ଚାକିରି ପ୍ରଲୋଭନ ଦେଖାଇ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର

ସଜନାଗଡ଼, ୧୨।୧୧(ଡି.ଏନ.ଏ.)-ଚାକିରି ପ୍ରଲୋଭନ ଦେଖାଇ ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ବିଧବାଙ୍କୁ ଗଣବଳାତ୍କାର କରାଯାଇଥିବା ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତା ପୀଡିତାଙ୍କ ସହ ଅନ୍ୟ ମହିଳାମାନେ ଏକାଠି ହୋଇ ଲିଖିତ ଅଭିଯୋଗ କରିବା ପରେ ମାମଲା (ନଂ. ୨୮୮/୧୯) ରୁଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା କରାଯାଇଥିବା ସବ୍‌ଇନ୍ସପେକ୍ଟର ଗଣେଶ ତ୍ରିପାଠୀ ସୂଚନ ଦେଇଛନ୍ତି।
ଗତ ୬ ତାରିଖ ସନ୍ଧ୍ୟାରେ ଖନ୍ତାପଡ଼ା ଥାନା ରାମନଗର ଗ୍ରାମର ବାପୁନୁ ସିଂ (୧୯) ଉକ୍ତ ମହିଳାଙ୍କ ଘରେ ପହଞ୍ଚି ଏକ ଚିଙ୍ଗୁଡ଼ି କମ୍ପାନୀରେ ଚାକିରି କରାଇଦେବାକୁ ପ୍ରସ୍ତାବ ଦେଇଥିଲେ। ମହିଳାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ବାପୁନୁଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ବାପୁନୁ ଉକ୍ତ ଅଞ୍ଚଳର ତପନ ସିଂ (୨୫) ଓ କୁନ୍ଥା ସିଂ (୩୨) ନାମକ ଦୁଇ ଯୁବକଙ୍କ ସହିତ ମହିଳାଙ୍କ ପରିଚୟ କରାଇ ଚାକିରି ସମ୍ପର୍କରେ ଆଲୋଚନା କରିଥିଲେ। ମହିଳା ଜଣକ ତପନ ଓ କୁନ୍ଥାଙ୍କ ସହ ଏକ ମୋଟରସାଇକେଲ ଯୋଗେ ଯାଇଥିଲେ। ଗଡ଼ଭଙ୍ଗପଦା ପୋଖରୀଠାରେ ଯୁବକଦ୍ୱୟ ମହିଳାଙ୍କୁ ଗାଡିରୁ ଓହ୍ଲାଇ ସେଠାରେ ବଳାତ୍କାର କରିଥିଲେ। ମହିଳା ଜଣକ ଯେତେ କାକୁତିମୀନତି ହୋଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଏହି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବା ପାଇଁ ମଧ୍ୟ ସେମାନେ ଧମକ ଦେଇଥିଲେ। କୌଶଳକ୍ରମେ ମହିଳାଜଣକ ସେମାନଙ୍କ କବଳରୁ ଖସି ଆସି ରାତିରେ ଘରେ ପହଞ୍ଚିଥିଲେ। ଏହା ପରଦିନ ସେ ଗ୍ରାମସଭାରେ ତାଙ୍କ ପ୍ରତି ହୋଇଥିବା ବଳାତ୍କାର ବିଷୟରେ ପ୍ରକାଶ କରିଥିଲେ। ଗ୍ରାମସଭା ତରଫରୁ ଉଭୟ ଯୁବକଙ୍କୁ ଡକାଯାଇଥିଲା। କିନ୍ତୁ ସେମାନେ ନ ଆସିବାରୁ ମହିଳାଜଣକ ନୀଳଗିରି ଥାନାର ଆଶ୍ରୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଆସ୍‌ତିଅ ସେବାରୁ ବଁଚିତ୍‌ ୩ ଗରଭ୍‌ବତୀ ମହିଲା

  ପର୍ଲା, ୭ା୧୨ (ଡି.ଏନ.ଏ.)- ସରକାର ଗରଭ୍‌ବତୀ, ପ୍ରସୂତି ଆର ଛୁଆକର ଲାଗି ଅନେକ ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଉଛନ୍‌। ଇଥିରଲାଗି ଗଁାଗଁାରେ ସରକାର ଅଙ୍ଗନଓ୍ବାଡି...

କରାତଳି ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଛତ୍ରପୁର,୩୧ା୧୨(ଡି.ଏନ୍‌.ଏ.): ଛତ୍ରପୁର ଥାନା କରାତଳି ଗାଁର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଝିଲି ଖୁଣ୍ଟିଆ। ଏ ନେଇ ଝିଲ୍ଲିଙ୍କ ସ୍ବାମୀଙ୍କଠାରୁ ଖବରପାଇ...

ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ବିଲୀନ ହେବେ ୨ ବୀର ଯବାନ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଚାଇନା ଶତ୍ରୁ ସହ ଲଢ଼ି ଦେଶ ପାଇଁ ଶହୀଦ ହୋଇଥିବା ଦୁଇ ଓଡ଼ିଆ ବୀରଙ୍କ ଜନ୍ମମାଟିରେ ଆଉ...

ସାହସିକତା ପୁରସ୍କାର ପାଇଁ ୨ ଛାତ୍ରଙ୍କ ନାମ ସୁପାରିଶ

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- କୋରେଇ ବ୍ଲକ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗଣେଶ ପୂଜାଦିନ ପୋଖରୀରେ ବୁଡ଼ି ଯାଉଥିବାବେଳେ ୨ଜଣ ୮ମ ଣ୍ରେଣୀ...

ସନ୍ଦେହ ଜନକ ମୃତ୍ୟୁ: ଥାନାରେ ମାମଲା

ଧାମନଗର ୩।୯(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ସରପୁର ଗ୍ରାମରେ ନିରଞ୍ଜନ ପତିଙ୍କର ୫୩ ବର୍ଷ ବୟସରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ...

ନଦୀବନ୍ଧରେ ଆବର୍ଜନା, ବଢୁଛି ଅସନ୍ତୋଷ

ଖଣ୍ଡପଡ଼ା,୨୮ା୫(ସ୍ବ.ପ୍ର.)-ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବା ସହିତ ବାହାରେ ମଳତ୍ୟାଗ ନ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ା ଏ ଦିଗରେ ଜନସାଧାରଣଙ୍କୁ...

ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ

ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...

ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: କାର୍‌ କାଚ ଭାଙ୍ଗିଲେ, ଶିଶୁ, ଡ୍ରାଇଭର ଆହତ

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବଡ଼ବଜାର ଥାନା ଫାଷ୍ଟଗେଟ୍‌ ନିକଟରେ ବୁଧବାର ଅବକାରୀ ବିଭାଗର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗଞ୍ଜେଇ ଥିବା ସନ୍ଦେହରେ...

Advertisement
Archives

Model This Week