ଚାଇନାରେ କାହିଁକି କମୁଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ବେଜିଂ,୮।୩: ଚାଇନାରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଏବେ କଡ ଲେଉଟାଇଛି। ଗୋଟିଏ ଦିନରେ ଏଠାରେ ହଜାର ହଜାର ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୧୦୦ରୁ ବି କମ୍‌ ହୋଇଯାଇଛି। ସାରା ବିଶ୍ୱରେ ଏବେ ପ୍ରାୟ ୧,୦୬,୨୧୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କେବଳ ଚାଇନାରେ ୮୦ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ରହିଥିବା କୁହାଯାଏ। ଏବେ କିନ୍ତୁ ଏହା କିପରି କମ୍‌ ହୋଇଛି ତାହା ଜାଣିବା ପାଇଁ ନିକଟରେ ୧୩ ବିଦେଶୀ ବିଶେଷଜ୍ଞ ୧୨ ଜଣ ଚାଇନା ଏକ୍ସପର୍ଟଙ୍କ ସହ ସେଠାକାର ପ୍ରାୟ ୫ ସହର ବୁଲି ଯାଇଥିବା ଶୁଣିବାକୁ ମିଳିଛି। ଏହାପରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ବିଶେଷଜ୍ଞଙ୍କ କହିବା କଥା ହେଲା ଚାଇନା ପ୍ରଥମେ କରୋନା ଭାଇରସରେ ବେଶି ପ୍ରଭାବିତ ହୋଇଥିବା ସହର ବୁହାନ ଓ ହୁବଇକୁ ଜାନୁୟାରୀ ୨୩ରୁ ଲକଡାଉନ୍‌ କରି ଦେଇଥିଲା। ଏହାର ଅର୍ଥ ହେଉଛି ଏହି ୨ ସହରରେ ଅଧିକ ପରିମାଣରେ କରେନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଉକ୍ତ ସହରର କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ କି ବାହାରୁ କୌଣସି ଲୋକ ଉକ୍ତ ସହରକୁ ଯିବାକୁ ବାରଣ କରାଯାଇଥିଲା। ଏହାସହ ସମସ୍ତ ସ୍କୁଲ, କଲେଜ, ମଲ୍‌, ହୋଟେଲ, ସିନେମାହଲ ଆଦିକୁ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଥିଲା। ଏହାସହ କିଛି ନୂଆ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯାଇଥିଲା। ଏଭଳି ପଦକ୍ଷେପ ଫଳରେ ଏବେ ଚାଇନାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ବାନା

ତେହେରାନ,୩୦ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଇରାନ ଗିରଫ ପରଓ୍ବାନା ଜାରି କରିବା ସହ ଇଣ୍ଟରପୋଲର ସହଯୋଗ ଲୋଡ଼ିଛି। ବାଗ୍‌ଦାଦରେ ଇରାନର ମୁଖ୍ୟ ଜେନେରାଲ...

କାବୁଲ ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୯ଛାତ୍ର ମୃତ, ୩୩ ଆହତ

କାବୁଲ,୧୯।୭: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଥିବା ଏକ ଆତଙ୍କବାଦୀ ବିସ୍ଫୋରଣ ପୁଣି ଥରେ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଥିବା ବିଶ୍ୱବିଦ୍ୟାଳୟ ନିକଟରେ...

ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ...

ବିଜୟ ଦିବସରେ ପୁଟିନ୍‌ଙ୍କ ଘୋଷଣା, ହିଟଲରଙ୍କ ପରି ପରାଜିତ ହେବ ୟୁକ୍ରେନ୍‌…

ମସ୍କୋ, ୯।୫ : ବିଜୟ ଦିବସ ପାଳନ ପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରଙ୍କ ନାଜି ସୈନ୍ୟବାହିନୀ...

ଇମ୍ରାନଙ୍କ ମାମଲାରେ ସାକ୍ଷି ଭାବେ ରେକର୍ଡ କରାଯିବ ପତ୍ନୀଙ୍କ ବୟାନ

ଇସଲାମାବାଦ,୪।୬: ନେଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଅଫ ପାକିସ୍ତାନ ବା (ଏନଏବି) ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପତ୍ନୀ ବୁଶରା ବିବିଙ୍କୁ ନୋଟିସ ଜାରି କରିଛନ୍ତି। ତାଙ୍କୁ...

ମହାକାଶରେ ମୃତ୍ୟୁ ଘଟିଲେ…

ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି...

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା...

ଅପରେଶନ କାଭେରୀ ଆରମ୍ଭ: ସୁଦାନରୁ ସ୍ବଦେଶ ଫେରିବେ ୨୭୮ ଭାରତୀୟ…

ଖାର୍ତୁମ,୨୫।୪ : ହିଂସା ପ୍ରଭାବିତ ସୁଦାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ପରେ ଭାରତୀୟଙ୍କ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରୁ ଭାରତୀୟମାନଙ୍କୁ ସ୍ବଦେଶ ଆଣିବା ପାଇଁ...

Advertisement
Archives

Model This Week