Posted inବରଗଡ଼

ଚାଷୀଙ୍କୁ ରସିଦ ଦେଉ ନାହାନ୍ତି ବିହନ ବିକ୍ରେତା

ବରଗଡ଼ ଅଫିସ୍‌,୧୦।୬-ଖରିଫ ଫସଲ ପାଖେଇ ଆସୁଛି। ଏହାକୁ ନେଇ ଏବେଠାରୁ କେତେକ ବିହନ ବିକ୍ରେତା କଳାବଜାର ପାଇଁ ତତ୍ପର ହୋଇ ପଡ଼ିଛନ୍ତି । ଅନ୍ୟପକ୍ଷେ ଜିଲା କୃଷିବିଭାଗ ମଧ୍ୟ ଏଭଳି କଳାବଜାର ପ୍ରତି ନଜର ରଖିଛି । ବୁଧବାର ଜିଲା କୃଷିବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ଼ ବରପାଲି ଅଞ୍ଚଳରେ ରହିଥିବା ବିହନ ଦୋକାନ ଉପରେ ଚଢ଼ାଉ କରିଥିଲା। ସେଠାକାର ହରିଓମ୍‌ ଟ୍ରେଡର୍ସ, ମହାବୀର ବିହନ ଭଣ୍ଡାର ଏବଂ କୃଷିସେବା କେନ୍ଦ୍ର ନାମକ ୩ଟି ଦୋକାନରେ ଚଢ଼ାଉ ପରେ ସେଠାରେ ବିହନ ବିକ୍ରେତାମାନେ ଚାଷୀଙ୍କୁ ରସିଦ୍‌ ଦେଉ ନଥିବା ଜଣାପଡ଼ିଥିଲା। ଫଳରେ ସମ୍ପୃକ୍ତ ବିହନ ବିକ୍ରେତାମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଦିଆଯାଇଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ଜଣାଇଛନ୍ତି। ଏହା ସହିତ ବିହନ ଦୋକାନରୁ ୨ଟି କିସମର ବିହନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ତାକୁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଯାଇଥିବା ସେ କହିଛନ୍ତି । ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ନିର୍ଦ୍ଦେଶକ ରବି ନାରାୟଣ ସେନାପତି, ଯୁଗ୍ମମାନ ନିର୍ଦ୍ଧାରଣ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବରପାଲି ବ୍ଲକର ସହକାରୀ କୃଷି ଅଧିକାରୀ ବନମାଳୀ ସାହୁ, ବାବାଜୀ ଚରଣ ସେଠୀ ପ୍ରମୁଖ ସାମିଲ ଥିଲେ । ତେବେ ବିହନ କିଣିବା ସମୟରେ ଚାଷୀମାନେ ସମ୍ପୃକ୍ତ ବିହନ ବିକ୍ରେତାଙ୍କଠାରୁ ରସିଦ୍‌ ମାଗି ନେବା ପାଇଁ ଜିଲା ମୁଖ୍ୟ କୃଷି ଅଧିକାରୀ ଗାନ୍ଧୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଲଢେଇ ପାଇଁ ସହାୟତା

ସୋହେଲା,୨୩ା୪(ଡି.ଏନ୍‌.ଏ.)-କରୋନା ମୁକାବିଲା ପାଇଁ ପେଟୁପାଲି ସରପଞ୍ଚ ଘୋଷାମଣୀ ବାଗ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ୧୦ହଜାର ଟଙ୍କାର ଚେକ୍‌ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ...

ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା

ବରଗଡ଼ ଅଫିସ,୨ା୭: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଗୁରୁବାର...

୧୭ଶହ କିମି ସାଇକେଲ ଚଳାଇ ଘରକୁ ଫେରିଲେ ୮ଶ୍ରମିକ

ସୋହେଲା,୧୦ା୫(ଡି.ଏନ.ଏ.): ପେଟପାଟଣା ପାଇଁ ନିଜ ଭଟାମାଟି ଛାଡି ଗୁଜରାଟର ସୁରଟ ଯାଇଥିଲେ। ହେଲେ ଲକ୍‌ଡାଉନ ପରେ କର୍ମସଂସ୍ଥାନ ହରାଇ ହାହୁତାଶ ମଧ୍ୟରେ ଦିନ କାଟୁଥିବା ୮ପ୍ରବାସୀ...

ବରଗଡ଼ରେ ବନ୍ଦର ପ୍ରଭାବ: କୋର୍ଟ ସମ୍ମୁଖରୁ ଫେରିଲେ ବିଚାରପତି

ବରଗଡ଼ ଅଫିସ,୫।୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ...

ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ...

ଗୁଜରାଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମା’

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲା ବରପାଲିରୁ ଗୁଜରାଟ ରାଜକୋଟକୁ ସ୍ବାମୀଙ୍କ ସହିତ କାମ ଅନ୍ବେଷଣରେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି।...

ବସୁନ୍ଧରା, ଆବାସ ଯୋଜନାରୁ ବଁଚିତ୍‌ ମୋହନ

ଅତାବିରା, ୪।୩ (ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସରକାରୀ ଯୋଜନା ଭଁଡ଼ାରରେ ଛୁଆ ଜନମ୍‌...

ଜିଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ

ବରଗଡ଼ ଅଫିସ,୨୦ା୧୨: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ଗତମାସ ୬ ତାରିଖରୁ...

Advertisement
Archives

Model This Week