ଚାନ୍ଦିପୁଟ ପଞ୍ଚାୟତ ବୁରନାଳ; ବିପଦପୂର୍ଣ୍ଣ ପୋଲରେ ହେଉଛି ଯାତାୟାତ

ଚନ୍ଦ୍ରଗିରି,୫ା୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବର୍ତ୍ତମାନ ମଧ୍ୟ ନଦୀ/ନାଳ ଉପରେ ପୋଲଟିଏ ନ ଥିବାରୁ ଲୋକେ କାଠପୋଲରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ବାଙ୍କିଝୋଳା ଗ୍ରାମରେ। ଗ୍ରାମକୁ ସଂଯୋଗ କରୁଥିବା ବୁରନାଳରେ ଥିବା ଭଙ୍ଗା ପୋଲରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଜନସାଧାରଣ ନୀତିଦିନ ଯିବାଆସିବା କରନ୍ତି। ବହୁ ବର୍ଷ ଧରି ବାଙ୍କିଝୋଳା, ଚଡିଆପଦା, ଜକରାପଲି ଗ୍ରାମ ସମେତ ୪ ପଞ୍ଚାୟତର ଲୋକେ ଦୈନନ୍ଦିନ ବଜାର ଯିବା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ଗମନାଗମନ ପାଇଁ ଚାନ୍ଦିପୁଟ ପୋଲ ଉପରେ ନିର୍ଭର କରିଆସୁଛନ୍ତି। ଗତ ଫାଇଲିନ ବାତ୍ୟାରେ ଏହି ପୋଲଟିର ଦୁଇ କୂଳ ଖାଇଯାଇଥିବାରୁ ଏହା ଉପରେ କାଠ ପୋଲ ପକାଇ ଯାତାୟାତ କରୁଥିଲେ ଲୋକେ। କିନ୍ତୁ ତିତ୍‌ଲି ବାତ୍ୟାରେ ପୋଲଟିର ଛାତ ଭାସିଯାଇଥିଲା। ସେହି ଦିନଠାରୁ ଅଞ୍ଚଳବାସୀ ସେହି ଭଙ୍ଗା ପୋଲ ଉପରେ କାଠ ପକାଇ ବିପଦପୂର୍ଣ୍ଣ ଭାବେ ଯତାୟାତ କରୁଛନ୍ତି। ସାମାନ୍ୟ ବର୍ଷା ହେଲେ ନାଳର ଜଳସ୍ତର ବଢ଼ିଗଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛିି। ଉକ୍ତ ରାସ୍ତା ଉପରେ ପୁନଃ ପୋଲ ନିର୍ମାଣ ପାଇଁ ବହୁ ଜନପ୍ରତିନିଧିଙ୍କ ସମେତ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ମୋହନା ବିଡିଓ ବଂଶୀଧର ଖୋସଲାଙ୍କୁ ପଚାରିବାରୁ ୨ ଦିନ ମଧ୍ୟରେ ସହକାରୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇ ପୁନଃ ପୋଲଟି ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ହେବ ଅନୁଧ୍ୟାନ କରି ଜିଲାପାଳଙ୍କୁ ଜଣାଇ ନିର୍ମାଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି।

 

–ଶ୍ରୀହରି ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

୧୦ଫୁଟର ଅଜଗର ଉଦ୍ଧାର

ପୁରୀ ଅଫିସ,୨୯।୯: ପୁରୀ ସଦର ବ୍ଲକ ଅନ୍ତର୍ଗତ ଧୋବନ୍ଧର ଭାର୍ଗବୀ ନଦୀରୁ ରବିବାର ୧୦ଫୁଟର ଅଜଗର ଉଦ୍ଧାର କରାଯାଇଛି। ପୁରୀ ସ୍ନେକ୍‌ ହେଲପ୍‌ ଲାଇନ କର୍ମୀ...

ଫେରି ନ ଥିଲେ ଘରକୁ, ପୋଖରୀରୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ବାଘଲା ଗ୍ରାମ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତକ ହେଲେ ଆଙ୍ଗୁ ଗ୍ରାମର...

ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ ୩ ମାଓବାଦୀ: ଡିଜିପି

ମାଲକାନଗିରି,୧୪।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଳକର ତୁଳସୀ ପାହାଡ଼ରେ ମଙ୍ଗଳବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା ୩ଜଣ ମାଓବାଦୀ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ...

ପରିତ୍ୟକ୍ତ ଅବସ୍ଥାରେ ଡାକ୍ତରଖାନା କୋଠା

ରାଇସୁଆଁ, ୧୮।୧୧(ଡି.ଏନ.ଏ.)-ସରକାର ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତରଖାନା ଗୃହ ନିର୍ମାଣ ଠାରୁ ଆରମ୍ଭ କରି...

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ସହ ଗ୍ୟାସ ଟ୍ୟାଙ୍କର ଧକ୍କା: ଜଣେ ମୃତ, ୧୦ ଆହତ

ବଇଣ୍ଡା,୧୯।୫(ଡି.ଏନ୍‌.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍‌ ସହ ଗ୍ୟାସ...

ଡିଫେନ୍ସ ରୋଡ୍‌ ନିର୍ମାଣରେ ବାଧକ ଜବରଦଖଲ

  ବାଲେଶ୍ୱର ଅଫିସ,୧୪।୮- ବାଲେଶ୍ୱର ସହର ପୂର୍ବରୁ ଥିବା କୁରୁଡ଼ା ସ୍ଥିତ ଜ୍ୟୋତି ହସ୍‌ପିଟାଲଠାରୁ ପାତ୍ରପଡ଼ା ପର୍ଯ୍ୟନ୍ତ (୯.୨ କି.ମି.) ପ୍ରତିରକ୍ଷା ବିଭାଗ ଦ୍ୱାରା ଏକ...

ନିଜକୁ ଗୁଳିକରି ଜୀବନ ହାରିଲେ ଯବାନ

ମାଲକାନଗିରି,୩।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାରେ ଗୁରୁବାର ଜଣେ ଯବାନ ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କୋହକାମେଟା...

କୋଇଲାର କଳା ଧୂଆଁ ଯୋଗୁ ପ୍ରଦୂଷଣ

କୋରେଇ,୧୫।୪(ଡି.ଏନ.ଏ.):କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୋରେଇ ବ୍ଲକ ଅଧୀନସ୍ଥ ପଥରପଦା ପଞ୍ଚାୟତର ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି କଳାଧୂଆଁ ସାଜି ଲୋକଙ୍କ ପାଇଁ...

Advertisement
Archives

Model This Week