ଚାଲାଣବେଳେ ପୋଲିସ ଚଢ଼ାଉ: ସରକାରୀ ବସ୍‌ରୁ ୧୨ ଯୁବତୀ, ୫ ନାବାଳିକା ଉଦ୍ଧାର, ଦଲାଲ ଗିରଫ

ଜୟପୁର, ୩୧ା୧୦ (ନି.ପ୍ର.): ନବରଙ୍ଗପୁର ଜିଲା ପାପଡାହାଣ୍ଡି, ରାଇଘର, ନୂଆକୋଟି ଅଞ୍ଚଳର ୧୨ ଯୁବତୀ ଓ ୫ ନାବାଳିକାକୁ ରାଇଘରଠାରୁ ବିଶାଖାପାଟଣା ଯାଉଥିବା ଓଏସ୍‌ଏସ୍‌ଆରଟିସି ବସ୍‌ରେ ଗୁରୁବାର ଚାଲାଣ କରାଯାଉଥିଲା। ଏ ନେଇ ଜୟପୁର ଟାଉନ ଥାନା ଅଧିକାରି ବାଲେଶ୍ୱର ଗିଧିଙ୍କୁ ଖବର ମିଳିବା ପରେ ଏକ ଟିମ୍‌ ଉକ୍ତ ବସ୍‌ ଉପରେ ଚଢାଉକରି ସମସ୍ତ ଯୁବତୀ ଓ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଚାଲାଣ କରୁଥିବା ଦଲାଲାକୁ ମଧ୍ୟ ପୋଲିସ ଗିରଫ କରିଛି। ସେ ହେଲେ ନବରଙ୍ଗପୁର ଜିଲା ନୁଆକୋଟି ଗ୍ରାମର ସୁବାଷ ଚନ୍ଦ୍ର ହରିଜନ। ଗୁରୁବାର ନୂତନଭାବେ ଦାୟିତ୍ୱ ନେଇଥିବା ଏସ୍‌ଡିପିଓ ବରୁଣ ଗୁନ୍ଥୁପାଲ୍ଲି ଏ ନେଇ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି।
ଅନୈତିକ କାଯ୍ୟ ପାଇଁ ସେମାନଙ୍କୁ ଚାଲାଣ କରାଯାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏ ନେଇ ପୋଲିସ କେସ୍‌ ନଂ. ୨୭୯/୧୯ ମାମଲା ରୁଜୁ କରିଛି। ସିଡବ୍ଲ୍ୟୁସି ସହ ଆଲୋଚନା ପରେ ଉକ୍ତ ଯୁବତୀ ଓ ନାବାଳିିକାଙ୍କୁ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ

ଅମରପାଲି,୩୧।୧(ଡି.ଏନ୍‌.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ...

ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା

ଜଗତ୍‌ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ...

ଟ୍ରକ୍‌ ଧକ୍କାରେ ଯୁବତୀଙ୍କ ଜୀବନଗଲା: ରାସ୍ତାରୋକୋ, ଉତ୍ତେଜନା

ବେଲପାହାଡ଼,୩୦।୧୦(ଡ଼ି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୁମାଡ଼େରା ମୁଖ୍ୟ ରାସ୍ତାରେ ବୁଧବାର ଏକ୍‌ ଟ୍ରକ୍‌ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

ବାଲିଲୋକନାଥ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବାଲିଲୋକନାଥ ମନ୍ଦିରରେ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ...

କେସିଙ୍ଗା ସହରରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ

କେସିଙ୍ଗା,୩୦ା୫(ଡି.ଏନ.ଏ.)-କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ବନ୍ଦେ ଉତ୍କଳ ଜନନୀ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା...

ଆର୍‌ଆଇ ଅଫିସ୍‌ ଆଜବେଷ୍ଟସ୍‌ରୁ ପାଣି ଗଳୁଛି

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେଲେ କାନ୍ଥ ବାଡଠାରୁ ଆରମ୍ଭ...

ସ୍ବାସ୍ଥ୍ୟ ସେବା ସ୍ଥିତି ପରଖିଲେ ବିଧାନସଭା ଷ୍ଟାଣ୍ଡିଂ କମିଟି

ରାଇରଙ୍ଗପୁର/ବିଶୋଇ,୮ା୧୧(ଡି.ଏନ୍‌.ଏ.): ବିଧାନସଭା ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଗୁରୁବାର ରାଇରଙ୍ଗପୁର ଓ ବିଶୋଇ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ...

ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା

ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ...

Advertisement
Archives

Model This Week