ଘରେ ବସି ଟିକସ ଦେଇପାରିବେ ଘର ମାଲିକ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍‌ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍‌ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ସୋମବାର ଲୋକସେବା ଭବନର କନ୍‌ଭେନ୍‌ଶନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ଟିକସ ମଡ୍ୟୁଲ ଏବଂ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌(ଏମ୍‌ପିଏଲ୍‌)ର ଶୁଭାରମ୍ଭ କରିଛନ୍ତି।
ଏହି ଅନ୍‌ଲାଇନ ଟିକସ ପଇଠ ବ୍ୟବସ୍ଥା ଦ୍ୱାରା ୧୧୪ ସହରାଞ୍ଚଳର ପ୍ରାୟ ୭୦ ଲକ୍ଷ ଟିକସଦାତା କୌଣସି କାର୍ଯ୍ୟାଳୟକୁ ନ ଯାଇ ଟିକସ ପଇଠ କରିପାରିବେ। ୧୧୩ ସହରାଞ୍ଚଳର ହୋଲ୍‌ଡିଂ ଟିକସଦାତା ନିଜର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଓ୍ବେବସାଇଟ www.ulbodisha.gov.in ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଟିକସଦାତା https://citizenservices.bhubaneswar.me ମାଧ୍ୟମରେ ଟିକସ ପଇଠ କରିପାରିବେ। ଟିକସ ପଇଠ ହେବା ପରେ ତୁରନ୍ତ ଟିକସଦାତାଙ୍କୁ ମେଲ/ମେସେଜ ଜରିଆରେ ରସିଦ ମିଳିଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସହରାଞ୍ଚଳର ଟିକସ ଅଦାୟ ଅଫିସରମାନେ ଏମ୍‌ପିଏଲରେ ସାମିଲ ହେବେ। ଅଧିକ ଟିକସ ଆଦାୟ କରିଥିବା ୫ଜଣ ଅଧିକାରୀଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ। ଟିକସ ଆଦାୟ ଦକ୍ଷତା, ବକେୟା ଆଦାୟ, ନୂତନ ଗୃହଗୁଡିକୁ ଟିକସ ପରିସରଭୁକ୍ତ କରିବା, ପୁନଃ ଟିକସ ନିର୍ଦ୍ଧାରଣ କରିବା, ଟିକସ ଆଦାୟରେ ବୈଷୟିକ ବ୍ୟବସ୍ଥାକୁ ଗ୍ରହଣ କରିବା ଆଦି ବିଷୟକୁ ଆଧାର କରି ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବ। ଏହାଛଡା ପ୍ରତ୍ୟେକ ସହରାଞ୍ଚଳର ୩ଜଣ ଟିକସ ଆଦାୟ ଅଧିକାରୀ କିମ୍ବା ସର୍ବାଧିକ ଟିକସ ଆଦାୟ କରିଥିବା ୧୦ ପ୍ରତିଶତ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ବ୍ୟବସ୍ଥା ହୋଇଛି। ଅଧିକ ଟିକସ ଆଦାୟ କରିଥିବା ପୌରସଂସ୍ଥାକୁ ପୁରସ୍କୃତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ପୌରସଂସ୍ଥାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ସେଗୁଡିକ ହେଲା ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ୪ଟି ମ୍ୟୁନିସିପାଲିଟି ପୁରୀ, ବାଲେଶ୍ୱର, ଭଦ୍ରକ ଏବଂ ବାରିପଦା। ଯେଉଁ ପୌରସଂସ୍ଥା ଅଧିକ ସମ୍ବଳ ସଂଗ୍ରହ କରିବେ ତାହା ନଗର ଉନ୍ନୟନ ବିଭାଗ ଦ୍ୱାରା ପୁରସ୍କୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୫-ଟି ଟାର୍ଗେଟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଲୋକଙ୍କ ଦୁଆରେ ସରକାରୀ ସେବା ପହଞ୍ଚାଇବା ହେଉଛି ମୋ ସରକାର ପ୍ରଥମ ଲକ୍ଷ୍ୟ ।
ସହରାଞ୍ଚଳଗୁଡିକରେ ଏମ୍‌ପିଏଲ ପ୍ରତିଯୋଗିତା ଫେବୃୟାରୀ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏ ଚାଲିବ। ଏହାକୁ ତଦାରଖ କରିବାକୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ନିର୍ଦ୍ଦେଶକ (ପୌର ପ୍ରଶାସନ) ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ୧୮ ଜଣିଆ ଆୟୋଜକ କମିଟି ଗଠନ କରାଯାଇଛି। ଏହି କମିଟି ପୌର ସଂସ୍ଥାଗୁଡିକର ରାଜସ୍ବ ଆଦାୟକୁ ତଦାରଖ କରିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ପୌର ସଂସ୍ଥା ଓ ଏହାର ଅଧିକାରୀମାନଙ୍କର ନାମକୁ ପୁରସ୍କାର ପାଇଁ ସୁପାରିସ କରିବ। ୯ଟି ପୌରସଂସ୍ଥା ପାଇଁ ଏମ୍‌ପିଏଲ୍‌ ସିଟି ପ୍ରବନ୍ଧକ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଶ୍ରୀମନ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ କଟକ ପାଇଁ ଲତା ଶର୍ମା, ବ୍ରହ୍ମପୁର ନିମନ୍ତେ ବାସୁଦେବ ପାଣିଗ୍ରାହୀ, ସମ୍ବଲପୁର ପାଇଁ ଅଞ୍ଚଲିନା ପ୍ରଧାନ, ରାଉରକେଲା ପାଇଁ ପ୍ରଣବ କିଶୋର ଦାଶ, ପୁରୀ ପାଇଁ ସରୋଜ ସ୍ବାଇଁ, ବାଲେଶ୍ୱର ନିମନ୍ତେ ବ୍ରଜଗୋପାଳ ମହାପାତ୍ର, ବାରିପଦା ପାଇଁ ରମାକାନ୍ତ ବେହେରା ଏବଂ ଭଦ୍ରକ ନିମନ୍ତେ ଅରବିନ୍ଦ ନାୟକଙ୍କୁ ପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଘରକୁ ବୁଲିବା ପାଇଁ ଆସିଥିଲେ ଭାଣିଜୀ, ସକାଳୁ ମିଳିଲା ଝୁଲନ୍ତା ମୃତଦେହ

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କେବି ଦାଣ୍ଡୁଆ ପଞ୍ଚାୟତ ବଡ଼ପାଳ ସିନ୍ଦୂଆ ପାରି…

ଯୁବକଙ୍କୁ ଥାର୍ଡ ଡିଗ୍ରୀ: ବଦଳିଲେ ବାରଙ୍ଗ IIC: ଜାଣନ୍ତୁ କିଏ ହେଲେ ନୂଆ

ବାରଙ୍ଗ, ୩୧।୫(ଲିଙ୍ଗରାଜ ରାଉତ) : ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ପୋଲିସ ବିଭାଗ ତତ୍କାଳ କାର୍ଯ୍ୟନୁଷ୍ଠାନ ନେଇଛି। ବାରଙ୍ଗ ଥାନାର IIC…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବର୍ଷିଲେ ଅତନୁ, କହିଲେ ଭାଜପା ସରକାର କେବଳ…

ମହାକାଳପଡ଼ା,୩୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ରାଜ୍ୟରେ ୨ ବର୍ଷ ଭାଜପା ସରକାରଙ୍କ ଶାସନ କଳଙ୍କିତ ଇତିହାସ। ମହିଳାମାନଙ୍କ ହକ୍‌ ପାଇଁ ବିଜେଡ଼ିର ପଥପ୍ରାନ୍ତ ସଭାରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ…

କଳା ଅନ୍ଧାରକରି ମାଡ଼ିଆସିଲା କାଳବୈଶାଖୀ : ବିଦ୍ୟୁତ୍ ସେବା ପ୍ରଭାବିତ, ବିଜୁ ପଟ୍ଟନାୟକ ପାର୍କ ୨ ଦିନ ବନ୍ଦ

ଭଞ୍ଜନଗର, ୩୧।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହା ଫଳରେ ବିଭିନ୍ନ ବିଭାଗରେ କ୍ଷତି…

ଅପେରା ନାୟିକା କରାଇବାକୁ କହି ଯୁବତୀଙ୍କୁ ହୋଟେଲ୍‌ ଡାକି ବଳାତ୍କାର: ଭିଡିଓ କରି ବ୍ଲାକମେଲିଂ, ଯାତ୍ରାପାର୍ଟି ମ୍ୟାନେଜର ଗିରଫ

ପଟ୍ଟାମୁଣ୍ଡାଇ, ୩୧ା୫(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାତ୍ରା ପାଟି ନାୟିକା କରାଇ ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କଠାରୁ ଅର୍ଥ…

ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାରେ ବଙ୍ଗଳା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ; ୫ ଅଭିଯୁକ୍ତ ଗିରଫ

ସୋନାରପୁର,୩୧।୫: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଏବଂ ଏମପି ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି।…

କେନ୍ଦ୍ରାପଡ଼ା ସହରରେ ଫୁଟିଲା ଗୁଳି

କେନ୍ଦ୍ରାପଡା, ୩୧ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ସହରସ୍ଥ ରଣପଡା ନିକଟ ଟାଉନ ହାଇସ୍କୁଲ ପଡ଼ିଆ ପାଖରେ ଶନିବାର ସନ୍ଧ୍ୟାରେ ଗୁଳି ଫୁଟିଛି। ଏଥିରେ କାହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri