ଘାଟିରୁ ୧୦୦ ଫୁଟ୍‌ ତଳକୁ ଖସିଲା ହିଟାଚି ବୋଝେଇ ଟ୍ରଲର: ଚାଳକ, ମେଶିନ ଅପରେଟର ଗୁରୁତର

କେନ୍ଦୁଝର,୧୩।୬(ସ୍ବ.ପ୍ର.)-ନରଣପୁରରୁ ହରିଚନ୍ଦନପୁର ଦେଇ ଡୁବୁରୀ ଯାଇଥିବା ରାସ୍ତାର କୁଆଝରଣ ଘାଟିରେ ଶନିବାର ଭାରସାମ୍ୟ ହରାଇ ଏକ ଟ୍ରଲର ତଳକୁ ଖସିପଡ଼ିଛି। ଫଳରେ ଚାଳକଙ୍କ ସହ ଜଣେ ମେଶିନ ଅପରେଟର ଗୁରୁତର ହୋଇଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
ପ୍ରକାଶ ଯେ, ହିଟାଚି ମେସିନ ବୋଝେଇ କରି ଉକ୍ତ ଟ୍ରଲରଟି କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟିରୁ ୧୦୦ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରଲର ଚାଳକଙ୍କ ସହ ସାଥିରେ ଥିବା ମେସିନ ଅପରେଟର ଗୁରୁତର ହୋଇଥିଲେ। ଟ୍ରଲର ଚାଳକଙ୍କ ପରିଚୟ ମିଳିପାରି ନାହିଁ। ମେସିନ ଅପରେଟର ଜଣଙ୍କ ନୟାଗଡ଼ ଜିଲା ଜହ୍ନିପୁର ପଞ୍ଚାୟତ ବିଜୁପୁର ଗ୍ରାମର କାହ୍ନା ସ୍ବାଇଁ (୧୯) ବୋଲି ଜଣାପଡ଼ିଛି। ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ଉତ୍ତେଜନା

ଖଲ୍ଲିକୋଟ,୩୦ା୮(ଡି.ଏନ.ଏ.)- ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଖାଦ୍ୟ ଥାଳିରେ...

ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ପୁଣି ଅଶାନ୍ତ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ଜଗନ୍ନାଥ ନଗରରେ ୨ଟି ବୋମାମାଡ଼ ହୋଇଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କୌଣସି...

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର...

ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, ଓଡ଼ିଶାରେ ପ୍ରଥମ

ଭୁବନେଶ୍ୱର,୫।୬(ବ୍ୟୁରୋ):  ଓଡ଼ିଶା ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ। ରବିବାର ନୂଆ ମନ୍ତ୍ରୀମାନେ ଶପଥ ନେବେ। ସେଥିପାଇଁ ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୧୩ଜଣ...

ଯୋଡ଼ାରେ କେନ୍ଦ୍ରୀୟ ଶ୍ରମ ମଙ୍ଗଳ କମିଶନର

ଯୋଡ଼ା ୧୮।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ ହୋଇଥିବା ୫୦ ଶଯ୍ୟା ବିଶିଷ୍ଟ ଯୋଡା...

ଯାଞ୍ଚବେଳେ ଧରାପଡ଼ିଲା ବାଇକ୍‌ ଚୋରି ର଼୍ୟାକେଟ: ୫ ଚୋରା ବାଇକ ଜବତ, ଦୁଇ ଗିରଫ

ଭୁବନେଶ୍ୱର, ୨୯ା୫(ବ୍ୟୁରୋ): ନୟାପଲ୍ଲୀ ଥାନା ପୋଲିସ ଗାଡ଼ି ଚେକିଂ କରୁଥିବାବେଳେ ବାଇକ ଚୋରି ରାକେଟକୁ ଧରିଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗରଫ କରିବା...

ଟ୍ରକ୍‌ ମାଲିକଙ୍କ ଜୀବିକାରେ ଚଡ଼କ

ଯୋଡ଼ା,୨୧।୬ (ଡି.ଏନ.ଏ.) କେନ୍ଦୁଝର ଜିଲାର ଯୋଡ଼ା ଖଣି ମଣ୍ଡଳରେ ବହୁ ସଂଖ୍ୟକ ଲୋକ ଟ୍ରକ୍‌ ପରିବହନ ବ୍ୟବସାୟ ଉପରେ ନିର୍ଭରଶୀଳ ା ପ୍ରାୟ ୧୦ ହଜାରରୁ...

ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ସଂଘ...

Advertisement
Archives

Model This Week