ଚା’ ପିଇ ଗପୁଥିଲେ, ସାପକାମୁଡ଼ା ରୋଗୀଙ୍କୁ ଲାଇନ୍‌ରେ ଆସିବାକୁ କହିଲେ: ଚିକିତ୍ସା ବିଳମ୍ବରୁ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାପ କାମୁଡାରେ ଆହତ ଜଣେ ମହିଳା ଚାଷୀଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସୋମବାର ଅପରାହ୍ନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଡାକ୍ତରଙ୍କ ଅବହେଳା ଓ ଚିକିତ୍ସାରେ ବିଳମ୍ବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। ମୃତ ମହିଳା ଜଣକ ହେଲେ ବାଲିଅନ୍ତା ଥାନା ଗଣ୍ଡିଲୋ ଗ୍ରାମର ମାଗୁଣି ଭୋଇ (୫୫)। ଚାମ୍ବରରେ ଡାକ୍ତରମାନେ ଗପି ଗପି ଚା’ ପିଇ ରୋଗୀଙ୍କୁ ଗୁରୁତ୍ୱ ନ ଦେବାରୁ ମାଗୁଣିଙ୍କ ଜୀବନ ଚାଲିଗଲା ବୋଲି କହି ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉତ୍ତେଜନା ବଢ଼ୁଥିବାବେଳେ ଫାଣ୍ଡି ପୋଲିସ ପ୍ରଥମେ ସେମାନଙ୍କୁ ବୁଝାଶୁଝା କରିଥିଲେ। ପରେ ଗଣ୍ଡଗୋଳ କଲେ ବନ୍ଧା ହେବ ବୋଲି ଧମକ ଦେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ବାଲିଅନ୍ତା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଥିଲା।
ଅଭିଯୋଗ ଅନୁଯାୟୀ, ସବୁଦିନ ପରି ସୋମବାର ସକାଳେ ମାଗୁଣି ଘର ନିକଟ ଧାନ ବିଲରୁ ଘାସ ବାଛୁଥିଲେ। ସକାଳ ପ୍ରାୟ ୯ଟା ୩୦ରେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା। ମାଗୁଣି ସେଠାରେ ବିଲ ବାଛୁଥିବା ଅନ୍ୟମାନଙ୍କୁ ଜଣାଇବାରୁ ସେମାନେ ତାଙ୍କୁ ଘରକୁ ନେଇଆସିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଉଥିବା ଦେଖି ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ମଧ୍ୟ ତାହା ଆସି ନ ଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଗୁରୁତର ଅବସ୍ଥାରେ ମାଗୁଣିଙ୍କୁ ଏକ ବାଇକ୍‌ରେ ବସାଇ ବାହାରିଥିଲେ। ରଙ୍ଗବଜାର ନିକଟରେ ଥିବା ଏକ ଘରୋଇ ଆମ୍ବୁଲାନ୍ସକୁ ଦେଖି ଡ୍ରାଇଭରଙ୍କ ହାତଗୋଡ଼ ଧରି ମାଗୁଣିଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲରେ ପହଞ୍ଚତ୍ବା ସମୟରେ ଡାକ୍ତରଙ୍କ ପାଖରେ ଏକାଧିକ ରୋଗୀ ଧାଡିରେ ଛିଡା ହୋଇଥିଲେ। ମାଗୁଣିଙ୍କୁ ସାପ କାମୁଡିଥିବା ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିବାରୁ ତାଙ୍କୁ ଆଗେ ଦେଖିବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ। ହେଲେ ଡାକ୍ତର ଓ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀମାନେ ଲାଇନ୍‌ରେ ଆସ କହିଥିଲେ। ପୁଣି ଡାକ୍ତର ଚା’ପିଇ ଗପୁଥିବାରୁ ମାଗୁଣିଙ୍କୁ ଦେଖିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ବୋଲି ତାଙ୍କ ନାତୁଣୀ ବୋହୂ ମନୋରମା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ପହଞ୍ଚତ୍ବାର ପ୍ରାୟ ଏକ ଘଣ୍ଟା ପରେ ରକ୍ତ ପରୀକ୍ଷା ପାଇଁ ନିଆଯାଇଥିଲା। ରିପୋର୍ଟ ବାହାରିବା ପରେ ଡାକ୍ତର ଇଞ୍ଜେକ୍ସନ ଦେଇ ଆଇସିୟୁକୁ ନେବା ପାଇଁ କହିଥିଲେ। ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଆଇସିୟୁକୁ ନେବା ସମୟରେ ରୋଗୀଙ୍କର ଜୀବନ ଚାଲିଯାଇଥିଲା। ମାଗୁଣିଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତରଙ୍କ ବିଳମ୍ବିତ ଚିକିତ୍ସାକୁ ଦାୟୀ କହିଛନ୍ତି। ଯଦି ଡାକ୍ତର ତାଙ୍କୁ ଶୀଘ୍ର ଦେଖି ଚିକିତ୍ସା ଆରମ୍ଭ କରିଥାନ୍ତେ ତେବେ ନିଶ୍ଚିତ ମାଗୁଣି ବଞ୍ଚତ୍ୟାଇଥାନ୍ତେ ବୋଲି ସେମାନେ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାସ କହିଛନ୍ତି, ଡାକ୍ତରଙ୍କର କିଛି ଅବହେଳା ନାହିଁ। ସେମାନେ ବିଳମ୍ବରେ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ରୋଗୀଙ୍କୁ ଦେଖି ତୁରନ୍ତ ସାପ କାମୁଡା ଇଞ୍ଜେକ୍ସନ ଦେଇଥିଲେ। ସେମାନେ କେବଳ କ୍ଷତିପୂରଣ ପାଇଁ ଏଭଳି ଅଭିଯୋଗ ଆଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri