ଚଞ୍ଚକତା କରି ବ୍ୟାଙ୍କ ଜମା ଖାତାରୁ ଟଙ୍କା ଲୁଟ୍‌

ବାଲୁଗାଁ,୧୫।୧୦(ଡି.ଏନ.ଏ.)-ଏକ ଆନ୍ତଃରାଜ୍ୟ ବ୍ୟାଙ୍କ ଠକେଇ ଦଳ ଚଞ୍ଚକତା ପୂର୍ବକ ଫୋନ୍‌ କରି ଜଣେ ଜମାକାରୀଙ୍କଠାରୁ ସମସ୍ତ ତଥ୍ୟ ହାସଲ କରିବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ଜମା ଟଙ୍କା ଲୁଟି ନେଇଛନ୍ତି। ବାଲୁଗାଁ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ବାଲୁଗାଁ ନିକଟସ୍ଥ ଇଞ୍ଜନପୁର ଗ୍ରାମର ଅନୀତା ପଣ୍ଡା ନାମ୍ନୀ ଜଣେ ବିଧବା ମହିଳା । ତାଙ୍କ ଜମାଖାତାରୁ ଦୁର୍ବୃତ୍ତ ସମସ୍ତ ୨୪ହଜାର ଟଙ୍କା ଲୁଟି ନେଇଛନ୍ତି ।
ଘଟଣାରୁ ପ୍ରକାଶ, ଇଞ୍ଜନପୁର ଗ୍ରାମର ଅନୀତା ଓ ତାଙ୍କ ସ୍ବାମୀ ଲକ୍ଷ୍ମୀଧର ପଣ୍ଡାଙ୍କ ଯୁଗ୍ମନାମରେ ବାଲୁଗାଁ ଆନ୍ଧ୍ର ବ୍ୟାଙ୍କରେ ଏକ ଜମାଖାତା ଅଛି । ସ୍ବାମୀଙ୍କ ଦେହାନ୍ତ ପରେ ବହୁ ଦୁଃଖକଷ୍ଟରେ ସଞ୍ଚତ୍ତ ୨୪ହଜାର ଟଙ୍କାକୁ ଅନୀତା ନିଜ ଆକାଉଣ୍ଟ୍‌ରେ ଜମା ରଖିଥିଲେ । ଏପରିସ୍ଥଳେ ଗତ ଶନିବାର ପୂର୍ବାହ୍ନରେ କେହି ଜଣେ ହିନ୍ଦୀ ଭାଷାରେ ଅନୀତାଙ୍କ ମୋବାଇଲକୁ ଫୋନ୍‌ କରି ତୁମର ଏଟିଏମ୍‌ ଆକାଉଣ୍ଟ୍‌ ଅଚଳ ହୋଇଯାଇଛି, ସଚଳ ନିମନ୍ତେ ସମସ୍ତ ତଥ୍ୟ ଆବଶ୍ୟକ ବୋଲି କହିଥିଲେ। ଅନୀତା ବିଶ୍ୱାସର ସହ ନିଜ ଏଟିଏମ୍‌ କାର୍ଡ ଗୁପ୍ତ ନମ୍ବର ସମେତ ନିଜର ଜମାଖାତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟି ଗୋଟି କରି ତାଙ୍କୁ କହିଦେଇଥିଲେ। ଏହାର କିଛି ସମୟ ପରେ ଅନୀତାଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଘଟଣା ସମ୍ପର୍କରେ ସେ ନିଜର ସମ୍ପର୍କୀୟଙ୍କୁ ଜଣାଇଥିଲେ । ସମ୍ପର୍କୀୟ ଜଣକ ସମସ୍ତ ଘଟଣା ଶୁଣି ଅନୀତା ଠକାମିର ଶିକାର ହୋଇଥିବା ଏବଂ ତୁରନ୍ତ ଏଟିଏମ୍‌ ଯାଇ ଟଙ୍କା ଉଠାଇଦେବାକୁ ପରାମର୍ଶ ଦେଇଥିଲେ । ସଙ୍ଗେ ସଙ୍ଗେ ଅନୀତା ବାଲୁଗାଁ ଆସି ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଇଲା ବେଳକୁ ମାତ୍ର ଅଧଘଣ୍ଟା ବ୍ୟବଧାନରେ ତାଙ୍କ ଜମା ଖାତାରୁ ୨୪ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ହେତୁ ସୋମବାର ଅନୀତା ବାଲୁଗାଁସ୍ଥିତ ଆନ୍ଧ୍ରାବ୍ୟାଙ୍କ ଶାଖାକୁ ଆସି ପରିଚାଳକଙ୍କୁ ସମସ୍ତ ଘଟଣା ଜଣାଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ସେହିପରି ସେ ବାଲୁଗାଁ ଥାନାରେ ଜଣାଇଥିଲେ। ହେଲେ ଏହା ବ୍ୟାଙ୍କର କାମ ବୋଲି ଥାନା ପକ୍ଷରୁ କୁହାଯାଇଥିବା ଅନୀତା କହିଛନ୍ତି। ଏପରି ଘଟଣା ଘଟୁଥିବା ଯୋଗୁ ବ୍ୟାଙ୍କ ତରଫରୁ ଗ୍ରାହକକୁ ବାରମ୍ବାର ସଚେତନ କରାଯାଉଥିବାବେଳେ ଗ୍ରାମାଞ୍ଚଳର ନିରୀହ ଗରିବ ଶ୍ରେଣୀର ଲୋକେ ଏହି ଚଞ୍ଚକତାର ଶିକାର ହେଉଥିବା ଦେଖାଯାଉଛି । ଏହି ଠକେଇରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ପୋଲିସ ଓ ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ସଂପୃକ୍ତ ଠକେଇ ଗ୍ୟାଙ୍ଗକୁ ଠାବ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ବନ୍ଦ: ପଦ୍ମପୁରବାସୀଙ୍କ ସମର୍ଥନ

ପଦ୍ମପୁର/ବରଗଡ଼ ଅଫିସ,୫।୨(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପଦ୍ମପୁରବାସୀ ମଧ୍ୟ...

ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌

ପୁରୀ ଅଫିସ,୨୯ା୧୦: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେ ବେଳେ ଭକ୍ତ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି ତ ଆଉ...

ଜନସାଧାରଣଙ୍କୁ ବିତରଣ କରା ନ ଯାଇ ପୋଡ଼ାଯାଉଛି ସରକାରୀ ଔଷଧ

ବସ୍ତା,୧୬ା୪(ଡି.ଏନ୍‌.ଏ.): ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ କରା ନ ଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲା ବସ୍ତା...

‘ଜଳ ଉତ୍ସ ଅଛି, ସଂରକ୍ଷଣ ପାଇଁ ଚିନ୍ତା ନାହିଁ’

ଜଳ ସଂରକ୍ଷଣ ବ୍ୟବସ୍ଥା ହେଉ କଣ୍ଟିଲୋ-ଭୁବନେଶ୍ୱର ରାଜପଥର କାଳିଗିରି ପୋଲଠାରୁ ମାତ୍ର ୨ କି.ମି. ଦୂର ଭାପୁର ବ୍ଲକ୍‌ ଅଧୀନ ମହାନଦୀ କୂଳରେ ରହିଛି ମଣିପୁର...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ବୁଧବାର ରାତିରେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ୩ ଯୁବକ ଗଣ ବଳାତ୍କାର କରିଥିବା ନେଇ ଅଭିଯୋଗ...

ମେଲାଣି ନେଲେ ମା’

ଅନୁଗୋଳ ଅଫିସ, ୧୭।୧୦: ଆବଦ୍ଧ ମଣ୍ଡପରେ ପୂଜାର୍ଚ୍ଚନା ପରେ ମେଲାଣି ନେଇଛନ୍ତି ମା’ ଦୁର୍ଗା। ଘଣ୍ଟଘଣ୍ଟା, ଢୋଲ ବାଦ୍ୟର ତାଳେ ତାଳେ ନିରାଡମ୍ବର ଭାବେ ଦେବୀଙ୍କୁ...

ଫାଣ୍ଡିରୁ ଅଭିଯୁକ୍ତ ଫେରାର ହେବା କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଲା

ସଇଁତଳା,୨୯ା୪(ଡି.ଏନ.ଏ.): ବିନ୍ଧନବାହାଲି ମଦଭାଟି ଡକାୟତି ଘଟଣାରେ ବଲାଙ୍ଗୀର ଜିଲା ସଇଁତଳା ଥାନା ଅଧୀନ ବଡ଼ମାଳ ଫାଣ୍ଡି ପୋଲିସ ଅଟକ ରଖିଥିବା ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।...

ନବବଧୂ ମୃତ୍ୟୁ ଘଟଣା: ଜେଲ୍‌ ଗଲେ ସ୍ବାମୀ, ଶାଶୁ-ଶ୍ୱଶୁର

ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ...

Advertisement
Archives

Model This Week