ଚିନ୍ତା ବଢ଼ାଉଛନ୍ତି ଝିଣ୍ଟିକା ପ୍ରଜାତିର କୀଟ: ପଙ୍ଗପାଳ ସନ୍ଦେହରେ ସ୍ଥାନୀୟ ବାସିନ୍ଦା ଭୟଭୀତ

ମହାକାଳପଡ଼ା,୧୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀ ପାର୍ଶ୍ୱବର୍ତ୍ତୀ ପିତାପାଟ ଗାଁର ବିଭିନ୍ନ ଗଛରେ ଝିଣ୍ଟିକା ପ୍ରଜାତିର କୀଟଗୁଡ଼ିକ ଗଛପତ୍ର ଖାଇ ନଷ୍ଟ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି କୀଟ ପଙ୍ଗପାଳ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଯଦି ପଙ୍ଗପାଳ ପ୍ରଜାତି କୀଟ ହୋଇଥାନ୍ତି, ତେବେ ଚାଷୀଙ୍କ ପାଇଁ ବିରାଟ ସମସ୍ୟା ହେବ ବୋଲି ପୂର୍ବତନ ସରପଞ୍ଚ ବିକାଶ ଦେବନାଥ କହିଛନ୍ତି। ଏହି କୀଟ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ସେ କହିଛନ୍ତି। ସାଧାରଣତଃ ମୌସୁମୀ ଆରମ୍ଭରୁ ଏହି କୀଟଗୁଡ଼ିକ ବଂଶ ବିସ୍ତାର କରନ୍ତି। ତେବେ କୀଟ ବିଶେଷଜ୍ଞଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ଖରିଫ୍‌ ଧାନ ଫସଲ ପାଇଁ ଏହା ମହାମାରୀ ରୂପେ ଉଭା ହେବ। ଗ୍ରାମର ଦୀନବନ୍ଧୁ ବେହେରା, ଟୁକୁନା ଜେନା, କୃଷ୍ଣପଦ ମିର୍ଦ୍ଧା, ସୁକୁମାର ମିର୍ଦ୍ଧା, ଦିଲ୍ଲୀପ ବେହେରା, ବିଶ୍ୱନାଥ ବେହେରା, ବିନୋଦ ବେହେରା ପ୍ରମୁଖ ତଦନ୍ତ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କ ମତାମତ ନେବା ସମ୍ଭବପର ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କୁ ଭେଟିଲେ ସେବାୟତ

ବାରିପଦା ଅଫିସ, ୧୩ା୫- ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିରର ସେବାୟତମାନେ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟରତ...

ମାଲକାନଗିରି ଜିଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି,୧୫।୧୧(ଡି.ଏନ.ଏ.)-ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଦେବନାରାୟଣଙ୍କ ମୃତ୍ୟୁର ପ୍ରାୟ ବର୍ଷକ ପରେ ଏବେ ନୂଆ ଘଟଣା...

ଏବେଠୁ ଚଳଚଞ୍ଚଳ ସାବିତ୍ରୀଆଡ଼ି

ବନ୍ତ, ୧।୬ (ସ୍ବ.ପ୍ର.) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ତୋଟାସାହିରେ ଥିବା ସାବିତ୍ରୀଆଡ଼ି ପୀଠ ଚଳଚଞ୍ଚଳ ହୋଇଉଠିଛି। ଆଉ ୨ ଦିନ...

ଫୋନ୍‌ କଲ୍‌ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର

ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍‌ କାର୍ଡ...

ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କାମାକ୍ଷାନଗର, ୬।୬ ମହାମାରୀ କରୋନା ପାଇଁ ଅଟକି ଯାଇଥିଲା ମଣିଷ। ଜିଇବାକୁ ଚାଲିଥିବା ଯୁଦ୍ଧରେ ମଳିନ ପଡ଼ିଯାଇଥିଲା କଳାସଂସ୍କୃତି। କେବଳ ପରମ୍ପରା ବଞ୍ଚାଇ ରଖିବାକୁ କାମଚଳା...

ସିନାପାଲି ତହସିଲରେ ୧୪୫ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ

ସିନାପାଲି,୨୩।୮(ଡି.ଏନ.ଏ.)-ସିନାପାଲି ତହସିଲ ପରିସରରେ ଗୁରୁବାର ଜମିହୀନମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ବସୁନ୍ଧରା ଯୋଜନା ମାଧ୍ୟମରେ ସିନାପାଲି ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୧୪୫ ଜଣ ହିତାଧିକାରୀଙ୍କୁ...

ଛେଳି ଚୋରି ଘଟଣାରେ ଏଏସ୍‌ଆଇ ନିଲମ୍ବିତ

ବଲାଙ୍ଗୀର ଅଫିସ,୧।୧: ଛେଳି ଚୋରି ଘଟଣାରେ ପୋଲିସ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଏଏସ୍‌ଆଇ ସୁମନ ମଲ୍ଲିକଙ୍କୁ ବଲାଙ୍ଗୀର ଏସ୍‌ପି ନିଲମ୍ବନ...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

Advertisement
Archives

Model This Week