ଚକୋଲେଟ୍‌ କେକ୍‌

ଆବଶ୍ୟକ ସାମଗ୍ରୀ
ମଇଦା -୨୦୦ ଗ୍ରାମ୍‌, ମିଲ୍କ ମେଡ୍‌-୨୦୦ ଗ୍ରାମ୍‌, କ୍ଷୀର -୨୦୦ ମିଲି, ମଖନ୍‌ -୧୦୦ ଗ୍ରାମ୍‌, ପେଷାଯାଇଥିବା ଚିନି – ୧୦୦ ଗ୍ରାମ୍‌, କୋକୋ ପାଉଡର – ୫୦ ଗ୍ରାମ୍‌, ବେକିଂ ପାଉଡର – ୧ ଚାମଚ, ଖାଇବା ସୋଡ଼ା – ୧/୨ ଚାମଚ, ଲୁଣ -୧/୪ ଚାମଚ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କେକ୍‌ ତିଆରି କରିବାର କଣ୍ଟେନରକୁ ହାଲ୍‌କା ଗରମକରି ଏହାର ଭିତର ପଟେ ଭଲଭାବେ ମଖନ ଲଗାନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ଲୁଣ, ଖାଇବା ସୋଡ଼ା, ବେକିଂ ପାଉଡର ଏବଂ କୋକୋ ପାଉଡର ଭଲଭାବେ ମିଶାନ୍ତୁ। ଆଉ ଏକ ପାତ୍ରରେ ଅଳ୍ପ ଘିଅ, ଚିନି ଏବଂ ମିଲ୍କ ମେଡ୍‌ ମିଶାଇ ରଖନ୍ତୁ। ଏବେ ଏହି ମିଶ୍ରଣରେ ମଇଦାର ମିଶ୍ରଣ ଗୋଳାନ୍ତୁ ଯେପରି ଗୋଟା ହୋଇ ରହିବ ନାହିଁ। ଏଥିରେ ଅଳ୍ପ ପରିମାଣରେ କ୍ଷୀର ଢାଳନ୍ତୁ। ଏକ ପ୍ରେସର କୁକରରେ ଲୁଣ ବିଛାଇ ଗରମ ହେବା ପାଇଁ ଗ୍ୟାସ୍‌ ଲଗାନ୍ତୁ। ଏବେ ଏଥିରେ କେକ୍‌ ପ୍ରସ୍ତୁତ କରିବା ପାଇଁ ଥିବା କଣ୍ଟେନର ରଖି ପୂର୍ବରୁ ପ୍ରସ୍ତୁତ ଥିବା କେକ୍‌ର ମିଶ୍ରଣକୁ ଢାଳନ୍ତୁ। ଏବେ ପ୍ରେସର କୁକରର ହ୍ବିସିଲ କାଢ଼ି ଗ୍ୟାସ୍‌କୁ ସିମ୍‌ରେ ରଖନ୍ତୁ। ୪୦ ମିନିଟ୍‌ ପରେ ଢାଙ୍କୁଣି କାଢ଼ି ଟୁଥ୍‌ ପିକ୍‌ ସାହାଯ୍ୟରେ ଚେକ୍‌ କରନ୍ତୁ। ଯଦି କେକ୍‌ର ବାସ୍ନା ଆସିଲା ତେବେ ଗ୍ୟାସ୍‌ ଚୁଲା ବନ୍ଦକରି ୧୦ ମିନିଟ୍‌ ପାଇଁ ଛାଡ଼ିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ କେକ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ।...

ଏହି କାରଣରୁ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ

ଲକ୍ଷ୍ମୀ ଓ ଧନ ବିଷୟରେ ନୀତିଗ୍ରନ୍ଥର ତୃତୀୟ ଅଧ୍ୟାୟର ଏକବିଂଶ ପଦରେ ଚାଣକ୍ୟ ଅନେକ କଥା କହିଛନ୍ତି। ସେ କହିଛନ୍ତି, ମୁର୍ଖମାନଙ୍କୁ ସମ୍ମାନ କରୁଥିବା ଲୋକଙ୍କ...

ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ,...

କୋଭିଡ୍‌ ଜ୍ୱାଳାକୁ କମାଇପାରିବ ପ୍ରୋଟିନ୍‌

ଟରଣ୍ଟୋ,୬ା୭(ପି.ଟି.): ବୈଜ୍ଞାନିକମାନେ ଏକ ପ୍ରକାର ପ୍ରୋଟିନ୍‌ ଆବିଷ୍କାର କରିଛନ୍ତି ଯାହା କୋଭିଡ୍‌-୧୯ ଜନିତ ପ୍ରଦାହକୁ ହ୍ରାସ କରିପାରିବ ବୋଲି ସେମାନେ ଦାବି କରିଛନ୍ତି। ଏହି ନୂଆ...

ସାବଧାନ! ପାଣି ପିଇଲେ ବି ଚାଲିଯିବ ଜୀବନ, ଜାଣନ୍ତୁ କେମିତି ଆଉ କାହିଁକି

ପାଣି ଅମୃତ ସମାନ। କୁହାଯାଏ, ପାଣି ପିଇଲେ ଅନେକ ରୋଗରୁ ଉପଶମ ମିଳିଥାଏ। ପାଣି ପିଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ମାତ୍ର ପାଣି ବି...

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ଧନ୍ୟ; ଜାଣନ୍ତୁ ଏପରି କାହାକୁ କହିଛନ୍ତି ଚାଣକ୍ୟ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ଏସବୁ ଖାଇଲେ ହେବନି କରୋନା…

ନୂଆଦିଲ୍ଲୀ,୧୭।୪: କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ନିଜର ନିତିଦିନିଆ ଜୀବନ ଶୈଳୀରେ କେତେକ ଖାଦ୍ୟାଭ୍ୟାସକୁ ସାମିଲ କଲେ...

Advertisement
Archives

Model This Week