ଚିନିକଳ ପାଇଁ ଦ୍ୱିତୀୟ ବୈଠକ: କଡ଼ାକଡ଼ି କରାଯିବ ସୁରକ୍ଷା ବ୍ୟବସ୍ଥା

ନୟାଗଡ଼ ଅଫିସ,୧୪ା୯: ନୟାଗଡ଼ ଜିଲାରେ ବନ୍ଦ ହୋଇ ପଡ଼ିଥିବା ଏକମାତ୍ର ଶିଳ୍ପ ଚିନିକଳକୁ ଖୋଲିବା ନିମନ୍ତେ ଶୁକ୍ରବାର ସନ୍ଧ୍ୟାରେ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ, ଏମ୍‌ପି , ବିଧାୟକ, ଜିଲାପାଳ, ବିଭିନ୍ନ ଦଳର ନେତା, କୃଷକ , ଶ୍ରମିକମାନେ ସମସ୍ତେ ଏକାଠି ହୋଇ ଚିନିକଳ ଖୋଲିବା ପାଇଁ କି କି ପଦକ୍ଷେପ ନିଆଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୁରୀ ଏମ୍‌ପି ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଜିଲାପାଳ ଡା. ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ବାରମ୍ବାର ଚିନକଳ ପରିସରରୁ ଚୋରି ହେଉଥିବାରୁ ଏହାର ସୁରକ୍ଷା ପାଇଁ କଡ଼ାକଡ଼ି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଟୁଡୁ କହିଥିଲେ। ଚିନିକଳ ପରିସରରେ ପୋଲିସ କର୍ମୀ ମୁତୟନ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଜିଲାପାଳ କିଛି ଦିନ ଭିତରେ ଚିନିକଳକୁ ଯାଇ ସେଠାରେ ବର୍ତ୍ତମାନର ପରିସ୍ଥିତି ଭିଡ଼ିଓ ରେକର୍ଡ଼ିଂ କରିବେ ବୋଲି କହିଥିଲେ। ଏହା ପରେ ଆଉ ଏକ ବୈଠକ କରାଯାଇ ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଏମ୍‌ପି ମିଶ୍ର ସମସ୍ତ କାଗତପତ୍ରକୁ ଦେଖିବା ସହ କଣ ପ୍ରତିବନ୍ଧକ ରହିଛି ତାହାକୁ ଏଡ଼ାଇ ଚିନିକଳ ଖୋଲିବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ପ୍ରକାଶ କରିଥିଲେ। ଚିନିକଳ ସୁରକ୍ଷା ଅଭିଯାନର କର୍ମକର୍ତ୍ତା ବିଶ୍ୱନାଥ ମହାପାତ୍ର, ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଯୋଗେନ୍ଦ୍ର ଖୁଣ୍ଟିଆ, ଜନାର୍ଦ୍ଧନ ଦଳବେହେରା, ଚକ୍ରଧର ଜେନା, ଉମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ମୁଦୁଲି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସୁଧା ଯୋଜନାରେ ଅନିୟମିତତା

ଖଇରା,୧୦ା୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାପଡା ଓ ବଟେଶ୍ୱରଠାରେ  ବସୁଧା ଯୋଜନାରେ ୨ଟି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିବା...

ବନାଗ୍ନି: ଓଡ଼ିଶା ଆଗରେ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ଓଡ଼ିଶାରେ ବନାଗ୍ନି ବିପର୍ଯ୍ୟୟ ବଢୁଛି। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ (୭ମାସ) ମଧ୍ୟରେ ରାଜ୍ୟରେ ସର୍ବାଧିକ ଜଙ୍ଗଲ ପୋଡ଼ି ଦୃଷ୍ଟିଗୋଚର ହୋଇଛି। ଏହି ସମୟ...

ବିପଦରେ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି। ଫଳରେ ବନ୍ୟପ୍ରାଣୀ ବିପଦରେ ପଡ଼ିଲେଣି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ...

ଝାରସୁଗୁଡ଼ା ଉପନିର୍ବାଚନ: ମଇଦାନରେ ମଇଦାନରେ ଲଢ଼ିବେ ୯ ପ୍ରାର୍ଥୀ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ। ତେବେ ନାମାଙ୍କନ ପତ୍ର ଦାଖଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ...

ସୌନ୍ଦର୍ଯ୍ୟ ହରାଉଛି ଜଗୁସାଗର

ଧାମନଗର, ୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବଜାରର ମଧ୍ୟଭାଗରେ ରହିଛି ବହୁ ପୁରାତନ ତଥା ଐତିହାସିକ ଜଗୁସାଗର ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ...

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର, ଅଳ୍ପକେ ବର୍ତ୍ତିଲେ ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୦।୭(ଡି.ଏନ୍‌.ଏ.)- ସାକ୍ଷୀଗୋପାଳଙ୍କ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ୫୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର ସାକ୍ଷୀଗୋପାଳ ବଜାରରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରରେ...

ଗଣିଆରେ ବନ୍ୟା ପରିସ୍ଥିତି, ୫ ପଞ୍ଚାୟତର ୭୩ ଗାଁ ଜଳବନ୍ଦୀ

ଗଣିଆ,୧୫।୮(ଡି.ଏନ.ଏ.)-ଗତ ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ନୟାଗଡ଼ ଜିଲା ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି...

ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା: ଫାଇନାଲରେ ଓଡ଼ିଆ ଝିଅ ପ୍ରତୀକ୍ଷା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ): ‘ମିସ୍‌ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତା ଗ୍ରାଣ୍ଡ୍‌ ଫିନାଲେରେ ରହିଛନ୍ତି ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେଉଥିବା ଏହି ପ୍ରତିଯୋଗିତାର ଫାଇନାଲିଷ୍ଟ ହୋଇପାରିଛନ୍ତି ପ୍ରତୀକ୍ଷା...

Advertisement
Archives

Model This Week