ଛତୁଆ, ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଛତ୍ରପୁର,୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡଡୁମୁଳା ପଞ୍ଚାୟତ ଝଗଡ଼ାପଲ୍ଲୀ ଗାଁରେ ଶିଶୁଙ୍କ ଡ୍ରେସ, ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେମାନେ ଦିଗପହଣ୍ଡି ସିଡିପିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନି। ଏ ନେଇ ଗ୍ରାମବାସୀ ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଗତ ୨ ତାରିଖରେ ଶିଶୁଙ୍କ ପାଇଁ ଆସିଥିବା ଚାଉଳ ଅନ୍ୟ ଜଣଙ୍କୁ ବିକ୍ରି କରାଯାଉଥିଲା। ଏହା ଜାଣିପାରି ଗ୍ରାମବାସୀ ଉକ୍ତ ବ୍ୟକ୍ତଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଏହାର ଫଟୋ ଉଠାଇ ପ୍ରମାଣପତ୍ର ଦିଗପହଣ୍ଡି ସିଡିପିଓଙ୍କୁ ଦେଇ ଅବଗତ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିଲା। ତୁରନ୍ତ ଉକ୍ତ କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀ କହିଛନ୍ତି। ଏ ଘଟଣାର ତଦନ୍ତ କରାଯିବ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଶୋଲେଶନରେ ୮ କୋଲକାତା ଫେରନ୍ତା

ସିଂହପୁର,୨୩।୪(ଡିଏନଏ)- ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ୨୮ ଦିନ ମଧ୍ୟରେ ଫେରିଥିବା ୮ଜଣ କୋଲକାତା ଫେରନ୍ତାଙ୍କୁ ସରପଞ୍ଚ ତରୁଣ କୁମାର ସାହୁ ସମିତିସଭ୍ୟ...

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି...

ବେଆଇନ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ

ପୁରୀ ଅଫିସ,୨୪।୮: ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୁରୀ। ଏହାର ବିକାଶ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ଘୋଷଣା କରିବା ପରେ...

ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ବସ୍ତି ବାସିନ୍ଦାଙ୍କ କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟରେ ବିକ୍ଷୋଭ

ଯାଜପୁର ରୋଡ,୨୯।୫(ନି.ପ୍ର.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅଧୀନରେ ବାସ କରୁଥିବା ବିଭିନ୍ନ ଓ୍ବାର୍ଡର ଲୋକଙ୍କୁ ବାତ୍ୟା ଫନୀ ଲାଗି କ୍ଷତିପୂରଣ ଦାବିରେ ବୁଧବାର...

କୋଭିଡ ଟିକା ନେଲେ ମୟୂରଭଞ୍ଜ ଜିଲାପାଳ

ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି...

ପଥର ସନ୍ଧିରୁ ମିଳିଲା ନାବାଳିକାଙ୍କ ମୃତଦେହ

ସମ୍ବଲପୁର,୫।୧୦(ବ୍ୟୁରୋ): ସମ୍ବଲପୁର ଜିଲା ଦଲେଇପଡ଼ା ମହାନଦୀ ଘାଟରେ ସୋମବାର ଏକ ପରିବାର ୩ ଜଣ ସଦସ୍ୟ ଭାସିଯାଇଥିଲେ। ତେବେ ବାପା ଓ ପୁଅଙ୍କ ମୃତଦେହ ଉଦ୍ଧାର...

ଝାଡ଼ଖଣ୍ଡ ଗଲେ ୧୨୪ ଜଣ

ଅନୁଗୋଳ ଅଫିସ/ ଛେଣ୍ଡିପଦା, ୬।୫ – ଅନୁଗୋଳ ଜିଲାରେ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡର ଶ୍ରମିକମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଅନୁଗୋଳ ଜିଲା ପ୍ରଶାସନ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ

ରାୟଗଡ଼ା ଅଫିସ,୯।୨: ଘରୁ ଉଠାଇ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ା ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଅଞ୍ଚଳରେ। ଆକ୍ରମଣରେ ଗୁରୁତର...

Advertisement


Archives

Model This Week