ଚାଉଳ ବଣ୍ଟନରେ ବିଳମ୍ବ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ

ବଡ଼ସାହି,୧୯ା୯(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନରେ ବିଳମ୍ବକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା। ଅଧିକାରୀମାନେ ମନମୁଖି ଭାବେ କାର୍ଯ୍ୟାଳୟକୁ ଆସୁଥିବାରୁ ହିତାଧିକାରୀମାନେ ଉତ୍ତ୍ୟକ୍ତ ହୋଇ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଯିଦରେ ଅଟଳ ରହିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ପ୍ରସନ୍ନ କୁମାର ମହାନ୍ତ ଓ ସରପଞ୍ଚ ବୈଦ୍ୟନାଥ ହାଁସଦା ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ ଚାଉଳ ବଣ୍ଟନ ସ୍ଥଗିତ ରଖିବା ସହିତ ଆସନ୍ତା ମଙ୍ଗଳବାର ସେହି ଗ୍ରାମର ଲୋକମାନଙ୍କୁ ଚାଉଳ ବଣ୍ଟନ କରାଯିବ ବୋଲି କୁହାଯିବା ପରେ ହିତାଧିକାରୀମାନେ ନିରାଶରେ ଘରକୁ ଫେରିଥିବା ଦେଖିବାକୁ ମିଳିଥିଲା।।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଚାୟତ ଅଧୀନରେ ଥିବା ତ୍ରିଲୋଚନପୁର ଓ କୋଲକଠା ଗ୍ରାମର ହିତାଧିକାରୀଙ୍କ ନିମନ୍ତେ ମାସର ୧୯ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ଦୁଇ ଗ୍ରାମରେ ଥିବା ୩ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସକାଳ ୭ଟାରୁ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ପହଞ୍ଚି ଲମ୍ବା ଧାଡିରେ ଛିଡା ହୋଇଥିଲେ। ଦିନ ୧୧ଟା ପର୍ଯ୍ୟନ୍ତ କୌଣସି ଅଧିକାରୀ କାର୍ଯ୍ୟାଳୟକୁ ନ ଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପଞ୍ଚାୟତ ମୁଖ୍ୟମୁଖ୍ୟ ଫାଟକରେ ଚାବି ପଡିଥିବାରୁ ମହିଳାପୁରୁଷମାନେ ରାସ୍ତା ଉପରେ ଛିଡା ହୋଇଥିଲେ ା ବୃଦ୍ଧାବୃଦ୍ଧମାନେ ଦୀର୍ଘ ସମୟ ଛିଡା ହେବା କଷ୍ଟକର ହେବାରୁ ସେମାନେ ରାସ୍ତା ଉପରେ ବସିଥିଲେ। ଫଳରେ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିଲା। ବିଲବାଡି କାମ ଧନ୍ଦା ଛାଡି ଚାଉଳ ନେବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ଦ୍ୱାରା ଲୋକମାନେ ବିଭିନ୍ନ ସମସ୍ୟାରେ ପଡୁଥିବା ଗ୍ରାମବାସୀ ସୁଦାମ ସିଂ, ହର୍ଷମଣି ସିଂ, କମିଳି ନାଏକ, ରବୀନ୍ଦ୍ର ମହାଳିକ ପ୍ରମୁଖ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ୩କିମି ଦୂର କୋଲକଠା ଓ ତ୍ରିଲୋଚନପୁର ଗ୍ରାମରୁ ଚାଲିଚାଲି ଆସିବା ପରେ ଅଧିକାରୀଙ୍କ ଏପରି ମନମୁଖି କାର୍ଯ୍ୟକଳାପ ଯୋଗୁଁ ଘରକୁ ଫେରିବାରେ ବିଳମ୍ବ ହେବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ବଡସାହି ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ୩୦ଟି ପଞ୍ଚାୟତରେ ମାତ୍ର ୧୫ଜଣ ପିଇଓ ଅଛନ୍ତି ା ଦୁଇଟି ପଞ୍ଚାୟତକୁ ଜଣେ ଲେଖାଏଁ ପିଇଓ ଦାୟିତ୍ୱ ନେଇଥିବାରୁ ବିଭିନ୍ନ ସମସ୍ୟା ଉପୁଜୁଛି। ଦାୟିତ୍ୱରେ ଥିବା ପିଇଓ ବୀରେଶ୍ୱରପୁର ପଞ୍ଚାୟତରେ ଚାଉଳ ବଣ୍ଟନ କରୁଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇଛି। ତେବେ ଦୁଇଟି ପଞ୍ଚାୟତ ମଧ୍ୟରେ ଦୂରତା ୩୦କି.ମି ରହୁଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଖୁବଶୀଘ୍ର ଏହାର ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଗୁଡା ସହରକୁ ଶଟ୍‌ଡାଉନ ଘୋଷଣା ପାଇଁ ଦାବି

ବୁଗୁଡା, ୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ସତ୍ତ୍ୱେ ମଧ୍ୟ କିଛି ଅମାନିଆ...

ନିୟମ ଉଲ୍ଲଂଘନ କରୁଛନ୍ତି ବାଲି ବ୍ୟବସାୟୀ

ବାରିପଦା ଅଫିସ, ୧୮ା୨- ଜିଲାର ବିଭିନ୍ନ ସ୍ଥାନରେ ନିଲାମ ନେଇଥିବା ବାଲିଘାଟ ବ୍ୟବସାୟୀମାନେ ସରକାରୀ ନିୟମକୁ ଉଂଲଘନ କରୁଛନ୍ତି। ବାଲି ଖୋଳିବା ପାଇଁ ସରକାରଙ୍କଠାରୁ ପାଇଥିବା...

କୋରାପୁଟ ମେଡିକାଲ : ବିଜୁଳି ଗଲେ ଟର୍ଚ୍ଚ ଲାଇଟରେ ଚିକିତ୍ସା

କୋରାପୁଟ,୨ା୬(ସ୍ବ.ପ୍ର.)କୋରାପୁଟ ମେଡିକାଲ ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଚାଲିଛି। କେତେବେଳେ ମେଡିକାଲରେ ବିଦ୍ୟୁତ କଟିଗଲେ ମେଡିକାଲ ସେବା ଟର୍ଚ୍ଚ ଲାଇଟରେ କରାଯାଉଛି ତ ପୁଣି କେତେବେଳେ...

‘ତାରା’ ଯୋଜନା ଶୁଭାରମ୍ଭ କଲେ ମନ୍ତ୍ରୀ: ୩ ବର୍ଷରେ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ଲକ୍ଷ୍ୟ

ଛତ୍ରପୁର,୫ା୧୨(ଡି.ଏନ.ଏ)-ଗ୍ରାମାଞ୍ଚଳରେ କୃଷିର ବିକାଶ ସହ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ‘ତାରା’ ଯୋଜନା ଶୁଭାରମ୍ଭ ହୋଇଛି...

ପଟ୍ଟାମୁଣ୍ଡାଇ: ବେଆଇନ ଘୋଷଣା ପରେ ବି ମୋବାଇଲରେ ମହିଳାଙ୍କୁ ତିନି ତଲାକ ଦେଲେ ସ୍ବାମୀ, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): ତିନି ତଲାକଖ ବିଲ୍‌କୁ ନେଇ ଲୋକ ସଭା ଏବଂ ରାଜ୍ୟ ସଭାରେ ତର୍ଜମା କରାଯିବା ପରେ ଏଥିରେ ମୋହର ମରାଯାଇଛି। ମୁସଲମାନ ମହିଳାଙ୍କ...

ମେଢ଼ ଖୋଜୁଛି ମଣ୍ଡପ

ବଅଁରପାଳ,୧୮ା୯(ଡି.ଏନ.ଏ.) ପୂଜା ପାଇଲେ ଦେବଶିଳ୍ପୀ। ରୀନିନୀତି ଅନୁଯାୟୀ କରାଗଲା ଆବାହନ। ହେଲେ ନା’ ଦୂରକୁ ଶୁଭିଲା ପଣ୍ଡିତଙ୍କ ମନ୍ତ୍ରପାଠ ନା’ ଉତ୍ସବମୁଖର ହେଲା ନାଲ୍‌କୋନଗର। ପୂଜା...

ଭୂମିହୀନଙ୍କୁ ପଟ୍ଟା ମାମଲା: ଆର୍‌ଡିସିଙ୍କ ବିରୋଧରେ କଣ୍ଟେପ୍ଟ କେସ୍‌ ରୁଜୁ

କେନ୍ଦ୍ରାପଡ଼ା ଅଫିସ,୪।୯: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ତହସିଲ ଅଞ୍ଚଳରେ ଜମି ଥାଇ ମଧ୍ୟ ଭୂମିହୀନ ଯୋଜନାରେ ସାମିଲ ହେଉଛନ୍ତି। ଏପରି ଅଭିଯୋଗର ବିଚାର ପାଇଁ ରାମନଗର...

ପ୍ରତିଶ୍ରୁତି କଥାରେ ଅଟକିଛି: ୨୩ ଦିନ ପରେ ବି ଖୋଲିଲାନି ଶିଶୁ ୱାର୍ଡ

ଚମ୍ପୁଆ, ୨୫ା୪(ଡି.ଏନ.ଏ.)-୨୦୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବା ପ୍ରଦାନରେ ପ୍ରମୁଖ ଭୂମିକା ନିଭାଉଥିବା ବେଳେ ଚିକିତ୍ସା ନଥିବା ଦେଖିବାକୁ ମଳୁଛି। ପୂର୍ବରୁ...

Advertisement
Archives

Model This Week