ଛଟେଇ ପ୍ରତିବାଦରେ ବିଇଓ ଅଫିସ୍‌ ସମ୍ମୁଖରେ ପାଚିକାଙ୍କ ଧାରଣା

ଗଣିଆ,୧୮।୧୦(ଡି.ଏନ.ଏ.): ବିଦ୍ୟାଳୟର ପାଚିକା କାର୍ଯ୍ୟରୁ ଛଟେଇ କରାଯିବା ପ୍ରତିବାଦରେ ନୟାଗଡ଼ ଜିଲା ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କରଡାପଡା ଗ୍ରାମସ୍ଥିତ ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟର ପାଚିକା ସୁମିତ୍ରା ମୁଦୁଲି ଗୁରୁବାର ଗଣିଆ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆମରଣ ଅନଶନରେ ବସିଛନ୍ତି। ତାଙ୍କ ସହିତ ତାଙ୍କର ବିଧବା ଶାଶୁ ଓ ୧୨ ବର୍ଷର ପୁଅ ଧାରଣାରେ ସାମିଲ ହୋଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୨୦୧୫ ମସିହାଠାରୁ ସେ କରଡାପଡା ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଏହି ବିଦ୍ୟାଳୟ ସହ କଳାଶିମିଳି ପ୍ରାଥମିକ ବିଦ୍ୟାଳୟଟି ସାମିଲ ହେବାପରେ ଗତ ସେପ୍ଟେମ୍ବର ୨୩ତାରିଖରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନ୍ୟ ୩ ଜଣ ପାଚିକାଙ୍କୁ ରଖି ସୁମିତ୍ରାଙ୍କୁ କାର୍ଯ୍ୟରୁ ଛଟେଇ କରିଥିଲେ ା ଏ ନେଇ ସୁମିତ୍ରା ଓ ସ୍ଥାନୀୟ ସରପଞ୍ଚ ପୃଥକ ଭାବେ ଗତ ସେପ୍ଟେମ୍ବର ୨୬ ତାରିଖରେ ଗଣିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ଏଥିସହ ସେ ଗତ ୧ତାରିଖରେ ବ୍ଲକ ଏବଂ ଜିଲା ଶିକ୍ଷା ଅଧିକାରୀ, ଜିଲାପାଳ, ଶିକ୍ଷାମନ୍ତ୍ରୀ ଓ ଗଣିଆ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ତାଙ୍କୁ କୌଣସି ନ୍ୟାୟ ନ ମିଳିବାରୁ ସେ ବାଧ୍ୟ ହୋଇ ନିଜର ପରିବାର ସହ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ୭୦ ବର୍ଷର ବିଧବା ଶାଶୁ ଓ ଛୋଟ ପୁଅକୁ ନେଇ ସୁମିତ୍ରା ରହୁଛନ୍ତି ା ପାଚିକା କାର୍ଯ୍ୟରୁ ମିଳୁଥିବା ପାରିଶ୍ରମିକ, ବିଧବା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ୧୫ କିଲୋଗ୍ରାମ ଚାଉଳରେ ସୁମିତ୍ରାଙ୍କ ପରିବାର ଦୁଃଖକଷ୍ଟରେ ଚଳିଯାଉଥିଲା। ତେବେ କାର୍ଯ୍ୟରୁ ଛଟେଇ ହେବାପରେ ସେ ପରିବାର ପ୍ରତିପୋଷଣ ନେଇ ଭାଙ୍ଗିପଡିଛନ୍ତି। ଉଚିତ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସୁମିତ୍ରା ନିଜ ପରିବାର ସହ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଗଣିଆ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରୁ ସରକାରଙ୍କ ଗାଇଡଲାଇନ ଆଧାରରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତ୍ରାଙ୍କୁ କାର୍ଯ୍ୟରୁ ଛଟେଇ କରିଛନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ବୋଲି ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri