ଚଣା, ମୁଗ ଅମଳରେ ବର୍ଷା ବାଧକ

ବୋଲଗଡ଼,୨୭ା୨(ଡି.ଏନ.ଏ.): ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ମୁଗ ଫସଲ ପାଇଁ ଅଦିନିଆ ବର୍ଷା ବାଧକ ସାଜିଛି। ଯେଉଁ ଜମିରେ ଆଗୁଆ ମୁଗ ଚଣା ଫସଲ ହୋଇଥିଲା ତାହା ଅମଳ ହେବାକୁ ସମୟ ଆସିଯାଇଛି। ଏହି ସମୟରେ ବର୍ଷା ହେବା ଫଳରେ ଫସଲ ଉପାଡି ଖଳାକୁ ଆଣିବାରେ ଅସୁବିଧା ସୃଷ୍ଟି ହୋଇଛି। ଚଣା ଗଛରୁ ଫଳ ଝଡିଯାଉଥିବା ଦେଖାଯାଇଛି। ଅନ୍ୟପକ୍ଷେ ମେଘୁଆ ପାଗ ସହିତ ବର୍ଷା ଲାଗି ରହିଲେ ସବୁଜ ଥିବା ମୁଗ ଫସଲରେ ରୋଗପୋକ ଆକ୍ରମଣ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଗତ ୭ ତାରିଖରେ ପ୍ରାୟ ୩/୪ଦିନ ଧରି ମେଘୁଆ ପାଗ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଚଣା ଓ ମୁଗ ଫସଲରେ ରୋଗପୋକ ଆକ୍ରମଣ କରିଥିଲେ। ତେଣୁ ଏଭଳି ପାଗ ଲାଗିରହିଲେ ରବିଫସଲ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଚିନ୍ତା ପ୍ରକଟ କଲେଣି। ବୋଲଗଡ ବ୍ଲକରେ ଚଳିତ ବର୍ଷ ପ୍ରାୟ ୭ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ହୋଇଛି। ଏଥିରେ ମୁଗ, ବିରି, ଚଣା, ହରଡ ଆଦି ରହିଛି। ଏଠାରେ ରବିଋତୁରେ ନିପାଣିଆ ମୁଗ ଓ ଚଣା ଫସଲ ଶୁଖିଲା ଜମିରେ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ...

ପାନପୋଷ ରେଳଧାରଣା କଡ଼ରେ ପଡ଼ିଛି ୨ ଯୁବକଙ୍କ ମୃତଦେହ: ପରିଚୟ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୧୮।୧୨: ସୁନ୍ଦରଗଡ଼ ଜିଲା ପାନପୋଷ ରେଳ ଷ୍ଟେଶନରୁ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ରେଳବାଇ ପୋଲିସ ଶୁକ୍ରବାର ଜବତ କରିଛି। ପୋଲିସ ମୃତଦେହ...

କରୋନା ପ୍ରଭାବ: ସବୁ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ...

ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ

ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ,...

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ: ବଜ୍ରପାତରେ ୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,(ବ୍ୟୁରୋ)/କୁନ୍ଦୁରା,୧୩।୫(ଡି.ଏନ୍‌.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରିଦେଲାଣି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହିଭଳି ତାତି...

ଜୀବନ୍ତ ହେବ ଆଦିବାସୀ ସଂସ୍କୃତି

(ଉପେନ୍ଦ୍ର ରାଉତ) ବଅଁରପାଳ,୪।୬ ନାଲ୍‌କୋ କଲୋନୀର ପରିବେଶ ହେବ ଆହୁରି ଶାନ୍ତ, ଆହୁରି ସୁନ୍ଦର। ସେଥିପାଇଁ ଏକାଧିକ ପାର୍କ ଥିଲେ ବି କର୍ତ୍ତୃପକ୍ଷ କଲୋନୀ ମଧ୍ୟରେ...

ଭଞ୍ଜନଗରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର, ୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏ ନେଇ ଗଞ୍ଜାମ ଜିଲା ବାଉଁଶଲୁଣ୍ଡି...

Advertisement


Archives

Model This Week