ଘର କରୁନାହାନ୍ତି ହିତାଧିକାରୀ, ପ୍ରତିବାଦରେ ପ୍ରଶାସନର ଧାରଣା

ପାଲଲହଡ଼ା, ୬ା୨(ଡି.ଏନ.ଏ.)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ସହ ଟଙ୍କା ପାଇଥିବା ହିତାଧିକାରୀମାନେ ଗୃହ ନିର୍ମାଣ କରୁ ନ ଥିବାରୁ ସେମାନଙ୍କ ଘର ଆଗରେ ପାଲଲହଡ଼ା ବିଡିଓ ରବି ନାରାୟଣ ମାଝି କର୍ମଚାରୀଙ୍କ ସହ ବୁଧବାର ଧାରଣା ଦେଇଛନ୍ତି। ପ୍ରଥମେ ବିଡିଓ, ବ୍ଲକ କର୍ମଚାରୀ ଏବଂ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ବ୍ଲକର ଈଶ୍ୱରନଗର ପଞ୍ଚାୟତର ଗୁଡ଼ାପଦା ଗ୍ରାମକୁ ଯାଇ ହିତାଧିକାରୀଙ୍କୁ ଘର ନିର୍ମାଣ ନ କରିବାର କାରଣ ପଚାରିବା ସହ ଧାରଣାରେ ବସିଥିଲେ। ସମସ୍ତ ହିତାଧିକାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୃହ ନିର୍ମାଣ କରିବାକୁ କହିବା ପରେ ବିଡିଓ ଧାରଣାରୁ ହଟିଥିଲେ। ପରେ ବିଡିଓ ଏବଂ କର୍ମଚାରୀମାନେ ନିଜିଗଡ଼ ପଞ୍ଚାୟତର ପାଟବେଡା ଗ୍ରାମକୁ ଯାଇ ଜଣେ ହିତାଧିକାରୀଙ୍କ ଘର ସମ୍ମୁଖରେ ଧାରଣା ଦେବାରୁ ହିତାଧିକାରୀମାନେ ଗୃହ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହିପରି ଧାରଣା ଦିଆଯାଇ ମାର୍ଚ୍ଚ ସୁଦ୍ଧା ସମସ୍ତ ଗୃହ ନିର୍ମାଣ କରାଯିବାକୁ କୁହାଯିବ ବୋଲି ବିଡିଓ କହିଛନ୍ତି। ଅତିରିକ୍ତ ବିଡିଓ ଏସ. ନୈବେଦ୍ୟ ଲଲାଟେନ୍ଦୁ, କନିଷ୍ଠ ଯନ୍ତ୍ରୀ ଗଲାଟି ଶଙ୍କର ଆଚାରୀ, ଧରଣୀଧର ସାହୁ, ସମିତିସଭ୍ୟ ଦିଲୀପ କୁମାର ଉଦାବଳ, କୃଷ୍ଣ କୁମାର ବୋଷ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ନାହିଁ, ଶିକ୍ଷାଦାନ ବାଧାପ୍ରାପ୍ତ

ଛେଣ୍ଡିପଦା,୧୪।୩(ସ୍ବ.ପ୍ର.) ଏକଦା ଶିକ୍ଷାକ୍ଷେତ୍ରରେ ନାଁ କମାଇଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବେ ନାନା ସମସ୍ୟାରେ ଗତି...

ଫି’ ବୃଦ୍ଧିକୁ ନେଇ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକରେ ତାଲା ପକାଇ ଆନ୍ଦୋଳନରେ ଛାତ୍ରୀଛାତ୍ର

ତାଳଚେର,୨୦।୯(ନି.ପ୍ର.): ରିଆଡ୍‌ମିଶନ ଫି କମାଇବା ଦାବିରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀଛତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।...

ଚିକିତ୍ସା ଚିନ୍ତାରେ ୧୧ ପଞ୍ଚାୟତବାସୀ

ବଇଣ୍ଡା,୨ା୧୨(ଡି.ଏନ.ଏ.) – ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବାରୁ ବଇଣ୍ଡା ଓ ହଣ୍ଡପା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ଅନୁଗୋଳ ଜିଲା କିଶୋରନଗର ବ୍ଲକର...

ସଫଳ ପରିଚାଳନା ଉପରେ ଗୁରୁତ୍ୱ

ଅନୁଗୋଳ/ ଢେଙ୍କାନାଳ ଅଫିସ,୨୩ ।୧୧ ମତ୍ସ୍ୟ ଚାଷର ଉନ୍ନତୀକରଣ ଓ ଏହାର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ରବିବାର ଜିଲା ମତ୍ସ୍ୟ ବିଭାଗ ତରଫରୁ...

ଭାଙ୍ଗିଦେଲେ, ଗଢ଼ୁନାହାନ୍ତି

ବଇଣ୍ଡା,୨୦।୪ (ପରିକ୍ଷିତ ସାହୁ) – ରାଜପଥ ସମ୍ପ୍ରସାରଣ ନିମନ୍ତେ ୪ ବର୍ଷ ତଳୁ ଭଙ୍ଗାଯାଇଛି ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟାଳୟ। ଏପରି କି ଶିକ୍ଷାନୁଷ୍ଠାନ ମଧ୍ୟ...

କୋଟିଏ ଟଙ୍କାର କଦଳୀ ଫସଲ ନଷ୍ଟ

ଛେଣ୍ଡିପଦା,୨୧।୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳର କଦଳୀ ଚାଷୀଙ୍କ ପାଇଁ କାଳ ହୋଇଛି କାଳବୈଶାଖୀ। ଗତ ଗୁରୁବାର ହୋଇଥିବା କାଳବୈଶାଖୀରେ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ...

ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ଛାଡ଼ିଲେନି ଅଭିଭାବକ

ଅନୁଗୋଳ ଅଫିସ,୫।୬: ଅନୁଗୋଳ ବ୍ଲକ ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକମାତ୍ର ଗଣିତ ଶିକ୍ଷକଙ୍କ ବଦଳି ଘଟଣା ଧୀରେ ଧୀରେ ଅଧିକ ଜଟିଳ ରୂପ...

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି...

Advertisement
Archives

Model This Week