ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି ଦାସଙ୍କ ମୃତ୍ୟୁ ଘଟିଛି। ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନିକଟରେ ଯାନବାହନ ଚେକିଂ ବେଳେ ଜଣେ ବାଇକ୍‌ ଚାଳକ ଦ୍ରୁତ ଗତିରେ ଆସି ଏସ୍‌ଆଇ ଦାସଙ୍କୁ ଧକ୍କା ଦେଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କୁ ପୋଲିସ ଅଟକ ରଖିଛି । ବାରିପଦା ସଦର ଏସ୍‌ଡିପିଓ କେ.କେ ହରିପ୍ରସାଦ, ଟାଉନଥାନା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ମେଡିକାଲରେ ପହଞ୍ଚି ଦୁଃଖ ପ୍ରକାଶ କରିଛନ୍ତି। ଏସଆଇ ଦାସଙ୍କ ମୃତ୍ୟୁରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଚାଳକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କରୋନା ନେଲା ୫ ଜୀବନ

ଭୁବନେଶ୍ୱର,୨୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୪୬...

୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮ା୭(ଡି.ଏନ୍‌.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍‌ଏଫ୍‌ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ...

ଶିମିଳିପାଳରେ କଳାବାଘ, ଭିଡିଓ ଭାଇରାଲ

ବାରିପଦା ଅଫିସ,୧ା୮: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘ କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।...

୨୨ରେ ସୁରଟରେ ଓଡ଼ିଶା ମହୋତ୍ସବ: ଛତ୍ରପୁର ବିଧାୟକ ସମ୍ବର୍ଦ୍ଧିତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୨୧ା୧- ଗୁଜରାଟ ରାଜ୍ୟ ସୁରଟର ଆମରୋଲିରେ ୨୨ ତାରିଖରେ ଓଡିଶା ମହୋତ୍ସବ ଅନୁଷ୍ଠିତ ହେବ ା ଏହାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ...

ଉତ୍ତରପ୍ରଦେଶରୁ ଆନ୍ତଃ ରାଜ୍ୟ ନିଶାମାଫିଆ ଗିରଫ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭ୍ୟାନ୍‌ରୁ ୮୧୦ କେଜି ଗଞ୍ଜେଇ ଜବତ ମାମଲାରେ ୱାଣ୍ଟେଡ୍‌ ଥିବା ଜଣେ ଆନ୍ତଃ ରାଜ୍ୟ ନିଶାମାଫିଆ ଉତ୍ତରପ୍ରଦେଶର ଆଗ୍ରାରୁ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ...

ଆକ୍ରାନ୍ତ ପିଲାଙ୍କଠାରେ ଏମ୍‌ଆଇ ସିଣ୍ଡ୍ରୋମ୍‌

ଭୁବନେଶ୍ୱର,୧୦।୯ (ବ୍ୟୁରୋ):ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି। ତେବେ ଏବେଠୁ...

ଖାଲି ଚାଉଳ ନିଅ

ଭୁବନେଶ୍ୱର,୨୭ା୫(ବ୍ୟୁରୋ):ଆସନ୍ତା ୧୦ ମାସ (ଜୁନ୍‌ରୁ ୨୦୨୩ ମାର୍ଚ୍ଚ) ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଗହମ ମିଳିବ ନାହିଁ। ଏଥିଯୋଗୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

ସେବାୟତଙ୍କୁ ମିଳିବ ‘ପାଳିଆ ପୁରସ୍କାର’, ୩ୟ କିସ୍ତିର ୫ହଜାର ଟଙ୍କା

ପୁରୀ ଅଫିସ,୨୩।୬: ଶୃଙ୍ଖଳିତ ରଥଟଣା ପାଇଁ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସାଧୁବାଦ ଜଣାଇଛନ୍ତି। ଏହି ଅବସରରେ ସେ ସେବାୟତଙ୍କୁ ୩ୟ...

Advertisement
Archives

Model This Week