ଚୋରାଚାଲାଣ କୋଇଲା ବୋଝେଇ ପିକ୍‌ଅପ୍‌ ଅଟକାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା: କନଷ୍ଟେବଳ ଗୁରୁତର

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ପୋଲିସ କନଷ୍ଟେବଳ ରଜତ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ରଜତ ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟାକରୁଥିବା ବେଳେ ଗାଡ଼ିଚାଳକ ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲେ। ତେବେ କୋଇଲା ବୋଝେଇ ପିକ୍‌ଅପ୍‌ ରାସ୍ତା କଡରେ ଓଲଟି ପଡ଼ି ଥିବାବେଳେ ପୋଲିସ ଫେରାର ଚାଳକଙ୍କୁ ଖୋଜୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ:ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ଜାଣିବାକୁ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ସୋମବାରଠାରୁ ଆରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ଗଣନାର ଶୁଭାରମ୍ଭ କରିଛନ୍ତି। ଏହାସହ...

ଫେସ୍‌ବୁକ ଷ୍ଟାଟସରେ କରୋନା ଗୁଜବ

ରାୟଗଡ଼ା ଅଫିସ,୧୪।୩: ସୋସିଆଲ ମିଡିଆରେ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଶୁକ୍ରବାର ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଅଭିଯୁକ୍ତ...

ହାଇକୋର୍ଟଙ୍କ ଉପରେ ବଢୁଛି ମାମଲା ବୋଝ

କଟକ ଅଫିସ,୧୫।୬: ଓଡ଼ିଶା ହାଇକୋର୍ଟ ଉପରେ ଦିନକୁ ଦିନ ମାମଲା ବୋଝ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ମାମଲା ରୁଜୁ ହେଉଛି, ସେହି ପରିମାଣରେ ଫଇସଲା...

ପିଲାଙ୍କୁ ଆକୃଷ୍ଟ କରୁଛି ଖେଳ ଉପକରଣ, ଉପସ୍ଥାନ ହାର ବଢୁଛି

ନୟାଗଡ଼ ଅଫିସ,୨୨।୯-ବିଦ୍ୟାଳୟ ପରିସରରେ ଥିବା ଖେଳପଡ଼ିଆରେ ବିଭିନ୍ନ ଖେଳ ଉପକରଣରେ ପିଲାମାନେ ମନଭରି ଖେଳିବା ଦୃଶ୍ୟ କିଛିଦିନ ହେଲା ଦେଖିବାକୁ ମିଳୁଛି। ଏବେ ଆମ ସରକାରୀ...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

ସୁସ୍ଥ ଅଛନ୍ତି କରୋନା ଆକ୍ରାନ୍ତ ଡାକ୍ତର, ଗୁଜବରେ କରନ୍ତୁ ନାହିଁ ବିଶ୍ୱାସ

କଟକ ଅଫିସ,୨୮।୫- ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ବର୍ତ୍ତମାନ ସେ କଟକ ସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।...

ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା

ବର୍ମିହାମ,୨।୮: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି...

ବସ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଚିନ୍ତା

ଭୁବନେଶ୍ୱର, ୨୮।୪(ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ବର୍ତ୍ତମାନ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହାଇଛି। ରାଜ୍ୟକୁ ୫ଲକ୍ଷରୁ ଅଧିକ...

Advertisement
Archives

Model This Week