ଚୌଦ୍ୱାର ଫରେଷ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ : ଥାନା ଦ୍ୱାରସ୍ଥ ହେଲେ ମହିଳା କର୍ମଚାରୀ

ଚୌଦ୍ୱାର,୨ା୯(ଡି.ଏନ୍‌.ଏ.) : ଚୌଦ୍ୱାର ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ର କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବା ନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୯୧/୧୯) ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ସ୍ବାମୀ ବନ ବିଭାଗରେ କାମ କରୁଥିଲେ। ହାତୀ ଆକ୍ରମଣରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଥଇଥାନ ଯୋଜନାରେ ବନ ବିଭାଗରେ ତାଙ୍କୁ ଓ୍ବାଚର ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରାୟ ୫ବର୍ଷ ହେଲା ସେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନର ଫରେଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଏଣୁ ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଦର୍ଶାଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଚୌଦ୍ୱାର ଫରେଷ୍ଟ ସେକ୍ସନର ୧୫ରୁ ଊର୍ଦ୍ଧ୍ୱ ଅସ୍ଥାୟୀ କର୍ମଚାରୀ ରବିବାର ସନ୍ଧ୍ୟାରେ ଚୌଦ୍ୱାର ଥାନାରେ ଉକ୍ତ ଫରେଷ୍ଟରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଫରେଷ୍ଟର ଛୋଟଛୋଟ କଥାକୁ ନେଇ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହାର ପ୍ରତିବାଦ କଲେ ଚାକିରିରୁ ବହିସ୍କାର କରିଦେବାକୁ ଧମକ ଦେଉଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏ ନେଇ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ୍‌ ସୁଇଚ ଅଫ୍‌ ଥିଲା। ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଏସିଏଫ ମନୋରଞ୍ଜନ ସ୍ବାଇଁଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲିଲେଣି ପ୍ରାର୍ଥୀ

ଡେରାବିଶ,୨୪ା୧(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୧ ତାରିଖ ପ୍ରାର୍ଥିପତ୍ର ଦାଖଲ ପରେ ଶନିବାରଠାରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ରବିବାର ଅପରାହ୍ନରେ ଶେଷ ହୋଇଛି।...

ଉପବାସ ରହିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ବାଲେଶ୍ୱର ଅଫିସ/ ସଜନାଗଡ଼,୬।୫(ଡି.ଏନ.ଏ.) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀ ହିଂସାତ୍ମକ...

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ...

ଶର୍ମିଷ୍ଠାଙ୍କୁ ସ୍ପଟ୍‌କୁ ନେଲା କ୍ରାଇମବ୍ରାଞ୍ଚ, ହୋଇପାରେ ସିନ୍‌ ରିକ୍ରିଏଶନ

କଟକ ଅଫିସ,୧ା୪: କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାର ଆଜି ହେଉଛି ଚତୁର୍ଥ ଦିନ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ...

ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ

ଛତ୍ରପୁର,୫।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ...

ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼

ଝାରସୁଗୁଡା ଅଫିସ୍‌,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...

ମିଛ କହି କିଡ୍‌ନୀ ବିକିଦେଲେ ସ୍ବାମୀ

ମାଲକାନଗିରି,୨୫ା୮(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍‌ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ...

ରକ୍ତ ଜୁୁଡ଼ୁଜୁଡ଼ୁ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କୋକସରା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରୁ ସୋମବାର ଜଣେ ଯୁବକଙ୍କ ମୃତଦେହ...

Advertisement
Archives

Model This Week