ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ ବେକରେ ଏକ ବେଡ଼ଶିଟ ଲଗାଇ ବେଡ଼ରୁମ ଭିତରେ ଥିବା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୃତଦେହ ଜବତ କରି ନଂ. ୨୭୫/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯୁବକଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡି ନ ଥିବା ବେଳେ ପୋଲିସ ତାଙ୍କ ମୋବାଇଲ ଫୋନ ନମ୍ବର ଜବତ କରି ତଦନ୍ତ ଚଳାଇଛି। ଯୁବକ ଜଣଙ୍କ ଘରେ ସଙ୍ଗରୋଧରେ ଥିବା ବେଳେ ସେ ବୁଧବାର ରାତିରେ ଘର ବାହାରକୁ କାହିଁକି ଯାଇଥିଲେ ଏବଂ ରାତ୍ର ଭୋଜନ କେଉଁଠି ଓ କାହା ସହିତ କରିଥିଲେ ସେ ନେଇ ପୋଲିସ ଅନୁସନ୍ଧାନ କରୁଛି ବୋଲି କହିଛି। ପ୍ରକାଶ ଯେ, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଶାଶ୍ୱତ ପଟ୍ଟନାୟକ ଓ ସ୍ତ୍ରୀ ସୁଧାଂଶୁବାଳା ପଟ୍ଟନାୟକଙ୍କ ଏକ ମାତ୍ର ପୁଅ ହାର୍ଦ୍ଦିକ। ସେ ବି-ଟେକ୍ ପାସ କରିବା ପରେ ବାଙ୍ଗାଲୋରରେ ଏକ କମ୍ପାନୀରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଲକ୍ଡାଉନ୍ ଯୋଗୁ ବାଙ୍ଗାଲୋରରେ ଫସି ରହିଥିଲେ। ନିୟମ କୋହଳ ହେବା ପରେ ଗତ ୯ ତାରିଖରେ ବ୍ରହ୍ମପୁର ଫେରି ନିଜ ଘରେ ସଙ୍ଗରୋଧରେ ରହୁଥିଲେ। ଗୁରୁବାର ସକାଳେ ହାର୍ଦ୍ଦିିକ ନିଜ ବେଡ଼ ରୁମ୍ ଫ୍ୟାନରେ ଝୁଲୁଥିବା ପ୍ରଥମେ ତାଙ୍କ ମା’ ଦେଖିବାକୁ ପାଇଥିଲେ। ପରେ ବଜାରକୁ ଯାଇଥିବା ତାଙ୍କ ସ୍ବାମୀଙ୍କୁ ଖବର କରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ପୁଅ ବଞ୍ଚିଥିବା ଭାବି ବେଡ଼ଶିଟ କାଟି ତଳକୁ ଓହ୍ଲାଇ ଖଟରେ ଶୁଆଇ ଦେଇଥିଲେ। ପରେ ପୋଲିସକୁ ବାପା ଶାଶ୍ୱତ ଘଟଣା ସମ୍ପର୍କରେ ଜଣାଇଥିଲେ।

ଯୋଗାଣ ସହାୟକଙ୍କୁ ଆକ୍ରମଣ, ଜଣେ ଗିରଫ
ଭଞ୍ଜନଗର,୧୨।୪(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ବ୍ଲକ ତାରସିଂ ଯୋଗାଣ ସହାୟକ ଚିନ୍ମୟ ନାୟକଙ୍କୁ ଶନିବାର ବାରଦଣ୍ଡାର ରଞ୍ଜିତ ପ୍ରଧାନ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ନଂ.୬୯।୨୦ରେ...

କରୋନା ଭୟ: ଧାର୍ମିକ ଅନୁଷ୍ଠାନ ଖାଁ ଖାଁ
ଭୁବନେଶ୍ୱର, ୨୧ା୩ (ବ୍ୟୁରୋ): କରୋନା ଭୟରେ ସରକାର ରାଜଧାନୀରେ ଥିବା ଏକାଧିକ ଧାର୍ମିକ ଅନୁଷ୍ଠାନ ଉପରେ ରୋକ ଲଗାଇବାପରେ ଏବେ ସେଠାରେ ବିରଳ ଚିତ୍ର ଦେଖିବାକୁ...

ଚାଲୁନି ପାସେଞ୍ଜର ଟ୍ରେନ୍, ବାଧୁଛି ବସ୍ ଭଡ଼ା
ପୁରୀ ଅଫିସ,୨୧।୨: କୋଭିଡ୍-୧୯ ସ୍ଥିତିରେ ସୁଧାର ଆସିବା ପରଠାରୁ ଦେଶର ବିଭିନ୍ନ ସ୍ଥାନରେ ପାସେଞ୍ଜର ରେଳସେବା ଆରମ୍ଭ ହେଲାଣି। ହେଲେ ଓଡ଼ିଶା ଦେଇ ଚାଲୁଥିବା ପୂର୍ବତଟ...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ
ଛତ୍ରପୁର,୧୯।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।...
ସ୍ପେଶାଲ ସ୍କ୍ବାଡ୍ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍
ଅନୁଗୋଳ ଅଫିସ, ୨୨ା୧୦ ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍ ସିରପ୍କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି...
କାର୍ଯ୍ୟକାରୀ ହେଉନି ଘରୋଇ ସ୍କୁଲ ବସ୍ ପଲିସି-୨୦୧୬: ଘରୋଇ ସ୍କୁଲ, କଲେଜକୁ ଜିଲାପାଳଙ୍କ ନୋଟିସ
ବ୍ରହ୍ମପୁର ଅଫିସ,୧୧ା୧୨-ଗଞ୍ଜାମ ଜିଲାରେ କାର୍ଯ୍ୟକାରୀ ହେଉନି ସ୍କୁଲ ବସ୍ ପଲିସି-୨୦୧୬ ା ଜିଲାର କୌଣସି ଘରୋଇ କଲେଜ ଓ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ...

ପୁରୀକୁ ଆସୁଥିବା ଭକ୍ତ ଆମ ଅତିଥି: ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ, ୨୮।୬: ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି।...

ବନ୍ଧୁଙ୍କ ସ୍ତ୍ରୀଙ୍କୁ ବଳାତ୍କାର
ବାଲିକୁଦା,୧୨ା୭(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ରବିବାର ପୁରୀ ଜିଲା ଚନ୍ଦ୍ରଭାଗା ଥାନା ଅନ୍ତର୍ଗତ ରାମଚଣ୍ଡୀଠାରେ ବଳାତ୍କାର କରାଯାଇଛି। ଗାଈ ମୃତ୍ୟୁ...