ଚିକେନ୍‌ କାଲି ମିର୍ଚି

ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ରୁଚିକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରାୟ ବଡ଼ ବଡ଼ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଅନେକ ଦେଶୀ, ବିଦେଶୀ ଖାଦ୍ୟର ମଜା ବି ନେଉଛନ୍ତି ଗ୍ରାହକ। ସି’ବିଚ୍‌ ରୋଡ୍‌ସ୍ଥିତ ପୁରୀ ହୋଟେଲରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରଷା ଯାଉଛି। ତେବେ ଏଠାରେ ଏକ ଚାହିଦାଯୁକ୍ତ ଡିଶ୍‌ ହେଉଛି ଚିକେନ୍‌ କାଲି ମିର୍ଚି। ଏହି ଇଣ୍ଡିଆନ୍‌ ଡିଶ୍‌ର ଗୋଟିଏ ପ୍ଲେଟ୍‌ ଦାମ୍‌ ରହିଛି ୨୮୦ ଟଙ୍କା। ଚିକେନ୍‌ କାଲି ମିର୍ଚିର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ରଶ୍ମିରଞ୍ଜନ ବିଶ୍ୱାଳ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ଚିକେନ୍‌: ୨୦୦ ଗ୍ରାମ୍‌
କଟା ପିଆଜ: ୫୦ ଗ୍ରାମ୍‌
ଅଦା ରସୁଣ ପେଷ୍ଟ: ୨୦ ଗ୍ରାମ୍‌
ଟମାଟୋ ସସ୍‌: ୫୦ ଗ୍ରାମ୍‌
କାଜୁବଟା: ୨୫ ଗ୍ରାମ୍‌
ରିଫାଇନ୍‌ ତେଲ: ୫୦ ଗ୍ରାମ
ଦହି: ୨୫ ଗ୍ରାମ୍‌
କ୍ଷୀର: ୫୦ ଗ୍ରାମ୍‌
ଗରମ ମସଲା: ୧୦ ଗ୍ରାମ୍‌
ଲଙ୍କାଗୁଣ୍ଡ: ୧୦ ଗ୍ରାମ୍‌
ହଳଦୀଗୁଣ୍ଡ: ୫ ଗ୍ରାମ୍‌
ଶୁଖିଲା ଲଙ୍କା: ୨ଟା
ମେଥିପତ୍ର: ୧୦ ଗ୍ରାମ୍‌
ଗୋଟା ଗୋଲମରିଚ: ୧୦ ଗ୍ରାମ୍‌
ଗୋଲମରିଚ ଗୁଣ୍ଡ: ୧୦ ଗ୍ରାମ୍‌
ଅମୁଲ କ୍ରିମ୍‌: ୧୦ ଗ୍ରାମ୍‌
ଚିକେନ ମସଲା: ୫ ଗ୍ରାମ୍‌
ଭୁର୍ସୁଙ୍ଗପତ୍ର: ୫ ଗ୍ରାମ୍‌
କଞ୍ଚାଲଙ୍କା: ୨ଟା
ଧନିଆପତ୍ର: ୫ ଗ୍ରାମ୍‌
ସ୍ବାଦ ଅନୁସାରେ ଲୁଣ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ:ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦା ରସୁଣ ପେଷ୍ଟ ଅଧା, ଲୁଣ ଓ ହଳଦୀ ମିଶାଇ କିଛି ସମୟ ଗୋଳାନ୍ତୁ। ନିଅଁ।ରେ ପ୍ୟାନ୍‌ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେଲା ପରେ ସେଥିରେ ଶୁଖିଲା ଲଙ୍କା, ଭୁର୍ସୁଙ୍ଗପତ୍ର ଓ କିଛି ସମୟ ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ସାମାନ୍ୟ ବ୍ରାଉନ କଲର୍‌ ହେବା ପରେ ସେଥିର ଗୋଟା ଗୋଲମରିଚ ଏବଂ ବଳକା ଅଦା ରସୁଣ ପେଷ୍ଟ ପକାନ୍ତୁ। ଏହା ଧୀରେ ଧୀରେ ବ୍ରାଉନ କଲର୍‌ ହୋଇଯିବ। ଏଥିରେ କାଜୁବଟା ପକାଇ କଷନ୍ତୁ। ପରେ ଟମାଟୋ ଜୁସ୍‌, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ମେଥିପତ୍ର, ଚିକେନ୍‌ ମସଲା, ଦହି ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଗ୍ରେଭି ପ୍ରସ୍ତୁତ ହୋଇଯାଏ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ପକାଇ ପୂର୍ବରୁ ଗୋଳାଇ ରଖିଥିବା ଚିକେନ୍‌ ଫ୍ରାଏ କରନ୍ତୁ। ଏପଟେ ଗ୍ରେଭିରେ କ୍ଷୀର ଦେବା ପରେ ଫ୍ରାଏ୍‌ ଚିକେନ୍‌ ପକାନ୍ତୁ। ୧୦ ମିିନିଟ୍‌ ଫୁଟିବା ପରେ ସେଥିରେ ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ଅମୁଲ କ୍ରିମ୍‌ ଦେଇ ଓହ୍ଲାଇ ଦେବେ। ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ କାଲି ମିର୍ଚି। ପ୍ଲେଟ୍‌ରେ କାଢି ଧନିଆପତ୍ର ଏବଂ କଞ୍ଚାଲଙ୍କା ଦେଇ ସଜାଇ ଗରମ ଗରମ ନାନ୍‌ ଏବଂ ରୁଟି ସହିତ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମନକୁ ଖୁସି ରଖିବା ପାଇଁ ପ୍ରତିଦିନ ଏଥିରୁ ଗୋଟିଏ…

ପ୍ରତିଦିନ ଲାଲ୍‌ ଲଙ୍କା ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ କ୍ୟାପ୍ସେସିନ୍‌ ନାମକ ରାସାୟନିକ ପଦାର୍ଥ ରହିଥାଏ। ଏହା ସ୍ନାୟୁତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଏହା...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି...

ଟ୍ରାଇ କଲର୍‌ ଫ୍ୟାଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଖାସ୍‌ ଲୁକ୍‌ ପାଇବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଜାତୀୟ ପତାକାର ରଙ୍ଗ ସହ ମ୍ୟାଚ୍‌ କଲା...

ଉପକାରୀ ଉଷୁମ ପାଣି

ଉଷୁମ ପାଣିରେ ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଅନ୍ତୁ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକର ସାବ୍ୟସ୍ତ...

କଚି ମିର୍ଚି କା ମୁର୍ଗ

ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ...

ଆଲିଆଙ୍କ ପ୍ରିୟ ଖାଦ୍ୟ: ଏଥିରେ ରହିଛି ଏସବୁ ଉପକାରୀ ଗୁଣ

ବଲିଉଡ୍‌ର କୌଣସି ତାରକା ଯଦି କୁହନ୍ତି, ତାଙ୍କର ପ୍ରିୟ ଖାଦ୍ୟ ଦହି ଭାତ ତେବେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ। ମାତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଦହି...

ଟ୍ୟାନ୍‌ ଫ୍ରି ତ୍ୱଚା ପାଇଁ କାକୁଡ଼ି

କାକୁଡ଼ି ଖାଇବା କେବଳ ସ୍ବାସ୍ଥ୍ୟ ପାଇଁ ଉପକାରୀ ନୁହେଁ, ବରଂ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚାକୁ ଟ୍ୟାନ୍‌ ଫ୍ରି ରଖିବାରେ ମଧ୍ୟ ବେଶ୍‌ଲାଭଦାୟକ।...

ଘରେ ଶାନ୍ତି ରହିବା ପାଇଁ …

ସପ୍ତାହରେ ଥରେ ହେଉନା କାହିଁକି ଘରେ ଝୁଣା ଧୂପ ଲଗାଇବା ଶୁଭ ହୋଇଥାଏ। ସେହିପରି ତାଓ୍ବାରେ ରୁଟି ସେକିବା ପୂର୍ବରୁ ସେଥିରେ କିଛି କ୍ଷୀରର ଛିଟା...

Advertisement
Archives

Model This Week