ଚିକେନ ମଷ୍ଟାର୍ଡ

ଚିକେନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରତି ଏବେବି ଆଦର ବଢୁଛି। ଗ୍ରାହକଙ୍କ ଆଦର ଓ ରୁଚି ଅନୁଯାୟୀ ଏବେ ହୋଟେଲଗୁଡିକ ମଧ୍ୟ ଚିକେନରେ ବିଭିନ୍ନ ନୂଆ ନୂଆ ଡିସ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ରେଷ୍ଟୁରାଣ୍ଟଗୁଡିକ ମଧ୍ୟରେ ଚିକେନରେ ବିଭିନ୍ନ ଡିସ୍‌ ପ୍ରସ୍ତୁତ କରିବାରେ ଏକ ଚାହିଦାଯୁକ୍ତ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁରର ପୁରୁଣା ବସ୍‌ଷ୍ଟାଣ୍ଡ ରୋଡରେ ଥିବା ସ୍ବାଦିଷ୍ଟ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ସେଥିମଧ୍ୟରୁ ଏହି ରେଷ୍ଟୁରାଣ୍ଟର ଚିକେନରେ ପ୍ରସ୍ତୁତ ମଷ୍ଟାର୍ଡର ଖୁବ୍‌ ଚାହିଦା ରହିଛି। ଏହି ରେଷ୍ଟୁରାଣ୍ଟରେ ଉକ୍ତ ଡିସ୍‌ର ପ୍ଲେଟ ପିଛା ମୂଲ୍ୟ ୧୩୦ଟଙ୍କା ରହିଛି। ଏହାର ପ୍ରସ୍ତୁତି ସମ୍ପର୍କରେ ରେଷ୍ଟୁରାଣ୍ଟର କୁକ୍‌ ସମୀର ନାୟକ କହନ୍ତି…..
ଆବଶ୍ୟକ ସାମଗ୍ରୀ
ଚିକେନ-୨୦୦ଗ୍ରାମ୍‌
କଞ୍ଚା ଅଣ୍ଡା-୧ ଟା
ସୋରିଷ ବଟା-୩ ଚାମଚ
ପିଆଜ-୧୦୦ଗ୍ରାମ
କ୍ୟାପ୍‌ସିକମ୍‌-୧୦୦ଗ୍ରାମ
ପତ୍ରକୋବି-୧୦୦ଗ୍ରାମ
ଗୋଲମରିଚ ଗୁଣ୍ଡ- ୧ଚାମଚ
ଅଦା ପେଷ୍ଟ-ଦରକାର ଅନୁଯାୟୀ
କନ୍‌ଫ୍ଲୋର- ଆବଶ୍ୟକ ଅନୁଯାୟୀ
ଗ୍ରୀନଚିଲି- ଅଳ୍ପ ପରିମାଣ
ଅଦା, ରସୁଣ, କଞ୍ଚାଲଙ୍କା
ଆବଶ୍ୟକ ଅନୁଯାୟୀ
ରେଡ ଚିଲି ଶସ୍‌- ଅଳ୍ପ ପରିମାଣର
ଲୁଣ -ସ୍ବାଦ ଅନୁଯାୟୀ
ଚାଇନା ସଲ୍‌ଟ- ୧ ଚାମଚ
ପିଆଜ ପତ୍ର- ଅଳ୍ପ
ଧନିଆ ପତ୍ର- ଅଳ୍ପ
ଟମାଟ ଶସ୍‌-ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଚିକେନକୁ କାଟି ଭଲଭାବରେ ଧୋଇ ଏକ ପାତ୍ରରେ ରଖିବେ। ୨୦୦ଗ୍ରାମ କଟା ଚିକେନ ସହ ଗୋଟିଏ କଞ୍ଚା ଅଣ୍ଡା, ଅଦା, ରସୁଣ ପେଷ୍ଟ, ଅଳ୍ପ ଲୁଣ, ଅଳ୍ପ ପରିମାଣର ଚାଇନା ସଲ୍ଟ, ଗୋଲମରିଚ ଗୁଣ୍ଡକୁ ଭଲ ଭାବରେ ମିଶାଇ ମିଶ୍ରଣ ପ୍ରସ୍ତୁତ କରିବେ। ମିଶ୍ରଣ ପ୍ରସ୍ତୁତ ପରେ ସେଥିରେ ମଇଦା କନଫ୍ଲୋର ଦେଇ ୧୦ ମିନିଟ ଛାଡିଦେବେ। ଏହାପରେ ଚୁଲିରେ ଏକ କଡେଇ ବସାଇ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ ସେଥିରେ ଲଙ୍କା, ରସୁଣ, ଅଦା ପକାଇ ଫ୍ରାଏ କରିବେ। କିଛି ସମୟ ଫ୍ରାଏ କରିବା ପରେ ପୂର୍ବରୁ କଟାଯାଇଥିବା ପିଆଜ, କ୍ୟାପ୍‌ସିକମ, ପତ୍ରକୋବି ପକାଇ ଭାଜିବେ। ଅଳ୍ପ ଭାଜିବା ପରେ ସେଥିରେ ଲୁଣ(ସ୍ବାଦ ଅନୁସାରେ), ଏକ ଚାମଚ ଚାଇନା ସଲ୍‌ଟ, ଗୋଟିଏ ଚାମଚ ଟମାଟ ଶସ୍‌, ସୋରିଷବଟା ୩ ଚାମଚ ସହ ରେଡ ଚିଲି ପେଷ୍ଟ ପକାଇ ପୁଣି ଫ୍ରାଏ କରିବେ। ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚିକେନ ମିଶ୍ରଣକୁ ଏଥିରେ ମିଶାଇ ଫ୍ରାଏ କରିବେ। ୨ ମିନିଟ୍‌ ଫ୍ରାଏ କରିବା ପରେ ସେଥିରେ ଧନିଆ ପତ୍ର, ପିଆଜ ପତ୍ର ପକାଇ ଏକ ପ୍ଲେଟକୁ ବାହାର କରି ପରଷିବେ।
ରିପୋର୍ଟ: ଦୀପକ କୁମାର ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ବୃହତ୍‌ ଷ୍ଟିଲ୍‌ ପ୍ଲାଣ୍ଟ ଭୁଲିଯାଇ ଜାହାଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

ଜିଲାପାଳଙ୍କୁ ଫେରାଦ ହେଲେ ନିରାଶ ଆଶାୟୀ: ରାତିଅଧରେ ସ୍ପଷ୍ଟୀକରଣ ଦେଲା ବିଭାଗ

ବରଗଡ଼/ଅତାବିରା,୮।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡିଂ ଲାଇଭହୁଡସ୍‌ ଥ୍ରୁ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri