ଚୋରା ପଥର ଚାଲାଣରେ ଦୁଇ ପୋଲିସ ଅଧିକାରୀ: ଇନ୍ସପେକ୍ଟର ବିକ୍ରମ ଜେନା ନିଲମ୍ବିତ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ)/ ଖୋର୍ଦ୍ଧା(ଡି.ଏନ୍‌.ଏ.): ଚୋରା ପଥର ଚାଲାଣ ର଼୍ୟାକେଟରେ ପୋଲିସ ଅଧିକାରୀ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସ୍କାନରରେ ଥିବା ଦୁଇ ଥାନା ଇନ୍ସପେକ୍ଟର ବିକ୍ରମ କେଶରୀ ଜେନା ଓ ରଞ୍ଜିତ ସାହୁଙ୍କ ଉପରେ ଆରମ୍ଭ ହୋଇଛି ପଦକ୍ଷେପ। ଉଭୟଙ୍କୁ ଖୋର୍ଦ୍ଧାରେ ବେଆଇନ ପଥର ଚାଲାଣ ମାମଲାରେ ଗିରଫ କରିପାରେ ଏସ୍‌ଟିଏଫ୍‌। ଡ୍ୟୁଟିରେ ଅନୁପସ୍ଥିତ ରହିବା ସହ ନୋଟିସ୍‌ର ଜବାବ ନ ଦେବାରୁ ଇନ୍ସପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ଶନିବାର ନିଲମ୍ବନ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା।

ଏସ୍‌ଟିଏଫ୍‌ର ସୂଚନାନୁସାରେ, ବିକ୍ରମ ଖୋର୍ଦ୍ଧା ଥାନାରେ ଥିବା ସମୟରେ ଖଣି ମାଫିଆଙ୍କ ସହ ହାତ ମିଳାଇ ବେଆଇନ ପଥର ଚାଲାଣ କରୁଥିଲେ। ନିଜ କ୍ଷମତାର ଅପବ୍ୟବହାର କରି ଖଣି ମାଫିଆ ଓ ପଥର ଚାଲାଣବେଳେ ସୁରକ୍ଷା ଦେଉଥିଲେ। ବଦଳରେ ବିକ୍ରମ କୋଟି କୋଟି ଟଙ୍କା ପାଉଥିବା ନେଇ ପ୍ରମାଣ ମିଳିବା ପରେ ଏସ୍‌ଟିଏଫ୍‌ ତାଙ୍କୁ କେସ୍‌ ନଂ.୭/୧୯ରେ ଜେରା କରିଥିଲା। ତେବେ ପୁଣି ଥରେ ଜେରା ପାଇଁ ନୋଟିସ କରିଥିଲେ ମଧ୍ୟ ସେ ଆସି ନ ଥିଲେ। ଏହାପରେ ତାଙ୍କୁ ଖୋର୍ଦ୍ଧା ଥାନାରୁ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ହେଲେ ସେ ସେବେଠାରୁ ବିନା ନୋଟିସରେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ବାରମ୍ଭାର ନୋଟିସ୍‌ ପରେ ଜବାବ ନ ମିଳିବାରୁ ଜଗତ୍‌ସିଂପୁରସ୍ଥିତ ଘରକୁ ମଧ୍ୟ ସମନ ପଠାଯାଇଥିଲା। ହେଲେ ସେଠାରେ ସେ ଅନୁପସ୍ଥିତ ଥିବାରୁ ଶେଷରେ ଶନିବାର ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି। ସେ ମଧ୍ୟ ଗିରଫ ଭୟରେ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।
ଇନ୍ସପେକ୍ଟର ରଞ୍ଜିତ ସାହୁ ୨୦୧୭-୧୮ରେ ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଥିବାବେଳେ ଚୋରା ପଥର କାରବାରରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ସେ ଏବେ ବାଲେଶ୍ୱର ଜିଲା ବାଲିଆପାଳ ଥାନାରେ ଥିଲେ ମଧ୍ୟ ଦେହ ଅସୁସ୍ଥ ଥିବା କାରଣ ଦର୍ଶାଇ ଦୀର୍ଘଦିନ ହେବ ଛୁଟିରେ ରହିଛନ୍ତି। ସେ ମଧ୍ୟ ଗିରଫ ଭୟରେ ଏଭଳି ଫେରାର ରହି ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି। ସେ ପଥର ମାଫିଆଙ୍କ ଦ୍ୱାରା କୋଟି କୋଟି ଟଙ୍କା ଲାଭ ପାଇଥିବା ନେଇ ତାଙ୍କୁ ଏସ୍‌ଟିଏଫ୍‌ ଜେରାବେଳେ ପ୍ରମାଣ ପାଇଥିଲେ। ଏହାପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଧରି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ ବୋଲି ଚର୍ଚ୍ଚା ହେଉଛି।

ଏ ନେଇ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରସାଦ ସ୍ବାଇଁ କହିଛନ୍ତି, ବିକ୍ରମ କାର୍ଯ୍ୟରେ ଅନୁପସ୍ଥିତ ରହିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସେ ଏହାର ଜବାବ ଦେଇ ନ ଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏସ୍‌ଟିଏଫ୍‌ ତା’ ବାଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ। ବାଲେଶ୍ୱର ଏସ୍‌ପି ବି. ଯୁଗଳ କିଶୋର କୁମାର କହିଛନ୍ତି, ରଞ୍ଜିତ ୩ସପ୍ତାହ ହେବ ଅସୁସ୍ଥ ଥିବା ଦର୍ଶାଇ ଛୁଟି ନେଇଛନ୍ତି। ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେଇ ନାହଁାନ୍ତି। ଏସ୍‌ଟିଏଫ୍‌ ମାମଲା ଅନ୍ୟ ଜିଲାରେ ହୋଇଥିବାରୁ ସେନେଇ ମୋ ନିକଟରେ କିଛି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri