ଓ ସୌନ୍ଦର୍ଯ୍ୟକରଣ ଉପରେ ଆଲୋଚନା ହୋଇଥିଲା। ହସ୍ପିଟାଲ ପାଇଁ ଆଉ ୨ ଜଣ ଡାକ୍ତର ଓ ୪ ଜଣ ନର୍ସ ପୋଷ୍ଟିଂ ଦେଲେ ରୋଗୀ ସେବା ଆହୁରି ଭଲ ହୋଇପାରିବ ବୋଲି ଡା. ଜେ ଏମ୍‌. ବେବର୍ତ୍ତା କହିଥିଲେ। କ୍ୱାର୍ଟରରେ ରହି ଛତ୍ରପୁର ହସ୍ପିଟାଲର ଜଣେ ଡାକ୍ତର ଘରୋଇ ଚିକିତ୍ସା କରୁଥିବା ବ୍ଲକ ଅଧ୍ୟକ୍ଷ ରେଡ୍ଡୀ ବୈଠକରେ କହିଥିଲେ। ଏହା ଉପରେ ପଦକ୍ଷେପ ନେବାକୁ ସେ ସୁପରିଟେଣ୍ଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ରାତିରେ ଆମ୍ବୁଲାନ୍ସ ଚାଳକଙ୍କ ଘରେ ରହୁଛି। ଏଥିସହ ଚାଳକ ମଧ୍ୟ ହସ୍ପିଟାଲରେ ରହୁ ନ ଥିବା ବୈଠକରେ ଆଲୋଚନା ହୋଇଥିଲା। ହସ୍ପିଟାଲରେ ମୃତଦେହ ରଖିବାକୁ ଥିବା ଫ୍ରିଜର ଖରାପ ଅଛି। ନୂଆ ଫ୍ରିଜର ୟୁଥ ମାସ ସେବା ସଂଘ ପକ୍ଷରୁ ଦିଆଯିବ ବୋଲି ସମ୍ପାଦକ ସୟଦ ମୁକ୍ତାର କହିଥିଲେ। ଏହାକୁ ସମସ୍ତେ ସ୍ବାଗତ କରିଥିଲେ। ହସ୍ପିଟାଲର ଥିବା ଗୋଟିଏ ଜେନେରେଟର ଖରାପ ଅଛି। ନୂଆ ଜେନେଟର କିଣିବାକୁ ବୈଠକରେ ନିଷ୍ପତି ହୋଇଛି। ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ସଭ୍ୟ ବସନ୍ତ ମହାରଣା, ବିଜୟ କୃଷ୍ଣ ପଟ୍ଟନାୟକ, କୃପାସିନ୍ଧୁ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳଭିତ୍ତି: ରାଜଯୋଗୀ ଡଃ ଶକ୍ତିରାଜ

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭଞ୍ଜନଗର ଉପସେବା କେନ୍ଦ୍ର ଆନୁକୁଲ୍ୟରେ ୩ ଦିନ ବ୍ୟାପି ଚାଲିଥିବା ‘ସୁଦୃଢ ମନ ଉଜ୍ଜ୍ୱଳ ଭବିଷ୍ୟତ’ ପ୍ରସଙ୍ଗ ଭିତ୍ତିକ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

ତାରାତାରିଣୀ କଲେଜର ହେବ ଆଧୁନିକୀକରଣ, ଅଞ୍ଚଳରେ ଖୁସିର ଲହରୀ

ପୁରୁଷୋତ୍ତମପୁର,୫ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ପାଇଁ ଚଳିତ ବର୍ଷ ଏକ ଐତିହାସିକ ବର୍ଷ ପାଲଟିଛି । କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ ରୁଷା/ପିଏମ-ଉଷା ପ୍ରକଳ୍ପରେ…

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri