Posted inଖେଳ

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭ ବିଶ୍ୱକପ୍‌ରେ ନାଗପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଶନିବାର ଆଫଗାନିସ୍ତାନ ବିପକ୍ଷରେ ସାମି ଅନ୍ତିମ ଓଭରର ତୃତୀୟ ବଲ୍‌ରେ ମହମ୍ମଦ ନବୀ, ଚତୁର୍ଥ ବଲ୍‌ରେ ଅଫତାବ ଆଲମ ଓ ପଞ୍ଚମ ବଲ୍‌ରେ ମୁଜିବ-ଉର- ରହମାନଙ୍କୁ ଆଉଟ କରି ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଚେତନ ଓ ସାମିଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ଉପରେ ବିଶ୍ୱକପ୍‌ରେ ୯ଜଣ ବୋଲର ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ସେମାନେ ହେଲେ ପାକିସ୍ତାନର ସାକଲିନ ମୁସ୍ତାକ, ଶ୍ରୀଲଙ୍କାର ଚାମିଣ୍ଡା ଭାସ, ଅଷ୍ଟ୍ରେଲିଆର ବ୍ରେଟ୍‌ ଲି, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ଓ୍ବେଷ୍ଟଇଣ୍ଡିଜର କେମର ରୋଚ, ଲସିଥ ମାଲିଙ୍ଗା, ଇଂଲଣ୍ଡର ଷ୍ଟିଭେନ ଫିନ୍‌ ଓ ଦକ୍ଷିଣ ଆଫ୍ରିକାର ଜେପି ଡୁମିନି। ତେବେ ମାଲିଙ୍ଗା ବିଶ୍ୱକପ୍‌ରେ ଦୁଇଥର ହ୍ୟାଟ୍ରିକ ଅର୍ଜନ କରିସାରିଛନ୍ତି। ମୋଟ୍‌ ଉପରେ ବିଶ୍ୱକପ୍‌ରେ ବୋଲରମାନେ ୧୦ଥର ହ୍ୟାଟ୍ରିକ୍‌ ଉଇକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୭।୧୧: ଟି-୨୦ ବିଶ୍ୱକପ ୨୦୨୧ ଶେଷ ହେବା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡର ଦଳ ଦ୍ୱିପାକ୍ଷିକ ସିରିଜରେ ମୁକାବିଲା କରିବେ। ତିନିଟି ଟି-୨୦ ଅନ୍ତର୍ଜାତୀୟ ସିରିଜରେ...

ଆଇପିଏଲ-୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ

ଦୁବାଇ, ୧୦।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୩ତମ ସଂସ୍କରଣରେ ବାଜି ମାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାରିତା ଦେଖାଇ ଏହି ଦଳ...

ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏହାର ମହିଳା...

ହସ୍ପିଟାଲରେ ଏହି କ୍ରିକେଟର୍‌

ଧର୍ମଶାଳା,୨୭।୨: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଇଶାନ କିଶନ ଫ୍ଲପ ହୋଇଥିଲେ। ଏହି ମ୍ୟାଚରେ ଲାହିରୁ କୁମାରଙ୍କ ତୀକ୍ଷ୍ଣ ବାଉନ୍ସର୍‌ ତାଙ୍କ ମୁଣ୍ଡରେ...

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌...

‘କୋହଲି ଜଣେ ଭାବପ୍ରବଣ ଅଧିନାୟକ’

ନୂଆଦିଲ୍ଲୀ, ୭।୫-ସାମ୍ପ୍ରତିକ ଭାରତୀୟ କ୍ରିକେଟ ଦଳରେ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି, ଏଥିରେ ଦ୍ୱିମତ ନାହିଁ। ମାତ୍ର ଅଧିନାୟକଭାବେ ତାଙ୍କୁ ଆହୁରି ଅନେକ ବାଟ...

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ସାଇକ୍ଳିଷ୍ଟ କୋବୋ

ଲାଉସାନେ, ୧୪ା୬ (ଏଏଫ୍‌ପି)-ଡୋପିଙ୍ଗ ନିରୋଧୀ ନିୟମ ଉଲ୍ଲଂଘନ କରିଥିବା ଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସ୍ପେନ୍‌ର ସାଇକ୍ଲିଷ୍ଟ ଜୁଆନ କୋବୋ। ଫଳରେ ତାଙ୍କଠାରୁ ୨୦୧୧ ଭୁଏଲ୍‌ଟା...

୫ ଲକ୍ଷ ରନ୍‌ ପୂରଣ କଲା ଇଂଲଣ୍ଡ

ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍‌ ପୂରଣ...

Advertisement
Archives

Model This Week