ଚାଷୀଙ୍କ ନାମ ପଞ୍ଜୀକରଣ ସମୟସୀମା ଜୁଲାଇ ୩୦କୁ ବୃଦ୍ଧି

ଭୁବନେଶ୍ୱର,୮।୫(ବ୍ୟୁରୋ): ୨୦୧୯-୨୦ରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀଙ୍କଠାରୁ ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି। ଏଥିଲାଗି ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମା ଜୁଲାଇ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ବଳବତ୍ତର ଥିବାରୁ ଚାଷୀଙ୍କ ନାମ ପଞ୍ଜୀକରଣକୁ ସୁଗମ କରିବା ଲାଗି ସମୟସୀମା ମେ ୭ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ଚାଷୀଙ୍କୁ ଚିହ୍ନଟକରି ସେମାନଙ୍କ ନାମ ପଞ୍ଜୀକରଣ କରାଯିବ। ଚିହ୍ନଟ ଓ ପଞ୍ଜୀକରଣ ନିମନ୍ତେ ଆଧାର କାର୍ଡ କିମ୍ବା ବ୍ୟାଙ୍କ ପାସ୍‌ ବୁକ୍‌ର ପ୍ରଥମ ପୃଷ୍ଠା, ଚାଷଜମିର ଦଲିଲ ଏବଂ ଜମି ପରିମାଣ ଭଳି ପରିଚୟପତ୍ର ଦରକାର। ପଞ୍ଜୀକରଣ ନିମନ୍ତେ ସମବାୟ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମେ ୭ରୁ ମାର୍କଫେଡ୍‌ ଦ୍ବାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପିଏସ୍‌ଏସ୍‌) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରାଯିବ। ନାଫେଡ୍‌ ପକ୍ଷରୁ ମାର୍କଫେଡ୍‌ ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍‌, ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାକୁ ସଂଗ୍ରହ କରିବ। ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଗୁରୁବାରରୁ ଆରମ୍ଭହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକ ଉତ୍ପାଦନ ହେଉଥିବା ୧୬ ଜିଲାରେ ପଞ୍ଜୀକୃତ ଚାଷୀଙ୍କଠାରୁ ଡାଲି, ତୈଳ ବୀଜ ସଂଗ୍ରହ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଶ୍ରୁତି ଦେଇ କିଣିଲେନି ଧାନ

ଭଦ୍ରକ ଅଫିସ, ୧୩।୩-ଧାନ ବିକି ନ ପାରି ସରକାରୀ ଧାନ ସଂଗ୍ରହ କେନ୍ଦ୍ର ଆଗରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଭଦ୍ରକ ବ୍ଲକ ବନ୍ଧଗଁାର ଚାଷୀ...

ତାପଙ୍ଗ ଛକରେ ବୋମା ପକାଇ ସାନି ମେଶିନ ପୋଡିଦେଲେ ଦୁର୍ବୃତ୍ତ, ୨ ଅଫୁଡ଼ା ବୋମା ଜବତ

ଖୋର୍ଦ୍ଧା ଅଫିସ, ୧୯।୬: ଖୋର୍ଦ୍ଧା ଜିଲା ତାପଙ୍ଗ ଛକ ଏନ୍‌କେଏସ୍‌ କ୍ରସର ନିକଟରେ ଥିବା ଏକ ସାନି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ...

ରାଜଧାନୀରୁ ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ: ବାରମ୍ବାର ଫୋନ କରି ଲକ୍‌ଡାଉନ୍‌ ନିୟମ କୋହଳ, କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ପକାଉଥିଲେ ଚାପ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କ୍ୟାପିଟାଲ ଥାନା ପୋଲିସ ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଗିରଫ କରିଛି। ତାଙ୍କ ନାମ ଶର୍ମିଷ୍ଠା ବେହେରା। ସେ ନିଜକୁ ଜଣେ...

କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି।...

ରେଲଓ୍ବେ ପରୀକ୍ଷାର୍ଥୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ବାଦ୍‌ ଦିଅ

ଭୁବନେଶ୍ୱର,୩ା୩(ବ୍ୟୁରୋ): ଦେଶର ବିଭିନ୍ନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ପୁଣି ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରେଳଷ୍ଟେଶନ ଓ ବିମାନବନ୍ଦରରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ...

ଶନିବାର, ରବିବାର ଶଟ୍‌ଡାଉନ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୋମବାର ବଡ ଘୋଷଣା...

ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କ ସମେତ ୫ ଧରାପଡ଼ିଲେ

ଜଟଣୀ,୧୯ା୭(ଡି.ଏନ.ଏ.): ବ୍ରାଉନ୍‌ସୁଗାର ବ୍ରିକ୍ରି କରୁଥିବା ଅଭିଯୋଗରେ ଜଟଣୀ ଥାନା ପୋଲିସ ନୂଆଗଁା ଅଞ୍ଚଳରୁ ଜଣେ ମହିଳା, ତାଙ୍କ ସ୍ବାମୀ, ପୁଅ ସମେତ ୫ରୁ ଉର୍ଦ୍ଧ୍ୱ ଲୋକଙ୍କୁ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

Advertisement


Archives

Model This Week