Posted inଖେଳ

ଚତୁଃରାଷ୍ଟ୍ରୀୟ ମହିଳା ହକି: ସ୍କଟ୍‌ଲାଣ୍ଡକୁ ହରାଇଲା ଭାରତ

ଡବ୍‌ଲିନ୍‌, ୩ା୬ (ପି.ଟି.)-ଏଠାରେ ଚାଲିଥିବା ୨୧ବର୍ଷରୁ କମ୍‌ କ୍ୟାଣ୍ଟର ଫିଜରଲାଡ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଦଳ ସୋମବାର ମ୍ୟାଚ୍‌ରେ ସ୍କଟଲାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି। ଫଳରେ ଦଳ ପ୍ରତିଯୋଗିତାରେ ଅପରାଜେୟ ଧାରା ବଜାୟ ରଖିଛି। ଭାରତ ପକ୍ଷରୁ ମମ୍‌ତାଜ ଖାଁ (୩୬ତମ ମିନିଟ୍‌) ଓ ଗଗନଦୀପ କୌର(୫୧ତମ) ଗୋଲ ସ୍କୋର କରିଥିବାବେଳେ ସ୍କଟଲାଣ୍ଡ ତରଫରୁ ମାର୍ଗେରୀ ଜଷ୍ଟିସ୍‌ (୫୦ତମ ମିନିଟ୍‌) ଏକମାତ୍ର ଗୋଲ ଦେଇଥିଲେ। ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଦ୍ୱିତୀୟାର୍ଦ୍ଧରେ ଭଲ ପ୍ରଦର୍ଶନ କରି ଆସିଛି। ଦଳ ଏପର୍ଯ୍ୟନ୍ତ ସ୍କୋର କରିଥିବା ୪ଟି ଗୋଲ ମଧ୍ୟରୁ ୩ଟି ଦ୍ୱିତୀୟାର୍ଦ୍ଧରେ ସ୍କୋର କରିଛି। ଏହି ମ୍ୟାଚରେ ଭାରତର ନିୟମିତ ଗୋଲକିପର ବିଚୁ ଦେବୀଙ୍କ ସ୍ଥାନରେ ଖୁସ୍‌ବୁ ଦାୟିତ୍ୱ ନିର୍ବାହ କରିଥିଲେ। ମଙ୍ଗଳବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତ ଆୟୋଜକ ଆୟର୍ଲାଣ୍ଡ କିମ୍ବା କାନାଡାକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଣତିଲକାଙ୍କ ଅଡୁଆ ବଢ଼ିଲା: ବଳାତ୍କାର ସମୟରେ ୩ ଥର ମହିଳାଙ୍କ ତଣ୍ଟି ଚିପିଥିବା ଅଭିଯୋଗ!

ସିଡନୀ,୧୦।୧୧: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣତିଲାକା ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ବେଳେ ଦିନକୁ ଦିନ ତାଙ୍କର ଅଡୁଆ ବଢ଼ିବାରେ ଲାଗିଛି। ବଳାତ୍କାର ସମୟରେ ଅଭିଯୋଗକାରୀ...

ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍କ୍ବାଶ ଖେଳାଳି ରନିମଙ୍କ ଅବସର

କାଇରୋ, ୨୬ା୬ (ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ସ୍କ୍ବାଶ ଖେଳାଳି ଇଜିପ୍ଟର ରନିମ୍‌ ଏଲ୍‌. ଓ୍ବିଲିଲି ଗୁରୁବାର ଅବସର ଘୋଷଣା କରିଛନ୍ତି। କୌଣସି କ୍ରୀଡ଼ାରେ ବିଶ୍ୱର ନମ୍ବର...

ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ

ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍‌ ହେବାର ରେକର୍ଡ...

ଜାତୀୟ ସିନିୟର ଏକଦିବସୀୟ ମହିଳା କ୍ରିକେଟ: ସୁଶ୍ରୀ, ମଧୁସ୍ମିତା ଓଡ଼ିଶାକୁ ବିଜୟୀ କଲେ

ଭୁବନେଶ୍ୱର,୧୭।୩(ସ୍ପୋଟର୍‌ସ ବ୍ୟୁରୋ): ସୁଶ୍ରୀ ଦିବ୍ୟଦର୍ଶନୀ ପ୍ରଧାନଙ୍କ ଚମତ୍କାର ବ୍ୟାଟିଂ ଏବଂ ଅଧିନାୟିକା ମଧୁସ୍ମିତା ବେହେରାଙ୍କ ୫ ଉଇକେଟ ସଫଳତା ବଳରେ ଓଡ଼ିଶା ସୁରଟ୍‌ର ସି.କେ. ପିଥାଓ୍ବାଲା...

ନାପୋଲି ଇଟାଲିଆନ କପ୍‌ ଫାଇନାଲରେ

ନାପଲ୍ସ, ୧୪ା୬ (ଏପି)-ଶନିବାର ଇଣ୍ଟର ମିଲାନ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ଭାବେ ଶେଷ କରିବା ପରେ ନାପୋଲି ଇଟାଲିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ...

ଅଧିନାୟକ ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨।୯: ରୋଡ ସେଫ୍‌ଟି ଓ୍ବାଲର୍‌ଡ ସିରିଜ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଗତ ବର୍ଷ ଏହି ଟୁର୍ନାମେଣ୍ଟ ହିଟ ହୋଇଥିଲା ଏବଂ ବହୁ ସଂଖ୍ୟକ...

ଆଇପିଏଲ୍‌ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ

ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ...

ଆର୍ସେନାଲ ଖେଳାଳିଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌

ଲଣ୍ଡନ,୯।୧୧(ଏଏଫ୍‌ପି)- ହାତରେ ମାରଣା ଅସ୍ତ୍ର ଧରି ଆର୍ସେନାଲ ଫୁଟ୍‌ବଲ ଖେଳାଳି ମେସୁଟ ଓଜିଲ ଓ ସିଡ୍‌ କୋଲାସିନାକଙ୍କୁ ଲୁଟିଥିବା ଅପରାଧିଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ...

Advertisement
Archives

Model This Week