Posted inଖେଳ

ଚାଇନା ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସରେ ପ୍ରମୋଦ ଚାମ୍ପିୟନ

ଭୁବନେଶ୍ୱର, ୨୯।୯(କ୍ରୀଡ଼ା ପ୍ରତିନିଧି)-ଚାଇନାର ୟୁହାଙ୍ଗ ହାଙ୍ଗ୍‌ଝୋଉଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ରବିବାର ଅନୁଷ୍ଠିତ ଫାଇନାଲରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ପଏଣ୍ଟରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ସେହିପରି ଭାରତର ମନୋଜ ସରକାରଙ୍କୁ ସାଥିକରି ଖେଳୁଥିବା ପ୍ରମୋଦ ଡବଲ୍ସ ଫାଇନାଲରେ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬, ୨୧-୧୫ ପଏଣ୍ଟରେ ହରାଇ ଦେଇଛନ୍ତି। ଆହତ ସମସ୍ୟା ଯୋଗୁ ପ୍ରମୋଦ ନିକଟରେ ଅନୁଷ୍ଠିତ ଥାଇଲାଣ୍ଡ ଓପନ୍‌ର ଫାଇନାଲ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ। ମାତ୍ର ଚାଇନା ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣିମ ସଫଳତାକୁ ଫେରିଛନ୍ତି। ଏହାକୁ ମିଶାଇ ପ୍ରମୋଦ ଚଳିତ ବର୍ଷ ସିଙ୍ଗଲ୍ସରେ ୭ମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୯ରେ ତାଙ୍କର ସିଙ୍ଗଲ୍ସ ଓ ଡବଲ୍ସ ପଦକ ସଂଖ୍ୟା ୧୭(୧୧ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ)ରେ ପହଞ୍ଚତ୍ଛି। ଏଥିସହ ସେ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସ କ୍ୱାଲିଫାୟର୍ସ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ମୋଟ ୬୦୯୦ ପଏଣ୍ଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

ଅଭିଷେକ ଶର୍ମାଙ୍କ ରେକର୍ଡ ବର୍ଷା: କୋହଲିଙ୍କୁ ପକାଇଲେ ପଛରେ, ମାତ୍ର ୩୫ ବଲ୍‌ରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର…

ଅଭିଷେକ-ବୈଭବଙ୍କ ଝଡ଼ରେ ଧରାଶୟୀ ନ୍ୟୁଜିଲାଣ୍ଡ: ଭାରତର ଧମାକାଦାର ବିଜୟ

ୱେଲିଂଟନ୍‌,୨୭।୧୦: ୱେଲିଂଟନ୍‌ରେ ନ୍ୟୁଜିଲାଣ୍ଡର ୱେଲିଂଟନ୍‌ରେ ଭାରତୀୟ ବ୍ୟାଟରଙ୍କ ଧମାକାଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ…

DA ବୃଦ୍ଧିକୁ ନେଇ ବଡ଼ ଅପଡେଟ୍‌: ଜଣାପଡିଲା କାହିଁକି ହେଉଛି ଡେରି!

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଜୁଲାଇ ୨୦୨୬ରୁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା (DA) ବୃଦ୍ଧି…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଅଘଟଣ: ଏମିତି କିଛି ଘଟିଲା ଆଖି ବନ୍ଦ କରିଦେଲେ ବ୍ୟାଟର୍‌, ସମସ୍ତେ ଆଶ୍ଚର୍ଯ୍ୟ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଚାଲିଥିବା ବେଳେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ନ୍ୟୁଜିଲାଣ୍ଡର ବ୍ୟାଟର୍‌ ଡାରିଲ ମିଚେଲଙ୍କ ଏକ…

ଅର୍ଶଦୀପଙ୍କ ବିଶ୍ୱରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ କମାଲ୍‌

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏକ ବଡ଼ ରେକର୍ଡ ନିଜ ନାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?