ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା ସହିତ ଅପରାହ୍ନରେ ମେଲଣ ପଡ଼ିଆ ଅଭିମୁଖେ ଯାତ୍ରା କରିଥିଲେ। ଚଳିତ ବର୍ଷ ଶୋଭାଯାତ୍ରାରେ ଢୋଲ, ମାଦଳ, ଘଣ୍ଟ, ପଶ୍ଚିମ ଓଡ଼ିଶାର ଶିଙ୍ଗ ବାଜା, ତାଳମୂଳି ଆଦି ପାରମ୍ପରିକ ବାଦ୍ୟ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି। ଚୌଦ୍ୱାର ପୌରାଞ୍ଚଳ ଓ ଏକମାତ୍ର ଗ୍ରାମଞ୍ଚଳ ବନିକାକୁ ମିଶାଇ ୪୦ଟି ପୂଜା ମଣ୍ଡପରେ ନିର୍ମିତ ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ମଙ୍ଗଳବାର ରାତି ୧୦ଟା ସୁଦ୍ଧା ତିନିକୋଣିଆ ସ୍ଥିତ ଯାତ୍ରା ପଡ଼ିଆରେ ପହଞ୍ଚି ମେଲଣ କରିଥିଲେ। କପାଳେଶ୍ୱର ନୂଆସାହି ମେଢ ସଙ୍ଗରେ ଶତାଧିକ ମହିଳା ମେଲଣ ପଡ଼ିଆକୁ ଯାଇଥିବା ଦେଖିବାକୁ ମିଳିଥିଲା। ଦେବଦେବୀଙ୍କ ମିଳନର ଏହି ଦୃଶ୍ୟ ଦେଖିବା ପାଇଁ ଯାତ୍ରା ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିସିପିଙ୍କ ନେତୃତ୍ୱରେ ୨ଜଣ ଏଡିସିପି, ୫ଜଣ ଏସିପି,୧୫ଜଣ ଇନ୍ସପେକ୍ଟର, ୫୦ଜଣ ଅଧିକାରୀଙ୍କ ସହିତ ପ୍ଲାଟୁନ୍‌ ଫୋର୍ସ ମେଳାରେ ମୁତୟନ ହୋଇଛନ୍ତି। ସେସୁ ପକ୍ଷରୁ ଯାତ୍ର ପଡ଼ିଆ ଆଲୋକୀକରଣ କରାଯାଇଥିବା ବେଳେ ଚୌଦ୍ୱାର ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବ୍ୟବସ୍ଥା, ପୌରପାଳିକା ପକ୍ଷରୁ ଆଶୁ ଚିକିତ୍ସାକେନ୍ଦ୍ର ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ବୁଧବାର ସକାଳେ ମେଢ଼ଗୁଡିକ ଯାତ୍ର କମିଟି ଠାରୁ ଛନ୍ଦା ଓ ଭସାଣ ଟିକେଟ ନେଇ ଭସାଣ ନିମନ୍ତେ ଶେଭାଯାତ୍ରା କରି ବିରୂପାନଦୀ ଅଭିମୁଖେ ଯାତ୍ରା କରିବେ। ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ବିଭିନ୍ନ ମେଢ଼ ମଣ୍ଡପ ବୁଲି ମେଢ଼ କମିଟିଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପିପୁଲ ଓ୍ବେଲଫେୟାର ସୋସାଇଟିର ମୁଖପତ୍ର ‘ଆମ ଚଉଦୁଆର’ ଉନ୍ମୋଚିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ପୁରୁଷୋତ୍ତମପୁର ସମବାୟ ସମିତିଲିଃ ପରିବାର ସଦସ୍ଯଙ୍କ ନାମରେ ସମ୍ପାଦକ ରୁଣ ନେବା ଘଟଣା, ଡିଆରସିସିଙ୍କ ତଦନ୍ତ

ପୁରୁଷୋତ୍ତମପୁର,୧୩।୮(ସବିତା ମିଶ୍ର): ରୁଣଭାର ଯୋଗୁ ଚାଷୀ ଆତ୍ମହତ୍ଯା ଭଳି ଘଟଣା ରାଜ୍ଯକୁ ଦୋହଲାଇ ଦେଉଥିବା ସହ ସରକାରଙ୍କୁ ଚିନ୍ତାରେ ପକାଉଛି । ଏହାକୁ ନେଇ ସରକାର କୃଷକଙ୍କୁ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri