ଚାଷୀଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବି: ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ଦାବିପତ୍ର

ଜୁନାଗଡ,୨୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ସୋମବାର ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗଙ୍କ ଜରିଆରେ ଜିଲା ଉପକୃଷି ନିର୍ଦ୍ଦେଶକଙ୍କୁ ଏକ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜୁନାଗଡ ବ୍ଲକରେ ୩୪ଟି ପଞ୍ଚାୟତରେ ବାସ କରୁଥିବା ନିରୀହ ଚାଷୀମାନଙ୍କୁ ଚିହ୍ନଟ କରି ଶୀଘ୍ର ଚାଷୀ ପ୍ରମାଣପତ୍ର ପ୍ରଦାନ କରିବା, ଉପଯୁକ୍ତ ସମୟରେ ରିହାତି ଦରରେ ବିହନ, ସାର, କୀଟନାଶକ ପ୍ରଦାନ କରିବା ଓ ପୂର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତଗୁଡିକର ଶୀଘ୍ର ନିଷ୍ପତ୍ତି ନେବା ଆଦି ଦାବି ଏଥିରେ ଉଲ୍ଲେଖ କରାଯାଇଛି। ଜୁନାଗଡ ବ୍ଲକ ଅନେକ ଚାଷୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚତ୍ତ ଅଛନ୍ତି। ଏହି ବ୍ଲକରେ ବାସ କରୁଥିବା ଚାଷୀମାନେ ପଛୁଆ ଓ ରାଜନୈତିକ ତଥା ଅର୍ଥନୈତିକସ୍ତରରେ ଦୁର୍ବଳ ଅଛନ୍ତି। ତେଣୁ ଜମି ପାସବୁକ, ଚାଷୀ ପରିଚୟପତ୍ର, କିଷାନ କ୍ରେଡିଟ କାର୍ଡ ଭଳି ବିଭିନ୍ନ ଅତ୍ୟାବଶ୍ୟକ ଦସ୍ତାବିଜ ସହିତ ରିହାତି ଦରରେ ବିହନ, ସାର, କୀଟନାଶକ ଆଦି ସାମଗ୍ରୀ ପାଇ ପାରୁନାହାନ୍ତି। ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇ ନ ପାରିବାରୁ ଆର୍ଥତ୍କସ୍ତରରେ ଅନଗ୍ରସର ହୋଇପଡିଛନ୍ତି। ଏହାକୁ ନେଇ କଳାହାଣ୍ଡି ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ସଙ୍ଗଠନ ଆବାହକ ମଧୁସୁଦନ ନାଏକ, ସଦସ୍ୟ ମନୋଜ କୁମାର ନାଏକ, ସୁଦର୍ଶନ ନାଏକ, ବିନୋଦ ବେମାଲ, ସୀମାଞ୍ଚଳ ନାଗ ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋର ସନ୍ଦେହ: ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଆସିକା,୨୯ା୭(ଡି.ଏନ୍‌.ଏ): ଗାଙ୍ଗପୁର ଥାନା ପଳାସପଲ୍ଲୀ ଗ୍ରାମରେ ରବିବାର ପୂର୍ବାହ୍ନରେ ସାଇକଲରେ ବୁଲି ମାଂସ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଛେଳି ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସ...

ଜୁଆ ଆଡ୍ଡାରେ ଚଢ଼ାଉ: ୧୫୨ ଗିରଫ, ୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ଛତ୍ରପୁର,(ଡି.ଏନ୍‌.ଏ.)/ବ୍ରହ୍ମପୁର ଅଫିସ,୭ା୧୦-କୁମାର ପୂର୍ଣ୍ଣିମା ପୂର୍ବରୁ ଗଞ୍ଜାମ ଜିଲାରେ ଏକାଧିକ ସ୍ଥାନରେ ଜୁଆଖେଳ ଚାଲିଛି। ପୋଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ପରମ୍ପରାର ଦ୍ୱାହି ଦେଇ ଏହି...

୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କଲେ ମହିଳା

ସୋନପୁର,୧୩।୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲାର ୧୦୦ରୁ ଊର୍ଦ୍ଧ୍ୱ ମହିଳା ୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ମାତ୍ର ୫ ଦିନ ଭିତରେ ମହିଳାମାନେ ୮/୧୨ ଇଞ୍ଚ...

ବର୍ଷା ସାଜିଛି ବାଧକ, ଚାଷ ଆଗେଇ ପାରୁନି୨ ମାସରେ ୪୦୫ ମି.ମି. ବର୍ଷା ହୋଇଛି

କର୍ଲାମୁଣ୍ଡା,୬।୮(ଡି.ଏନ.ଏ.) ଦିନକୁ ଦିନ ଗଡି ଚାଲିଥିଲେ ହେଁ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚାଷ କାର୍ଯ୍ୟ ଏବେ ଠପ୍‌ ହୋଇଯାଇଛି । କଳାହାଣ୍ଡି ଜିଲା...

ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ...

ଅବହେଳିତ ପରିବେଶ ପର୍ଯ୍ୟଟନସ୍ଥଳୀ: ଯୋଗୀଯୋଗିଆଣୀ ବୌଦ୍ଧ ପୀଠ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ବୌଦ୍ଧପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରିବାର ୩ ବର୍ଷ ବିତିଲାଣି ।ମାତ୍ର ଏହି...

ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି

ରାଜନଗର,୧୧ା୫(ଡି.ଏନ୍‌.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ଭାଇ

ପାଟଣା,୧୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝହ୍ନେଇପଶି ଗ୍ରାମର ନାଳ ନିକଟରେ ଥିବା ଆକାଶିଆ ଜଙ୍ଗଲରୁ ଶନିବାର ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ...

Advertisement
Archives

Model This Week