![](https://www.dharitri.com/wp-content/uploads/2020/05/IMG_20200528_200453.jpg)
ଦିଗପହଣ୍ଡି,୨୮ା୫(ଡି.ଏନ୍.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀଟିକରପଡ଼ା ସରପଞ୍ଚ ସଞ୍ଜୁକ୍ତା ଚଣ୍ଡଙ୍କ ଅନୁରୋଧକ୍ରମେ ସମଗ୍ର ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଶଟ୍ଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ଥିବା କେତେଜଣ ମହାରାଷ୍ଟ୍ର ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ଦିଗପହଣ୍ଡି ବିଡିଓ ହଳଧର ଶବର, କୋଭିଡ୍-୧୯ ନୋଡାଲ ଅଧିକାରୀ ରାଜ କିଶୋର ନାୟକ, ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, କେ. ନୂଆଗଁା ଥାନା ଅଧିକାରୀ ମାଧବାନନ୍ଦ ନାୟକ ପ୍ରମୁଖ ଚୌଧୁରୀଟିକରପଡାରେ ପହଞ୍ଚତ୍ ଏହାର କାର୍ଯ୍ୟକାରୀତା ନେଇ ଅନୁଧ୍ୟାନ କରୁଛନ୍ତି। କେହି ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଛି।