Posted inଜାତୀୟ

ଘୋଡ଼ାବେପାର ଉଦ୍ୟମ କରୁଛି ଭାଜପା

ମୁମ୍ବାଇ,୧୭ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅସାମର୍ଥ୍ୟ ପ୍ରକାଶ କରିଥିବା ଭାଜପା ଶୁକ୍ରବାର ପୁଣି ଥରେ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଘୋଡ଼ାବେପାରର ସୂଚନା ଦେଉଥିବା ଶିବସେନା ଅଭିଯୋଗ କରିଛି। ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ୬ ମାସ ତିଷ୍ଠିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ କହିଥିଲାବେଳେ ନୂଆ ରାଜନୈତିକ ସମୀକରଣ ଅନେକ ନେତାଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ବୋଲି ଶିବସେନା ଏହାର ମୁଖପତ୍ର ‘ସାମ୍‌ନା’ରେ ଲେଖିଛି।
ଭାଜପା ସପକ୍ଷରେ ୧୧୯ ବିଧାୟକଙ୍କ ସମର୍ଥନ ରହିଛି। ଏହି ଦଳ ଖୁବ୍‌ଶୀଘ୍ର ସରକାର ଗଢ଼ିବ ବୋଲି ଶୁକ୍ରବାର ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଥିଲେ। ୧୦୫ ଆସନରେ ଜିତିଥିବାରୁ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନ ଥିବା ଯେଉଁମାନେ ରାଜ୍ୟପାଳଙ୍କୁ ଜଣାଇଥିଲେ, ଏବେ ସେମାନେ ସରକାର ଗଠନ ପାଇଁ କିପରି ଦାବି କରୁଛନ୍ତି ବୋଲି ସାମ୍‌ନାରେ ପ୍ରଶ୍ନ କରାଯାଇଛି। ଏଥିରେ ଭାଜପାର ଘୋଡ଼ାବେପାର ସ୍ପଷ୍ଟ ହୋଇଯାଇଛି। ସେମାନଙ୍କ ସ୍ବଚ୍ଛ ଶାସନ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ମିଥ୍ୟା ଏହା ପ୍ରମାଣିତ ହୋଇଥିବା ଶିବସେନା କହିଛି।
ସୂଚନାଯୋଗ୍ୟ, କୌଣସି ଦଳ ସରକାର ଗଢ଼ିବାକୁ ସମର୍ଥ ନ ହେବାରୁ ମଙ୍ଗଳବାରଠାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏବେ କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଶିବସେନା ସରକାର ଗଢ଼ିବାକୁ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର

ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର...

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ...

୩ ଆତଙ୍କବାଦୀଙ୍କୁ ଧରାଇଲେ ୩୦ ଲକ୍ଷ

ଜମ୍ମୁ,୨୪ା୧୦(ପି.ଟି.): ୩ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଧରାଇଦେଲେ ୩୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ବୁଧବାର ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ...

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର...

୫୨୭ ଲୋକ ସଭା ଆସନ ଭୋଟ ଗଣତି: ୨୮୬ରେ ଭାଜପା ଏବଂ ୧୨୫ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ସକାଳ ସାଢ଼େ ୯ଟା ସୁଦ୍ଧା ୫୨୫ ଆସନର ଗଣତି ଜାରି ରହିଛି। ସେଥିମଧ୍ୟରୁ ୨୮୬ ଆସନରେ ଭାଜପା...

ମମତା-ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଭୋପାଳ,୧୨।୧: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ମଧ୍ୟପ୍ରଦେଶର ଜବଲପୁରରେ ଏକ ଜନସଭାକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପୂର୍ବତନ...

କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ; ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୮।୧୨: କେନ୍ଦ୍ରୀୟ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍‌ ନିକଟରେ ଥିବା ଏକ ସ୍କୁଲ ବ୍ୟାଗ୍‌ ତିଆରି କାରଖାନାରେ ରବିବାର ଭୋର୍‌ ୫ଟାରେ ଭୟାବହ ଅଗ୍ନିକାଣ୍ଡ...

ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୪ା୮: ଲଦାଖର ଲାଇନ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ (LAC) ଉପରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗିରହିଛି। ଚାଇନା ଯେକୌଣସି ଚାଲବାଜି କରିପାରେ...

Coronavirus Update

Archives

Model This Week

Why Dharitri