Posted inଖେଳ

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ ଚାମ୍ପିୟନ ଲିଭରପୁଲ୍‌ ୪-୧ ଗୋଲରେ ନରଓ୍ବିଚକୁ ହରାଇ ସିଜନ ଆରମ୍ଭ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ହେବାର ୬ ମିନିଟ୍‌ ପୂର୍ବରୁ ବ୍ରାଜିଲିଆନ ଗୋଲକିପର ବଲକୁ କିକ୍‌ କରିବାବେଳେ ଗୋଇଠିରେ ଆଘାତ ପାଇଥିଲେ। ଏହାପରେ ତାଙ୍କୁ ସପୋର୍ଟ ଷ୍ଟାଫମାନେ ପଡ଼ିଆରୁ ନେଇଯାଇଥିଲେ। ଇସ୍ତାନବୁଲଠାରେ ଚାମ୍ପିୟନ୍ସ ଲିଗ୍‌ ବିଜେତା ଓ ୟୁରୋପା ଲିଗ୍‌ ଚାମ୍ପିୟନ ମଧ୍ୟରେ ସୁପର କପ୍‌ ମ୍ୟାଚ୍‌ ଖେଳାଯାଏ। ଆଲିସନଙ୍କ ସ୍ଥାନରେ ସ୍ପାନିଶ ଗୋଲକିପର ଆଡ୍ରିଆନ ଖେଳିବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ବାର୍ଥ ଡେ ମସ୍ତି

ନୂଆଦିଲ୍ଲୀ,୫।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ବିଦେଶରେ ଛୁଟି କାଟି ଝିଅ, ପତ୍ନୀଙ୍କ ସହ ଭାରତ ଫେରିଲେ ରୋହିତ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବିଦେଶରେ ଛୁଟି ପରେ ଭାରତ ଫେରିଛନ୍ତି। ସୋମବାର ରୋହିତ ଶର୍ମା ତାଙ୍କ ଝିଅ ଏବଂ ପତ୍ନୀଙ୍କ...

ଅଧିନାୟିକତ୍ୱ ପରୀକ୍ଷା ପାସ୍‌ ହେବାପରେ ଅନୁଭୂତି ବାଣ୍ଟିଲେ ସୂର୍ଯ୍ୟକୁମାର: ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଜିତାନ୍ତି କିନ୍ତୁ ବୋଲର୍‌…

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳ ଅଷ୍ଟ୍ରେ ବିପକ୍ଷ ଟି-୨୦ ସିରିଜ୍‌କୁ ୪-୧ରେ କବ୍ଜା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ ଥିଲା।...

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ...

‘ପ୍ରତି ୩ ମିନିଟରେ କରନାହିଁ ପ୍ରେସ କନଫରେନ୍ସ’, ପିସିବିକୁ ଉପଦେଶ ଦେଲେ ଓ୍ବାସିମ ଅକରମ

ଇସଲାମାବାଦ,୫।୧୨: ବିଶ୍ୱକପ ୨୦୨୩ପରଠାରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ଅଶାନ୍ତି ଜାରି ରହିଛି। ଦଳର ଅଧିନାୟକ ଠାରୁ ଆରମ୍ଭ କରି ଚୟନ କମିଟି ଏବଂ କୋଚିଂ ଷ୍ଟାଫ...

ମହମ୍ମଦ ଶାମିଙ୍କ ଉପରେ ଝୁଲୁଛି ଖଣ୍ଡା: ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିବା ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ଉଇିକେଟ ନେଇଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା...

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri