ଚେକିଂ ଢିଲା,ସୁଧୁରୁନି ବ୍ୟବସ୍ଥା

ବାରିପଦା ଅଫିସ, ୬ା୩- ୨ଟି ପର୍ଯ୍ୟାୟରେ ରାଜ୍ୟ ସରକାର ସଂଶୋଧିତ ମୋଟର ଯାନ ଆଇନକୁ ୬ ମାସ କୋହଳ କରିଥିଲେ। ଗତ ରବିବାର କଣ୍ଟ ପୂରିଲା ପରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ୩ ଦିନ ଧରି ଚେକିଂ ହେବା ପରେ ବର୍ତ୍ତମାନ ଆଉ ଚେକିଂ କରାଯାଉନାହିଁ। ରବିବାର ୫୮, ସୋମବାର ୫୨ ଓ ମଙ୍ଗଳବାର ୫୦ ଜଣ ଚାଳକଙ୍କ ନାମରେ ଜରିମାନା ଚାଲାଣ କଟାଯାଇଥିଲା। ହେଲମେଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଭଳି ବିଭିନ୍ନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ୨ ଦିନ ହେଲା ଚେକିଂ କରାଯାଉ ନ ଥିବାରୁ ସମସ୍ତେ ସଡ଼କ ସୁରକ୍ଷା ନିୟମକୁ ଫୁ କରି ଉଡ଼ାଇ ଚାଲିଛନ୍ତି। ବାଇକ୍‌ ଚାଳକମାନେ ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବାବେଳେ କାର ଡ୍ରାଇଭରମାନେ ନିୟମ ଉଲ୍ଲଂଘନ କରି ଚଳାଉଥିବା ଦେଖିବାକୁ ମିଳୁଛି। ସେହିଭଳି କେତେକ ବସ୍‌ ଓ ମିନି ବସ୍‌ର କାଗଜପତ୍ର ନ ଥିବା ବେଳେ ସେଗୁଡ଼ିକ ପ୍ରତିଦିନ ଚାଲୁଥିବା ମଧ୍ୟ ଜଣାପଡ଼ିଛି। ଟାଟା ମ୍ୟାଜିକ୍‌ (ବିଜୁ ଗାଁ ଗାଡ଼ି)ରେ ଲୋକମାନେ ଅସୁରକ୍ଷିତ ଭାବେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ବାଘେରା ରୋଡ଼, ପାଲବଣି ଗୋଲେଇ ଆଦି ଛକରେ ଯାତ୍ରୀମାନେ ପ୍ରତିଦିନ ଅସୁରକ୍ଷିତ ଭାବେ ଗାଡ଼ିରେ ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଛକରେ ଟ୍ରାଫିକ ପୋଲିସ ଥିଲେ ମଧ୍ୟ କେହି ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏ ନେଇ ଆରଟିଓ ଗୋପାଳ କୃଷ୍ଣ ଦାସ କୁହନ୍ତି ପୋଲିସ କର୍ମଚାରୀମାନେ ଆସି ନ ଥିବାରୁ ଚେକିଂ ହୋଇ ପାରି ନ ଥିଲା। ଆଗାମୀ ଦିନରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗରୋଧ କେନ୍ଦ୍ରରେ କାମକରିବା ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ କରାଯାଉ ସ୍ବାବ ଟେଷ୍ଟ: ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ

ଶେରଗଡ଼,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏ ନେଇ ଶିକ୍ଷକ ମାନଙ୍କୁ କ୍ୱାରାଣ୍ଟାଇନ କାର୍ଯ୍ୟରେ ନିୟୋଜିତ କରୁଛି...

ଟ୍ରେନ୍‌ ଲାଇନ୍‌ ନିକଟରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର/ରାଇସୁଆଁ,୧୨।୯(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଡ଼ାଗୋଠ ନିକଟ ଟ୍ରେନ୍‌ ଲାଇନ୍‌ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତଦେହଟି ମୁହଁମାଡ଼ି...

ସ୍ବାଭାବିକ ହୋଇପାରୁନି ଗୃହ

ଭୁବନେଶ୍ୱର,୩ା୧୨(ବ୍ୟୁରୋ):କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଗତ ୨ଦିନ ହେବ ବିଧାନସଭା ହୁଲସ୍ଥୂଲ ହେଉଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ...

କୃଷି ଆଇନକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିର ପ୍ରତିବାଦ କରି ଶନିବାର ଛତ୍ରପୁରଠାରେ ଭାରତୀୟ ବିକାଶ ପରିଷଦ...

ଆର୍‌ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ...

୧,୦୦୩ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ୧,୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରୁ ୯୩୯ଟି ସିନିୟର ଏସ୍‌ଇଏସ୍‌ ପ୍ରଧାନଶିକ୍ଷକ ଓ ୬୪ଟି ଓଇଏସ୍‌-୨...

କରୋନା ବଢ଼ାଇବ ଦାରିଦ୍ର୍ୟ

ଭୁବନେଶ୍ୱର,୧୪। ୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ଭୂତାଣୁ ସ୍ବାସ୍ଥ୍ୟ ପାଇଁ ଘାତକ ସାଜିବା ସହ ଜୀବନ ଜୀବିକାକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ସ୍ବାସ୍ଥ୍ୟଗତ ବିପତ୍ତିଠାରୁ...

ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ଢେଙ୍କାନାଳ ଅଫିସ, ୯।୬ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଡାଳସିଙ୍ଗା ମାର୍ଥାପୁର ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ...

Advertisement
Archives

Model This Week