ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍‌ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୭ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରଭିକ ପିଲାଇ(୩୪), ପ୍ରଡକ୍ସନ ମ୍ୟାନେଜର ଜୟଦେବ କେ.ଏସ୍‌.(୩୧), ଏଚ୍‌ଆର୍‌ ମ୍ୟାନେଜର ନେଦିହେସ୍‌ ପ୍ରକାଶ(୨୭), ସୁପରଭାଇଜର ରବିନ୍ଦ୍ରନାଥ ପରିଡା(୪୦), ସିଫ୍ଟ ଇନ୍‌ଚାର୍ଜ ବୁଲୁ ସ୍ବାଇଁ(୩୫), ସେଫ୍ଟି ମ୍ୟାନେଜର ରମାକାନ୍ତ ମହାପାତ୍ର(୩୯), ସୁପରଭାଇଜର(ପିପିଏଚ୍‌) ରାକେଶ ଧଳ(୨୬)। ଖନ୍ତାପଡ଼ା ଥାନାରେ ମାମଲା(ନଂ. ୩୫୮/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷେ କେଉଁ କାରଣରୁ ଗ୍ୟାସ ଲିକ୍‌ ହେଲା ସେ ନେଇ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଗ୍ୟାସ ଲିକ୍‌ ଯୋଗୁ ବୁଧବାର ରାତିରେ ଶହେରୁ ଊର୍ଦ୍ଧ୍ୱ ମହିଳା ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥମାନଙ୍କୁ ବାଲେଶ୍ୱର ଜିଲା ଚିକିତ୍ସାଳୟ ଏବଂ ଖନ୍ତାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ମଧ୍ୟ ୬ ଜଣିଆ ଫରେନ୍‌ଶିକ୍‌ ଟିମ୍‌ ସେଠାରେ ପହଞ୍ଚିଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ କମ୍ପାନୀକୁ ସିଲ୍‌ କରିଦିଆଯାଇଛି। ଏଥିସହ କମ୍ପାନୀ ପରିସରରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକତା ଦେଖାଇଲେ ମୁସଲମାନ ଯୁବକ

ସମ୍ବଲପୁର,୨୨ା୨(ବ୍ୟୁରୋ): ମାନିବିକତ ଆଗରେ କୌଣସି ଧର୍ମ ବଡ଼ ନୁହେଁ। ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ। ମୃତ୍ୟୁ...

ଗୋହିରା ଡ୍ୟାମ୍‌ ଜଳରେ ଭାସିଯାଇଥିବା ୯ ଉଦ୍ଧାର

ରିଆମାଳ/ଦେବଗଡ଼,୮।୧୦ (ଡି.ଏନ୍‌.ଏ.): ଦେବଗଡ ଜିଲାର ଗୋହିରା ଡ୍ୟାମର ଜଳ ନିଷ୍କାସନ ବେଳେ ଭାସିଯାଇଥିବା ୯ଜଣ ଉଦ୍ଧାର ହୋଇଛନ୍ତି। ଶୁକ୍ରବାର ତଳମୁଣ୍ଡରେ ଗୋହିରା ନାଳରେ ଫଟୋ ଉଠାଇବାକୁ...

ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ପ୍ରତିଯୋଗିତା

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟରେ ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଖଡିଆଳ ବ୍ଲକସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି...

ଦୋକାନୀଙ୍କୁ ତାଗିଦ୍‌, ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ବାଲେଶ୍ୱର ଜିଲାପାଳ

ବାଲେଶ୍ୱର ଅଫିସ, ୭।୪-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାମାଜିକ ଦୂରତ୍ୱ କଟକଣାକୁ କଡ଼ାକଡ଼ି କରାଯାଇଛି। ଅନେକ...

ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି...

ଆମ ଶୌଚାଳୟ ପରିଷ୍କାର ପରିଚ୍ଛନ୍ନତା ଦାବି

ବ୍ରହ୍ମପୁର ଅଫିସ,୨୩।୫: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ସାହି ଓ ପୋଖରୀଗୁଡିକୁ ସ୍ବଚ୍ଛତା ଲକ୍ଷ୍ୟରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ୱାର୍ଡରେ ଆମ...

ଆଗକୁ ଆହୁରି ବଢିବ ଶୀତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ରାତି ଅପେକ୍ଷା ସକାଳୁ ପାରଦ ସର୍ବନିମ୍ନ ସ୍ତରକୁ ଖସୁଥିବାରୁ ଅସମ୍ଭାଳ ଜାଡ଼ରେ ଥରୁଛନ୍ତି ଲୋକେ। କୁହୁଡ଼ି ସହ...

ନୂଆ ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିରୋଧୀ ଦଳ ନେତା ହେଲେ ବରିଷ୍ଠ ଭାଜପା ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶନିବାର ରାଜ୍ୟ ଭାଜପା ପକ୍ଷରୁ ତାଙ୍କୁ...

Advertisement
Archives

Model This Week