ଚିକେନ୍‌ ପଟିଆଲା

ଖାଦ୍ୟ ପାଇଁ ରାଜ୍ୟ ତଥା ବାହାରେ ବେଶ୍‌ ପରିଚିତ ରେଶମ ସହର ବ୍ରହ୍ମପୁର। ଗ୍ରାହକଙ୍କ ଚାହିଦା ମୁତାବକ ଖାଦ୍ୟ ପ୍ରସ୍ତୁତି ପାଇଁ ସହରରେ ଖୋଲିଛି ଅନେକ ସ୍ବାଦିଷ୍ଠ ରେଷ୍ଟୁରାଣ୍ଟ। ସେଥିମଧ୍ୟରେ ଏକ ନିଆରା ଖାଦ୍ୟ ପ୍ରସ୍ତୁତକାରୀ ରେଷ୍ଟୁରାଣ୍ଟ ହେଉଛି ବ୍ରହ୍ମପୁର ଦଳୁଆ ସାହି କ୍ୟାଣ୍ଟନମେଣ୍ଟ ରୋଡ ଏସ୍‌ବିଆଇ ସାନ୍ଧ୍ୟ ବ୍ରାଞ୍ଚ ନିକଟରେ ଥିବା କିକ୍‌ ରେଷ୍ଟ୍ରୋ। ନିରାମିଷ ତଥା ଆମିଷ ବିଭିନ୍ନ ପ୍ରକାର ଡିଶ୍‌ ପାଇଁ ଏହା ଅଳ୍ପ ଦିନରେ ବେଶ ସୁନାମ ଅର୍ଜନ କରିଛି। ବିଶେଷ କରି ଚିକେନରେ ପ୍ରସ୍ତୁତ ବିଭିନ୍ନ ଡିଶ୍‌୍‌ର ଚାହିଦା ଅଧିକ ରହିଛି। ଏହି ରେଷ୍ଟୁରାଣ୍ଟର ଚାହିଦାଯୁକ୍ତ ତଥା ସ୍ବତନ୍ତ୍ର ଡିଶ୍‌୍‌ ହେଉଛି ଚିକେନ ପଟିଆଲା। ଏହି ଡିଶ୍‌ର ପ୍ଲେଟ ପିଛା ମୂଲ୍ୟ ୧୯୯ଟଙ୍କା ରହିଛି। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ ରେଷ୍ଟୁରାଣ୍ଟ ଆସିଷ୍ଟାଣ୍ଟ କୁକ୍‌ କାହ୍ନା ରଣା କହନ୍ତି…..

ଆବଶ୍ୟକ ସାମଗ୍ରୀ:

କଞ୍ଚା ଅଣ୍ଡା: ୨ଟା
ଚିକେନ-୬୦୦ଗ୍ରାମ
ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି):
ଏକ ଚାମଚ(ବଡ ଚାମଚ)
ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ)
ଧନିଆ ପାଉଡର: ୧/୨ ଚାମଚ
ଜିରା ପାଉଡର: ୧/୨ ଚାମଚ
କସ୍ତୁରୀ ମେଥି(ମେଥି ପତ୍ର): ଏକ ଚୁଟ୍‌କି
ଲହୁଣି: ୧/୨ ଚାମଚ
କଟା ରସୁଣ: ୧/୨ ଚାମଚ
ଲୁଣ: ସ୍ବାଦ ଅନୁସାରେ
ଚିନି: ଅଳ୍ପ
ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଛୋଟ ଛୋଟ ପିସ୍‌ କରି କାଟି ରଖିବେ। ଚୁଲା ଉପରେ କଡେଇ ବସାଇ ତେଲ ପକାଇବେ। ତେଲ ଗରମ ହେବା ପରେ ଦୁଇଟି ଅଣ୍ଡାକୁ ଫଟାଇ ପକାଇ ଅମ୍‌ଲେଟ୍‌ ପ୍ରସ୍ତୁତ କରିବେ। ଏହାକୁ ଗୋଟିଏ ପ୍ଲେଟକୁ ବାହାର କରିନେବେ। ଏହାପରେ ଅନ୍ୟ ଏକ କଡେଇରେ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ କଟା ରସୁଣ, ମେଥିପତ୍ର ଓ ପିଆଜ ପକାଇ ଫ୍ରାଏ କରିବେ। ଏହା ପରେ ପୂର୍ବରୁ ଧୁଆହୋଇ ରଖାଯାଇଥିବା ଚିକେନକୁ ସେଥିରେ ପକାଇ ଫ୍ରାଏ କରି କିଛି ସମୟ ଛାଡିଦେବେ। ଏହାପରେ ସେଥିରେ ୟେଲୋ ଗ୍ରେଭି(ପିଆଜ କାଜୁ ପେଷ୍ଟ) ଛୋଟ ଚାମଚରେ ଦୁଇ ଚାମଚ ପକାଇ ଅଳ୍ପ ପାଣି ଦେବେ। ସେଥିରେ ମରିଚ ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର ଅଧା ଚାମଚ ପକାଇ ଫ୍ରାଏ କରିବେ। ଶେଷରେ ଅଳ୍ପ ଚିନି ପକାଇ ଏକ ପ୍ଲେଟକୁ ବାହାର କରିବେ। ପୁଣି ଅନ୍ୟ ଏକ କଡେଇକୁ ଗରମ କରି ଅଳ୍ପ ରସୁଣ, ମେଥି ଫ୍ରାଏ କରିବା ପରେ ବଳକା ୟେଲୋ ଗ୍ରେଭି, ଜିରା ପାଉଡର, ଧନିଆ ପାଉଡର, ଲହୁଣି ପକାଇ ଝୋଳ ସଦୃଶ ହେବା ପରେ ଚିନି ପକାଇ ପ୍ଲେଟକୁ ବାହାର କରିନେବେ। ଅନ୍ୟ ଏକ ପ୍ଲେଟରେ ପୂର୍ବରୁ ପ୍ରସ୍ତୁତ ଅଣ୍ଡା ଅମ୍‌ଲେଟ୍‌ ଉପରେ କଷା ଚିକେନକୁ ଦେଇ ରୋଲ ଭଳି ଗୋଡାଇବେ। ରୋଲକୁ ମଧ୍ୟଭାଗରୁ ଛୋଟ ଛୋଟ ପିସ୍‌ କରି କାଟି ତା’ ଉପରେ ପ୍ରସ୍ତୁତ ମସଲା ଝୋଳକୁ ପକାଇବେ। ଏହାଉପରେ ସ୍ବତନ୍ତ୍ର ପ୍ଲେଟକୁ ବାହାର କରି ଅମୂଲ କ୍ରିମ ପକାଇ ଧନିଆ ପତ୍ର ଦେଇ ପରଷିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହାଣୁ ସଂଘାତ ମହାକାଶ ଅଭିଯାନ

”କୌଣସି ଗ୍ରହାଣୁ ପୃଥିବୀ ଆଡ଼କୁ ଆସି ଧକ୍କା ହେବାର ସମ୍ଭାବନା ଜଣାଗଲେ ଗୋଟିଏ କୃତ୍ରିମ ଉପଗ୍ରହ ପଠାଇ ତାହା ସହିତ ସଂଘର୍ଷ କରାଇ ତାହାର ଗତିପଥ...

ନୂଆବର୍ଷରେ ରଙ୍ଗର ପ୍ରଭାବ

ଆଉ ଦିନ କେଇଟା ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ସେହି ଅନୁଯାୟୀ ସମସ୍ତଙ୍କର ଆକାଂକ୍ଷା ଥିବ, ନୂଆବର୍ଷଟି କିପରି ସୁଖମୟ,...

ବୟସ୍କଙ୍କ ଲାଗି ଚିନ୍ତାର କାରଣ ପାଲଟେ ଏସବୁ ସମସ୍ୟା

ମନୁଷ୍ୟ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡ଼େ। କାରଣ...

ଶିଙ୍ଗ କାରିଗରି

ଓଡ଼ିଶାର ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଓ କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ। ବିଭିନ୍ନ ସ୍ଥାନର ସ୍ବତନ୍ତ୍ରତା ବେଶ୍‌ ବାରିହୋଇପଡ଼େ। ଏଥିପାଇଁ ସେହି...

ଏହି ୪ଟି କଥା କୁହନ୍ତୁ ନାହିଁ କାହାକୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନର ଅନେକ ଦିଗ ଉପରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ।...

ଶୀତଦିନେ ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ଏହି ୫ ଜିନିଷ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ...

ଓ୍ବାକିଂ ଶୁଜ୍‌ କିଣୁଥିଲେ

ବେଷ୍ଟ ରେଜଲ୍ଟ ପାଇବାକୁ ହେଲେ ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ...

ଜାଣନ୍ତୁ ‘ଭିଟାମିନ୍‌-ସି’ ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ

ଭିଟାମିନ୍‌-ସି’ ଶରୀର ଲାଗି ଜରୁରୀ। ଏଥିରୁ ଜରୁରୀ ପୋଷକତତ୍ତ୍ୱ ମିଳିଥାଏ। ମାତ୍ର ଅନେକ ଏହି ଭିଟାମିନ କମ୍‌ ଥିବା ସମସ୍ୟାରେ ଜଡିତ ହୋଇଥାନ୍ତି। ତେବେ ଶରୀରକୁ...

Advertisement
Archives

Model This Week