Posted inଖେଳ

ଚାଇନାର ଅଲିମ୍ପିକ ଫୁଟବଲ କ୍ୱାଲିଫାୟର ସିଡ୍‌ନୀରେ

କୁଆଲାଲମ୍ପୁର, ୨୧ା୨ (ଏଏଫ୍‌ପି)-ଅଲିମ୍ପିକ ମହିଳା ଫୁଟ୍‌ବଲ କ୍ୱାଲିଫାୟର ଅନ୍ତର୍ଗତ ଦକ୍ଷିଣ କୋରିଆ ବିପକ୍ଷ ହୋମ୍‌ ଲେଗ୍‌ ମ୍ୟାଚ ଚାଇନା ଅଷ୍ଟ୍ରେଲିଆର ସିଡ୍‌ନୀରେ ଖେଳିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଘାତକ କରୋନା ଭାଇରସ ଯୋଗୁ ଏହି ମ୍ୟାଚ ଚାଇନାରେ ଖେଳାଯିବା ସମ୍ଭବ ନ ଥିଲା। ବର୍ତ୍ତମାନ ଏହି ମ୍ୟାଚ ମାର୍ଚ୍ଚ ୧୧ରେ କ୍ୟାମ୍ପବେଲ ଟାଉନ୍‌ ଷ୍ଟାଡିୟମରେ ଖେଳାଯିବ। ମାର୍ଚ୍ଚ ୬ରେ ଦକ୍ଷିଣ କୋରିଆରେ ଦୁଇ ଦଳ ମଧ୍ୟରେ ପ୍ରଥମ ଲେଗ୍‌ ମ୍ୟାଚ ମାର୍ଚ୍ଚ ୬ରେ ଖେଳାଯିବ। ଦୁଇ ଲେଗ୍‌ ବିଶିଷ୍ଟ ପ୍ଲେ-ଅଫ୍‌ରେ ଯେଉଁ ଦଳ ବିଜୟ ଲାଭ କରିବ ଟୋକିଓ ଅଲିମ୍ପିକ ଯୋଗ୍ୟତା ହାସଲ କରିବ। ଜାପାନ ଅଲିମ୍ପିକ୍ସର ଆୟୋଜକ ହିସାବରେ ଯୋଗ୍ୟତା ହାସଲ କରିସାରିଛି। ସମାନ ଦିବସରେ ଅନ୍ୟ ଏକ ପ୍ଲେ-ଅଫ୍‌ ମ୍ୟାଚ ଅଷ୍ଟ୍ରେଲିଆ ଓ ଭିଏତ୍‌ନାମ ମଧ୍ୟରେ ହେବ। ଏହି ମ୍ୟାଚର ବିଜେତା ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବ। କରୋନା ଭାଇରସ ଯୋଗୁ ଚାଇନାରେ ହେବାକୁ ଥିବା ବଡ଼ ବଡ଼ ଇଭେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ଅବା ସ୍ଥାନାନ୍ତରିତ କରାଯାଇଛି। ଚାଇନାର କେନ୍ଦ୍ରାଞ୍ଚଳ ସହ ଉହାନରେ ଗତ ଡିସେମ୍ବରରେ କରୋନା ଭାଇରସର ଆବିର୍ଭାବ ଘଟିଥିଲା। ଏଥିରେ ଚାଇନାରେ ପ୍ରାୟ ୨,୨୦୦ ଲୋକ ମୃତ୍ୟୁବରଣ କରିସାରିଲେଣି। ଚଳିତ ମାସରେ ଅଷ୍ଟ୍ରେଲିଆରେ ଏକ କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟରେ ତିନୋଟି ଯାକ ମ୍ୟାଚ ଜିତି ଚାଇନା ମହିଳା ଦଳ ପ୍ଲେ-ଅଫ୍‌ରେ ପହଞ୍ଚତ୍ଥିଲା। ଏହି ପ୍ରତିଯୋଗିତା ପ୍ରଥମେ ଉହାନଠାରେ ହେବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା...

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି...

ଜାତୀୟ ସବ୍‌ଜୁନିୟର ମହିଳା ହକି: ଓଡ଼ିଶାର ବୃହତ୍‌ ବିଜୟ

ଭୁବନେଶ୍ୱର, ୧୧।୩(କ୍ରୀଡ଼ା ପ୍ରତିନିଧି)- ଝାଡ଼ଖଣ୍ଡର ସିମ୍‌ଡେଗାରେ ବୁଧବାର ଆରମ୍ଭ ହୋଇଥିବା ହକି ଇଣ୍ଡିଆ ଜାତୀୟ ସବ୍‌ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ଓଡ଼ିଶା ବୃହତ୍‌ ବିଜୟ ସହ...

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶା- କର୍ନାଟକ ସେମିଫାଇନାଲ ଆଜି

ଭୁବନେଶ୍ୱର,୧୫।୨: ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ସେମିଫାଇନାଲରେ ପ୍ରବେଶ...

ଦ୍ୱିଶତକ କରିବାରେ ଯଶସ୍ବୀ ସର୍ବକନିଷ୍ଠ

ବେଙ୍ଗାଲୁରୁ,୧୬୧୦- ମୁମ୍ବାଇ ଟିନଏଜର ଯଶସ୍ବୀ ଜୈସ୍ବାଲ ଏଠାରେ ବୁଧବାର ଖେଳାଯାଇଥିବା ଝାଡ଼ଖଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିର ମ୍ୟାଚ୍ରେ ଦ୍ୱିଶତକ କରି ରେକର୍ଡ ବୁକ୍ରେ ସ୍ଥାନ...

୨୦ ହଜାରୁ ଅଧିକ ରନ୍‌, ୧୦୦୦ରୁ ଅଧିକ ଉଇକେଟ୍‌, ଏବେ ଚଲାଉଛନ୍ତି ଟ୍ରକ୍‌

ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ନ୍ୟୁଜିଲାଣ୍ଡକ ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତାଇଥିବା ପୂର୍ବତନ ଖେଳାଳି କ୍ରିସ୍‌ କ୍ରେନ୍ସ ଏବେ ଟ୍ରକ୍‌ ଚଲାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ...

ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି...

ପିତାଙ୍କ ଗୋଟିଏ ଉପଦେଶ ବଦଳାଇ ଦେଇଥିଲା ସଚିନଙ୍କ ଜୀବନ

ଜୁନ ୨୧ ଅର୍ଥାତ୍‌ ଆଜି ପିତୃ ଦିବସ ପାଳନ କରାଯାଉଛି। ଏହି ଅବସରରେ ସାଇନା ନେହୱାଲଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଖେଳାଳିମାନେ ନିଜ...

Advertisement
Archives

Model This Week