ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଦିଗପହଣ୍ଡି,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗାଁରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବୁଧବାର ମଧ୍ୟାହ୍ନରୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନୁମୋଦନ କ୍ରମେ ସମୁଦାୟ ଚୌଧୁରୀ ଟିକରପଡ଼ା ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଥିବା ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ ଜଣାଇଛନ୍ତି। ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ତାଙ୍କ ସ୍ବାମୀ, ୨ ଆଶାକର୍ମୀ, ଜଣେ ଅଙ୍ଗନୱାଡ଼ି ସହାୟିକାଙ୍କ ସମେତ ସମୁଦାୟ ୧୩ ଜଣଙ୍କ ସ୍ବାବ୍‌ ପରୀକ୍ଷା ପରେ ସେମାନେ ସଂକ୍ରମିତ ଥିବା ନେଇ ମଙ୍ଗଳବାର ରାତିରେ ରିପୋର୍ଟ ମିଳିଥିଲା। ଜିଲା ପ୍ରଶାସନ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ସ୍ଥାନୀୟ ପ୍ରଶାସନର ହସ୍ତଗତ ହେବା ପରେ ଦିଗପହଣ୍ଡି ବିଡିଓ ହଳଧର ଶବର, କୋଭିଡ୍‌-୧୯ ନୋଡାଲ ଅଧିକାରୀ ରାଜକିଶୋର ପଟ୍ଟନାୟକ, ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, କେ. ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ଦେବା ସହ ଚିହ୍ନଟ ୧୩ ଜଣ ସଂକ୍ରମିତଙ୍କୁ ଛତ୍ରପୁର ନିକଟ ଶୀତଳା ପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଚାନ୍ଦପୁର – ନୂଆପଡ଼ା – ଭ୍ରମରପୁର ମୁଖ୍ୟ ରାସ୍ତାକୁ ସିଲ୍‌ କରି ଦିଆଯିବାରୁ ବୁଧବାର ସକାଳଠାରୁ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମଧ୍ୟାହ୍ନରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଚୌଧୁରୀ ଟିକରପଡ଼ା, ଗୌଡ଼ ଗାଁ, ବଜ୍ରଗୁମ୍ମା, ଢେପା ପେଣ୍ଠ, ଭ୍ରମରପୁର ପ୍ରଭୃତି ଗାଁରେ ପହଞ୍ଚି ପ୍ରଶାସନିକ ଅଧିକାରୀ, ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ, ସଂଯୁକ୍ତା ଚଣ୍ଡଙ୍କ ସହ ସବିଶେଷ ଆଲୋଚନା କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ହସ୍ପିଟାଲରେ କାମଚଳା ଲାବ୍‌

ଛତ୍ରପୁର,୩୧।୩(ଡି.ଏନ୍‌.ଏ.)- ଛତ୍ର୍ରପୁର ହସ୍ପିଟାଲରେ ଲାବ୍‌ ଟେକ୍ନିସିଆନ୍‌ ଅଭାବ ଲାଗି ରହିଛି। ଫଳରେ ଉକ୍ତ ହସ୍ପିଟାଲକୁ ଆସୁଥିବା ରୋଗୀମାନେ ବିଭିନ୍ନ ପରୀକ୍ଷା ପାଇଁ ହଇରାଣ ହେଉଛନ୍ତି। ଛତ୍ରପୁର...

ଶାବର ଶ୍ରୀକ୍ଷେତ୍ରରେ ରଥ ଓ ପଥ ପ୍ରସ୍ତୁତ : ଅପେକ୍ଷା ରଥଟଣାକୁ

କୋରାପୁଟ,୪ା୭(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ରଥଯାତ୍ରା ନେଇ ତିନି ରଥ ଓ ପଥ ପ୍ରସ୍ତୁତ ହୋଇ ରହିଛି । ଅପେକ୍ଷା କେବଳ ରଥଟଣାକୁ। ଚଳିତବର୍ଷ ପ୍ରଥମ...

ରାସ୍ତାରେ ଖାଲଖମା, ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୨ା୮: ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ହେଲେ କେତେଜଣ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ...

ପୋଲିସ-ଜେଟିପି ମିଳିମିଶି ଜଗିବେ

ପୁରୀ ଅଫିସ,୮।୪: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣା ପରେ ପ୍ରଶାସନ ଚେତିଛି। ଶ୍ରୀମନ୍ଦିର ସୁରକ୍ଷା ନେଇ ଗୁରୁବାର ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ...

ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ

ଅନୁଗୋଳ ଅଫିସ, ୨।୧: ଭାରତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ଦେଶରେ ଦ୍ୱିତୀୟ ସ୍ଥାନ...

୧୯ ରାଉଣ୍ଡ ଗଣତି ଶେଷ: ଆଗରେ ବିଜେଡି

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

ସରିତା ବାଗ୍‌ ହେଲେ ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ,୧୨ା୩: ବଲାଙ୍ଗୀର ସଦର ବ୍ଲକ ଅଧ୍ୟକ୍ଷା ଭାବେ ବଡ଼ିଘାଟ ସମିତି ସଭ୍ୟା ସରିତା ବାଗ୍‌ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶନିବାର ବ୍ଲକ ଅଧ୍ୟକ୍ଷା ନିର୍ବାଚନ...

ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ

କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ...

Advertisement
Archives

Model This Week