ସମ୍ବଲପୁର, ୧୨।୪ (ବ୍ୟୁରୋ): ସମଗ୍ର ରାଜ୍ୟର ବିଭିନ୍ନ ଜିଲାରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ ଓଡିଶାର କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ୨ଟି ଲେଖାଏଁ ପଜିଟିଭ ରିପୋର୍ଟ ପ୍ରକାଶ ପାଇଛି । ଏହାକୁ ନେଇ ସମ୍ବଲପୁର ଜିଲାବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ପ୍ରକାଶ ବିଳମ୍ବ ହେଉଥିବା ଯୋଗୁ ଆହୁରି ଚିନ୍ତା ବଢ଼ାଇ ଦେଇଛି । ଜିଲାରୁ ଯାଇଥିବା ମୋଟ ୨୨୩ ରକ୍ତ ଓ ସ୍ବାବ୍ ନମୁନାରୁ ଏ ପର୍ଯ୍ୟନ୍ତ ମାତ୍ର ୬୭ଜଣଙ୍କ ରିପୋର୍ଟ ଜଣାପଡିଛି । ସମସ୍ତ ନେଗେଟିଭ ବାହାରିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ହେଲେ ଅନ୍ୟ ୧୫୬ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ତେଣୁ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉଙ୍କି ମାରୁଛି । ରବିବାର ସୁନ୍ଦରଗଡ ଜିଲାରେ ୨ଟି ପଜିଟିଭ ଥିବା ଜଣାପଡିବା ପରେ ଲୋକମାନେ ଆହୁରି ଭୟଭୀତ ହୋଇପଡିଛନ୍ତି । ସମ୍ବଲପୁର ଜିଲାରୁ ଯାଇଥିବା ନମୁନା ଶୀଘ୍ର ପରୀକ୍ଷା କରାଯାଇ ରିପୋର୍ଟ ପ୍ରକାଶ କରାଯାଉ ବୋଲି ଦାବି ହେଉଛି । ଦେଶ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣ ହୋଇଥିବା ୨ଟି ଅଇଁଠାପାଲି ଓ ଗୋଶାଳାରେ କ୍ବାରାଣ୍ଟାଇନ ହୋମରେ ରଖାଯାଇଛି । ସେହିପରି ହୋମ କ୍ବାରାଣ୍ଟାଇନରେ ମଧ୍ୟ ରଖାଯାଇ ତାଙ୍କ ଘର କାନ୍ଥରେ ସୂଚନା ପ୍ରଦାନ କରାଯାଇଛି । ହେଲେ ହୋମ କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଙ୍କ ପରିବାର ମଧ୍ୟ ବାହାରକୁ ଯିବା ଆସିବା କରୁଥିବା ଅଭିଯୋଗ ହୋଇଛି। ଜିଲା ପୋଲିସ ଏ ନେଇ ନିୟମ ଉଲ୍ଲଂଘନ କରୁଥିବା ଯୋଗୁ କେତେ ଜଣଙ୍କ ନାମରେ ମାମଲା ରୁଜୁ କରିସାରିଛି । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତି ଓ ବାକିଥିବା ପରୀକ୍ଷା ରିପୋର୍ଟରେ ଯଦି ପଜିଟିଭ ଆସେ ତାହେଲେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ରବିବାର ସୁଦ୍ଧା କ୍ବାରାଣ୍ଟାଇନ ହୋମରେ ୭୦ଜଣ ଥିବା ଜଣାପଡିଛି । ସେମାନଙ୍କୁ ପୋଲିସ ସୁରକ୍ଷାରେ ରଖାଯାଇ ଡାକ୍ତରି ଟିମ୍ ଯାଞ୍ଚ କରୁଛନ୍ତି । ଏ ସମ୍ପର୍କରେ ଏଡିଏମଓ ଅଶୋକ ଦାଶ କହିଛନ୍ତି ଯେ, ଜିଲାବାସୀ ସେମିତି ଭୟଭୀତ ହେବାର କୌଣସି କାରଣ ନାହିଁ । କ୍ବାରାଣ୍ଟାଇନରେ ଥିବା ବ୍ୟକ୍ତିମାନଙ୍କର ସେଭଳି କିଛି ଲକ୍ଷଣ ଦେଖାଯାଇନାହିଁ ବୋଲି ସେ କହିଛନ୍ତି ।
Posted inHome, Home Left, ଆମ ଜିଲା ଖବର, ସମ୍ବଲପୁର View All
ବିସ୍ଫୋରକ ବ୍ୟାଟିଂ ପଛର ରାଜ୍ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…
ବିମାନର ପ୍ରତ୍ୟେକ ସିଟ୍ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…
ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…
ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍ମାର୍ଗ
ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…
ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା
ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…
କାହାକୁ ଚିୟର କରିବେ ଗିଲ୍ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO
ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…
ଅଧିକାରୀ ଅଭାବ
ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…
ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…
ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…
ଯାତ୍ରୀବାହୀ ବସ୍କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…
ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…
Archives

