ଛତ୍ରପୁରର ବିଭିନ୍ନ ସମସ୍ୟା ସମାଧାନ ଚିନ୍ତା: ଏକାଠି ଆଲୋଚନା କଲେ ସମସ୍ତ ସଂଘ

ଛତ୍ରପୁର,୬।୭(ଡି.ଏନ.ଏ) -ଛତ୍ରପୁର ସହରର ବିଭିନ୍ନ ସମସ୍ୟା ଆଲୋଚନା କରିବା ଏବଂ ଏହାର ସମାଧାନ ପାଇଁ ଆଗାମୀ ଦିନରେ କିି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ଏଥିରେ ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡୀ ଅଧ୍ୟକ୍ଷତା କରିଥିଲୋ ବୈଠକରେ ଓକିଲ ସଂଘ ସମେତ ବ୍ୟବସାୟୀ ସଂଘ, ବସ ମାଲିକ ସଂଘ, ନାଗରିକ କମିଟି ଓ ପ୍ରେସ୍‌ କ୍ଲବର ପ୍ରତିନିଧିମାନେ ଯୋଗଦେଇଥିଲୋ ପ୍ରାରମ୍ଭରେ ଓକିଲ ସଂଘ ସଭାପତି ବିଭିନ୍ନ ସମସ୍ୟା ଉପସ୍ଥାପନ
କରିଥିଲେ ା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ବିଳମ୍ବ ହେଉଥିବା ସମ୍ପର୍କରେ ଆଲୋଚନା ହୋଇଥିଲାା ଉକ୍ତ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜମି ଓ ଅସ୍ଥାୟୀ କ୍ୟାମ୍ପସ ପାଇଁ ଅନସ୍ଲୋ କୋଠା ତୁରନ୍ତ ହସ୍ତାନ୍ତର କରିବା ଆବଶ୍ୟକ ବୋଲି ଓକିଲ ପ୍ରଦୀପ ପାଢୀ କହିଥିଲେ ା ଛତ୍ରପୁରର ବିକାଶ ସମ୍ପର୍କରେ ମାସକରେ ଗୋଟିଏ ଦିନ ସବୁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସଂଘର ପ୍ରତିନିଧିଙ୍କୁ ନେଇ ଜିଲାପାଳ ବୈଠକ କରିବା ଆବଶ୍ୟକ ଥିବା ଓକିଲ ବି. ଶ୍ରୀନିବାସ ପ୍ରସ୍ତାବ ଦେଇଥିଲେ ା କେନ୍ଦ୍ରୀୟ ବିଦ୍ୟାଳୟ ଓ ଉକ୍ତ ବୈଠକ କରିବା ସମ୍ପର୍କରେ ଶନିବାର ଜିଲାପାଳଙ୍କୁ ଭେଟି ଏକ ପ୍ରତିନିଧି ଦଳ ଆଲୋଚନା କରି ଦାବି ଜଣାଇବ ବୋଲି ସଂଘ ସଭାପତି ରେଡ୍ଡୀ ସୂଚନା ଦେଇଥିଲେ ା ଏଥିସହ ଅନ୍ୟ ସମସ୍ୟା ସମ୍ପର୍କରେ ମଧ୍ୟ ନିୟମିତ ଜିଲାପାଳ ଓ ଏସପିଙ୍କୁ ଭେଟି ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ା ସମସ୍ୟା ସମାଧାନ ନ ହେଲେ ସବୁ ସଂଘର ମିଳିତ ବୈଠକ ବସି ଆଗାମୀ ପଦକ୍ଷେପ ନିଆଯିବ। ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଫ୍ଲାଇଓଭର ଆବଶ୍ୟକ ଥିବା ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା ପ୍ରସଙ୍ଗ ଉଠାଇଥିଲେ ା ଛତ୍ରପୁର ସହର ପ୍ରତି ସବୁ ବେଳେ ଅବହେଳା କରାଯାଉଛି ଏବଂ ଏକ କମିଟି ଗଠନ କରି ପ୍ରଶାସନ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ପୂର୍ବତନ ଓକିଲ ସଂଘ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ପ୍ରସ୍ତାବ ଦେଇଥିଲେ ା ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଦେବା ଏବଂ ଟ୍ରେଡ୍‌ ଓ ହୋଲ୍ଡିଂ ଟିକସର ସଂଶୋଧନ କରିବା ସମ୍ପର୍କରେ ମହାଶକ୍ତି ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି ଦାବି କରିଥିଲେ ା ଛତ୍ରପୁର ହସ୍ପିଟାଲକୁ ହେଡକ୍ୱାର୍ଟର ହସ୍ପିଟାଲର ମାନ୍ୟତା ଦେବା ଆବଶ୍ୟକ ଥିବା ବଡବଜାର ବ୍ୟବସାୟୀ ସଂଘ ସଭାପତି ପ୍ରଫୁଲ୍ଲ ସେନାପତି କହିଥିଲେ ା ହାଟ ସ୍ଥାନାନ୍ତର, ମାଛ ଓ ପନିପରିବା ଦର ଉପରେ ନିୟନ୍ତ୍ରଣ, ଓପନ୍‌ ଜିମ୍‌ ପାଇଁ ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି. ରାଜୁ ବାବୁ ଦାବି କରିଥିଲୋ ବୈଠକରେ ଓକିଲ ସଂଘର ସମ୍ପାଦକ ଏସ୍‌ ଶ୍ୟାମ ସୁନ୍ଦର ରାଓ, ଉପସଭାପତି ସନ୍ତୋଷ ପଶୁପାଳକ, ନାଗରିକ କମିଟିର ସମ୍ପାଦକ ସୁଧୀର ସାହୁ, ଓକିଲ ରାମକୃଷ୍ଣ ଦାଶ, ପ୍ରଫୁଲ୍ଲ ପଟ୍ଟନାୟକ, ରିକାପଲ୍ଲୀ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ରାଜେନ୍ଦ୍ର ସେନାପତି, ରବୀନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା ମାସର ଶେଷ ସୋମବାର ଏହି କମିଟିର ବୈଠକ ଅନୁଷ୍ଠିତ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର...

ଭାଇ ସହ ମିଶି ସ୍ବାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ,ଶାଳକଙ୍କ ପରେ ଶ୍ୱଶୁର ଗିରଫ

ଜଗନ୍ନାଥପ୍ରସାଦ,୨୩ା୧୧(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧର ଗ୍ରାମରେ ନିଜ ଶ୍ୱଶୁର ଘରେ ବୁଧବାର ରାତିରେ ଟୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟୁଲୁଙ୍କ ସ୍ତ୍ରୀ...

ଦାରିଙ୍ଗବାଡି ଘାଟିରେ ଫସି ରହିଲା ପ୍ରବାସୀଙ୍କ ବସ୍‌ : ସାରା ରାତି ସମୟ କାଟିଲେ ଶ୍ରମିକ

ସୋରଡା,୨୪ା୫,(ଡି.ଏନ.ଏ.)-ତାମିଲନାଡୁର କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡିଆଙ୍କୁ ଧରି ବଲାଙ୍ଗୀର ଅଭିମୁଖେ ଆସୁଥିବା ଏକ ବସ୍‌ ଶନିବାର ରାତି ୧୦ଟାରେ ଗଞ୍ଜାମ ଜିଲା ସୀମାନ୍ତ ସୋରଡା-ଦାରିଙ୍ଗବାଡ଼ି...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି,୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ହନୁମାନ ମନ୍ଦିର ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ରବିବାର...

ଛାତ୍ରୀଙ୍କୁ ଆଡ୍‌ମିଟ୍‌ କାର୍ଡ ମିଳି ନ ଥିବା ପ୍ରସଙ୍ଗ: ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ବାପା

ଗଞ୍ଜାମ,୧୪।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷା ଆଉ ମାତ୍ର ୫ ଦିନ ଥିବା ବେଳେ ଗଞ୍ଜାମ ବ୍ଲକ ହୁମାଠାରେ ଥିବା ବୀରଭଦ୍ର ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ଡି....

ଚାଷୀ ସମାବେଶରେ ମନ୍ତ୍ରୀ, ବିଧାୟକ:  ଚାଷ ପ୍ରତି ଆଗ୍ରହ ରଖିଲେ ବିକାଶ ହେବ

ଛତ୍ରପୁର,୧୨ା୯(ଡି.ଏନ.ଏ.)-ଛତ୍ରପୁରସ୍ଥିତ ସଂସ୍କୃତି ଭବନଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୁଧବାର ଚାଷୀ ସମାବେଶ ଆୟୋଜନ ହୋଇଥିଲା। ଶ୍ରମିକ ନେତା ରାଜେନ୍ଦ୍ର ଦାଶ ସ୍ବାଗତ ସମ୍ଭାଷଣ ଦେଇଥିବା...

ଗଞ୍ଜାମରେ ଆଉ ଏକ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଛତ୍ରପୁର,୨୮।୬(ଡି.ଏନ.ଏ.): ଗଞ୍ଜାମ ଜିଲାରେ ରବିବାର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।...

ଜମି କରାଇଦେବା ନା’ରେ ଠକେଇ; ଆସନ୍ତା ୪ରେ କୋର୍ଟରେ ହାଜର ପାଇଁ ୬ ଜଣଙ୍କୁ ନୋଟିସ

ବ୍ରହ୍ମପୁର ଅଫିସ,୨୩ା୯-ଜମି କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିବା ନେଇ ଏସ୍‌ଡ଼ିଜେଏମ କୋର୍ଟରେ ଖଲି ଦାସ ଆବେଦନ କରିଥିଲେ। କୋର୍ଟ ପକ୍ଷରୁ ନଂ.୨୨୭/୧୯ରେ ଏକ ୱାନ...

Advertisement
Archives

Model This Week