Posted inଖେଳ

ଚାଇନା ପାରା-ବ୍ୟାଡ୍‌ମିଣ୍ଟନ: ଦୁଇଟି ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୯।୯(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ଷ୍ଟାର୍‌ ଶଟ୍‌ଲର ପ୍ରମୋଦ ଭଗତ ଚାଇନାର ୟୁହାଙ୍ଗ ଝାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ୨ଟି ପଦକ ନିଶ୍ଚିତ କରିଛନ୍ତି। ଶନିବାର ଖେଳାଯାଇଥିବା ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦ ୨୧-୧୫, ୧୯-୨୧, ୨୧-୧୦ ଗେମ୍‌ରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ପରାସ୍ତ କରିଛନ୍ତି। ପ୍ରମୋଦ ରବିବାର ଖେଳାଯିବାକୁ ଥିବା ଫାଇନାଲ ମୁକାବିଲାରେ ଇଂଲଣ୍ଡର ଡାନିଏଲ୍‌ ବେଥେଲଙ୍କୁ ଭେଟିବେ। ସେହିଭଳି ଡବଲ୍ସରେ ପ୍ରମୋଦ ଓ ତାଙ୍କ ସାଥୀ ଖେଳାଳି ମନୋଜ ସରକାର ସେମିଫାଇନାଲରେ ସହଜ ବିଜୟ ଲାଭ କରିଛନ୍ତି। ପ୍ରମୋଦ ଓ ମନୋଜ ଯୋଡ଼ି ୨୪-୨୨, ୨୧-୧୪ ଗେମ୍‌ରେ ଚାଇନା ଯୋଡ଼ି ଜିଆଓୟୁ ଚେନ୍‌ ଓ ୟୁୟାଙ୍ଗ୍‌ ଗାଓଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ତେବେ ଫାଇନାଲରେ ଅଲ୍‌ଇଣ୍ଡିଆ ମୁକାବିଲା ଦେଖିବାକୁ ମିଳିବ। ପ୍ରମୋଦ-ମନୋଜ ଯୋଡ଼ି ଏବଂ ଅନ୍ୟତମ ଭାରତୀୟ ଯୋଡ଼ି ବିକ୍ରମ କୁମାର ଓ ସୁହାସ ଲି ମଧ୍ୟରେ ଫାଇନାଲ ମ୍ୟାଚ୍‌ ରବିବାର ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ନିକଟରେ ସଚିନଙ୍କ ସମକକ୍ଷ ହେବାର ସୁଯୋଗ

ମୁମ୍ବାଇ,୧୩।୧(ପି.ଟି.)- ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ସଚିନ ତେନ୍ଦୁଲକରଙ୍କ...

ଶାହିଦ୍‌ ଆଫ୍ରିଦଙ୍କ ଆରୋଗ୍ୟ କାମନା କଲେ ଗମ୍ଭୀର

ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦି ଏବଂ ଭାରତୀୟ ଖେଳାଳି ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ସମସ୍ତଙ୍କୁ ଜଣା। କ୍ରିକେଟ ପଡିଆରେ ହେଉ...

କେଭିନ୍‌- ଅଣ୍ଡ୍ରିଆସ୍‌ କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ

ପ୍ୟାରିସ୍‌,୧୨।୧୦(ଏପି): ଜର୍ମାନୀ ଯୋଡି କେଭିନ୍‌ କ୍ରଓ୍ବିଜ୍‌ ଓ ଆଣ୍ଡ୍ରିଆସ୍‌ ମାଇସ୍‌ ଏଥର ମଧ୍ୟ ଫ୍ରେଞ୍ଚ୍‌ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ...

ରୋହିତଙ୍କ ଛକାରେ ଦର୍ଶକ ଆହତ

ବର୍ମିଂହାମ,୩।୭- ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ୨୮ ରନ୍‌ରେ ବିଜୟୀ ହୋଇଛି। ଏହି ଇନିଂସ ଅବସରରେ...

ଇଦ୍‌ରେ କାହିଁକି ଟ୍ରୋଲ୍‌ ହେଲେ ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୧।୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ଓ ଟି୨୦ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି।...

୨୦୧୩ଠାରୁ ଭାରତୀୟ ଦଳ ଜିତିପାରୁନାହିଁ ଆଇସିସି ଇଭେଣ୍ଟ

ଭାରତୀୟ ମହିଳା ଦଳ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଶୋଚନୀୟ ପରାଜୟ ବରଣ କରି ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟାଇଟଲ ହାତେଇବାରେ ସଫଳ ହୋଇନାହିଁ। ଫଳରେ ୨୦୧୩ଠାରୁ...

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର...

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ...


Coronavirus Update

Archives

Model This Week

Why Dharitri