ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି ଏକ ସମୟରେ ନିଜ ଘରକୁ ବି ସିନେମା ହଲ୍‌ର ରୂପ ଦେଇହେବ। ଏଭଳି ଏକ ଚିନ୍ତାକୁୁ ରୂପ ଦେଇଛନ୍ତି ମାଇକେଲ୍‌ ଓ ମାରିସା। ଏହି ଦମ୍ପତ୍ତି ନିଜ ଘରକୁ ସିନେମା ହଲର ରୂପ ଦେଇ ଏକ ସୁନ୍ଦର ଟିକ୍‌ ଟକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି।
ମାଇକେଲ୍‌ ହିଁ ତାଙ୍କ ଜୀବନସାଥୀ ମାରିସାଙ୍କ ପାଇଁ ଘରକୁ ସିନେମା ହଲ୍‌ରେ ପରିଣତ କରି ଦେଇିଛନ୍ତି। ତେଣୁ ମାରିସା ପ୍ରଥମେ ଘର ଭିତରକୁ ଆସିବା ପୂର୍ବରୁ କାଗଜରେ ଡିଜାଇନ୍‌ ହୋଇ ଲେଖାଥିବା ଏକ ସିନେମା ଟିକେଟ୍‌ ତାଙ୍କୁ ଧରାଇ ଦିଆଯାଉଛି। ଏହାପରେ ଜଣେ ତାଙ୍କୁ ଚେକ୍‌ କରି ଭିତରକୁ ପ୍ରବେଶ କରାଉଛି। ଭିତରକୁ ପ୍ରବେଶ କରିବା ମାତ୍ରେ ତାଙ୍କ ନିଜ ଘରେ ତାଙ୍କୁ ସିନେମା ହଲ୍‌ ଭଳି ଅଡିଟୋରିଅମ୍‌, ୱାଶ୍‌ରୁମ୍‌, ଚା କଫି ଆଦି ସବୁକିଛି ସ୍ବତନ୍ତ୍ର ଶୈଳୀରେ ମିଳିଯାଉଛି। ସିନେମା ହଲ୍‌ ଭଳି ତାଙ୍କୁ ଏକ ବଡ଼ ଜାଗାରେ ଚିପ୍ସ ଓ ପପ୍‌କର୍ଣ୍ଣ ଦେଇ ପାଛୋଟି ନେଉଛନ୍ତି ତାଙ୍କ ସାଥୀ ମାଇକେଲ୍‌। ଏହାପରେ ଘର ଭିତରେ ସେମାନେ ଏକ ସୁନ୍ଦର ଆଲୋକ ସଜ୍ଜା ପରିବେଶରେ ଟିଭି ଦେଖୁଛନ୍ତି।
ମାଇକେଲଙ୍କ ଏଭଳି ଏକ ଚିନ୍ତାଧାରା ଏବେ ତାଙ୍କ ସାଥୀଙ୍କୁ ତ ଇମ୍ପ୍ରେସ୍‌ କରିପାରିଛି ତା’ସହ ସାଧାରଣ ଲୋକଙ୍କୁ ବି ବେଶ୍‌ ପସନ୍ଦ ଆସିଛି। ଏହି ଟିକ୍‌ ଟକ୍‌ ଭିଜୁଆଲ୍‌ ପୋଷ୍ଟ ହେବାର ମାତ୍ର ଚାରିଦିନ ପରେ ଏହାକୁ ୧.୩ ମିଲିଅନ୍‌ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ସହିତ ୮ହଜାରରୁ ଅଧିକ ଲୋକ ଏନେଇ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି। ନିଜସାଥୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ଏତେ ସୁନ୍ଦର ଶୈଳୀର ପରିକଳ୍ପନାକୁ ନେଇ ଲୋକେ ମାଇକେଲଙ୍କୁ ଢେର୍‌ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବାଲେଶ୍ୱର ଅଫିସ୍‌:୨୧।୪: ବାଲେଶର ସହରରେ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହେବାପରେ ଏକ ପ୍ରକାର ଆତଙ୍କ ଦେଖାଦେଇଛି। ଗତ ଶନିବାର ବାଲେଶ୍ୱରର ନେଳିବାବାଗ ଅଞ୍ଚଳର ଜଣେ ୫୮...

୧୨୦୦୦ କିଲୋମିଟର ଉଡ଼ିଲା କୋଇଲି, ଚକିତ ହେଲେ ବୈଜ୍ଞାନିକ

ଓ୍ବାଲର୍‌ଡ ଲାଇଫ୍‌ ସାଇନ୍ସ ଆଣ୍ଡ୍‌ କଞ୍ଜରଭେଶନ ସେଣ୍ଟର ଏବଂ ବ୍ରିଟିଶ ଟ୍ରଷ୍ଟ୍‌ ଅଫ୍‌ ଅର୍ନିଥୋଲୋଜି ମିଳିତ ଭାବେ ମଙ୍ଗୋଲିୟନ ବୈଜ୍ଞାନିକ ୨୦ରୁ ଅଧିକ ପକ୍ଷୀଙ୍କ ଉପରେ...

ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍‌

ନୂଆଦିଲ୍ଲୀ,୨।୧: ସିଆଚେନ୍‌ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍‌ ୪୦ ଡିଗ୍ରୀ ସେଲସିୟସ୍‌ରୁ ମଧ୍ୟ କମ୍‌ ରହିଥାଏ। ଏଠାରେ ପ୍ରାୟ ୩ରୁ ୪...

କମୁଛି କୋଭିଡ୍‌ ଟିକା ଚାହିଦା

ନୂଆଦିଲ୍ଲୀ, ୯।୧୨: କୋଭିଡ୍‌ ଟିକା ଯୋଗାଣ ତୁଳନାରେ ଚାହିଦା କମିଗଲାଣି। ତେଣୁ ବୁଷ୍ଟର ଡୋଜ୍‌ ପ୍ରସ୍ତୁତି ପାଇଁ ଅନୁମତି ପ୍ରଦାନ ନିମନ୍ତେ ଭାରତୀୟ ଭାକ୍ସିନ୍‌ ନିର୍ମାତାମାନେ...

କରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ଉପ ଜିଲାପାଳ

ଭଞ୍ଜନଗର,୨୬।୭(ଡି.ଏନ.ଏ)- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ...

ଚାଇନାରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୧ ଲକ୍ଷ ଟପିବା ଆଶଙ୍କା…

ବେଜିଂ,୧୮।୧୨ : ଚାଇନାରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଠାରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚାଇନାରେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର...

୫ହଜାର ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

ନୂଆପଡା ଅଫିସ,୧୧ା୪: ଲକ୍‌ଡାଉନ ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବ ନାହିଁ ବୋଲି ସରକାର ବିକଳ୍ପ ପନ୍ଥା ମାନ ଅବଲମ୍ବନ କରୁଛନ୍ତି। ନୂଆପଡା ଜିଲାର ୧୩୧...

ଜେଲରେ ବ୍ୟାପୁଛି କରୋନା

କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ...

Advertisement
Archives

Model This Week