Posted inଫୁରସତ

ଚାଇନାରୁ ଭାରତକୁ କିପରି ଆସିଲା ମୋମ: ଜାଣନ୍ତୁ ରୋଚକ କାହାଣୀ

ଭାରତରେ ମୋମର ରହିଛି ବେଶ ଆଦର। ଯୁବପିଢ଼ିଙ୍କ ଚଟାପଟ୍‌ ଖାଦ୍ୟ ମଧ୍ୟରେ ସର୍ବାଗ୍ରେ ଏହାର ନାଁ ରହିଛି। ନିରାମିଷ ହେଉ କିମ୍ବା ଆମିଷ, ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର ସ୍ବାଦ ପ୍ରତି ସମସ୍ତଙ୍କା ରହିଛି ଆଦର। ଏହା ପ୍ରାୟ ସବୁ ସମୟରେ ସବୁ ଜାଗାରେ ସହଜରେ ମିଳିଥାଏ। ଗରମ ହେଉ କିମ୍ବା ଥଣ୍ଡା, ଯେକୌଣସି ପାଗରେ ଏହାର ସ୍ବାଦ ସବୁବେଳେ ମନଛୁଆଁ। ମାତ୍ର ଆପଣ କ’ଣ ଜାଣନ୍ତି, ଏହି ମୋମ ଚାଇନାଠାରୁ ୩ ହଜାର କିଲୋମିଟର ଦୂର ଭାରତରେ କିପରି ପହଞ୍ଚିଥିଲା। ଜାଣନ୍ତୁ ସେ ସମ୍ପର୍କରେ…
ତିବ୍ବତର ଏକ ଡିସ୍‌ ମୋମ। ଏହା ଚାଇନାରୁ ନେପାଳ ଦେଇ ଭାରତକୁ ପ୍ରବେଶ କରିଥିଲା। ଉତ୍ତର-ପୂର୍ବ ରାଜ୍ୟ ସହରରେ ମୋମ ତାହାର ଆଡ୍ଡା ଜମାଇ ଲୋକପ୍ରିୟ ଖାଦ୍ୟର ପରିଚୟ ପାଇଲ। ପାହାଡ଼ୀ ରାଜ୍ୟ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ମଧ୍ୟ ଏହାର ଲୋକପ୍ରିୟତା ଅଧିକ। ଏହା ତିବ୍ବତର ଡିସ୍‌ ହୋଇଥିଲେ ସୁଦ୍ଧା ଏହା ଚାଇନାରେ ପ୍ରଥମ ହୋଇଥିଲା। ଏହାର ଅର୍ଥ ବାମ୍ଫରେ ପକାଯାଉଥିବା ରୁଟି। ମାତ୍ର କୁହାଯାଏ, ତିବ୍ବତରେ ପ୍ରଥମେ ଏହା ପ୍ରସ୍ତୁତ କରାଯାଇଥିଲା। ପରେ ଅନ୍ୟ ସହରରେ ଅନ୍ୟ ଢଙ୍ଗରେ ପ୍ରସ୍ତୁତ କରାଗଲା। ନେପାଳ ପୂର୍ବରୁ ଏହା କାଟମାଣ୍ଡୁରେ ମିଳିବା ଆରମ୍ଭ ହୋଇଥିଲା। ତିବ୍ବତ ବେପାରୀ ମୋମକୁ ନେଇ କାଠମାଣ୍ଡୁରେ ବିକିଥିଲେ। ତିବ୍ବତର ଖାଦ୍ୟପେୟ ଉପରେ ଚାଇନାର ମୋଗଲମାନଙ୍କ ପ୍ରଭାବ ପଡିଥିଲ। ଏଥିପାଇଁ କେହି କେହି କୁହନ୍ତି, ଏହା ଚାଇନାରୁ ତିବ୍ବତ ଆସିଥିଲା। ତିବ୍ବତ ଲୋକେ ଏହାକୁ ଅଧିକ ଖାଇଥିବା ବେଳେ ଚାଇନାରେ ଏହାକୁ ଡିମାସିମ କୁହାଯାଏ। କାରଣ ଏହାସବୁ ପରିବା ପକାଇ ପ୍ରସ୍ତୁତି କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri