ଘରେ ବସି ଟିକସ ଦେଇପାରିବେ ଘର ମାଲିକ

ଭୁବନେଶ୍ୱର,୨୧। ୧(ବ୍ୟୁରୋ): ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପତ୍ତି (ହୋଲ୍‌ଡିଂ) ଟିକସ ଦେବାକୁ ଏନ୍‌ଏସି, ମ୍ୟୁନିସିପାଲିଟି କିମ୍ବା ମହାନଗର ନିଗମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ। ଘରେ ବସି ଅନ୍‌ଲାଇନ ଜରିଆରେ ଟିକସ ପଇଠ କରିପାରିବେ। ରାଜ୍ୟର ୧୧୪ ସହରାଞ୍ଚଳରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ସୋମବାର ଲୋକସେବା ଭବନର କନ୍‌ଭେନ୍‌ଶନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପତ୍ତି ଟିକସ ମଡ୍ୟୁଲ ଏବଂ ମ୍ୟୁନିସିପାଲ ପ୍ରିମିୟର ଲିଗ୍‌(ଏମ୍‌ପିଏଲ୍‌)ର ଶୁଭାରମ୍ଭ କରିଛନ୍ତି।
ଏହି ଅନ୍‌ଲାଇନ ଟିକସ ପଇଠ ବ୍ୟବସ୍ଥା ଦ୍ୱାରା ୧୧୪ ସହରାଞ୍ଚଳର ପ୍ରାୟ ୭୦ ଲକ୍ଷ ଟିକସଦାତା କୌଣସି କାର୍ଯ୍ୟାଳୟକୁ ନ ଯାଇ ଟିକସ ପଇଠ କରିପାରିବେ। ୧୧୩ ସହରାଞ୍ଚଳର ହୋଲ୍‌ଡିଂ ଟିକସଦାତା ନିଜର ସ୍ମାର୍ଟଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ଓ୍ବେବସାଇଟ www.ulbodisha.gov.in ଏବଂ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଟିକସଦାତା https://citizenservices.bhubaneswar.me ମାଧ୍ୟମରେ ଟିକସ ପଇଠ କରିପାରିବେ। ଟିକସ ପଇଠ ହେବା ପରେ ତୁରନ୍ତ ଟିକସଦାତାଙ୍କୁ ମେଲ/ମେସେଜ ଜରିଆରେ ରସିଦ ମିଳିଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ସହରାଞ୍ଚଳର ଟିକସ ଅଦାୟ ଅଫିସରମାନେ ଏମ୍‌ପିଏଲରେ ସାମିଲ ହେବେ। ଅଧିକ ଟିକସ ଆଦାୟ କରିଥିବା ୫ଜଣ ଅଧିକାରୀଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ। ଟିକସ ଆଦାୟ ଦକ୍ଷତା, ବକେୟା ଆଦାୟ, ନୂତନ ଗୃହଗୁଡିକୁ ଟିକସ ପରିସରଭୁକ୍ତ କରିବା, ପୁନଃ ଟିକସ ନିର୍ଦ୍ଧାରଣ କରିବା, ଟିକସ ଆଦାୟରେ ବୈଷୟିକ ବ୍ୟବସ୍ଥାକୁ ଗ୍ରହଣ କରିବା ଆଦି ବିଷୟକୁ ଆଧାର କରି ଅଧିକାରୀମାନଙ୍କୁ ପୁରସ୍କୃତ କରାଯିବ। ଏହାଛଡା ପ୍ରତ୍ୟେକ ସହରାଞ୍ଚଳର ୩ଜଣ ଟିକସ ଆଦାୟ ଅଧିକାରୀ କିମ୍ବା ସର୍ବାଧିକ ଟିକସ ଆଦାୟ କରିଥିବା ୧୦ ପ୍ରତିଶତ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବାକୁ ବ୍ୟବସ୍ଥା ହୋଇଛି। ଅଧିକ ଟିକସ ଆଦାୟ କରିଥିବା ପୌରସଂସ୍ଥାକୁ ପୁରସ୍କୃତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ପୌରସଂସ୍ଥାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ସେଗୁଡିକ ହେଲା ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ୪ଟି ମ୍ୟୁନିସିପାଲିଟି ପୁରୀ, ବାଲେଶ୍ୱର, ଭଦ୍ରକ ଏବଂ ବାରିପଦା। ଯେଉଁ ପୌରସଂସ୍ଥା ଅଧିକ ସମ୍ବଳ ସଂଗ୍ରହ କରିବେ ତାହା ନଗର ଉନ୍ନୟନ ବିଭାଗ ଦ୍ୱାରା ପୁରସ୍କୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୫-ଟି ଟାର୍ଗେଟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଲୋକଙ୍କ ଦୁଆରେ ସରକାରୀ ସେବା ପହଞ୍ଚାଇବା ହେଉଛି ମୋ ସରକାର ପ୍ରଥମ ଲକ୍ଷ୍ୟ ।
ସହରାଞ୍ଚଳଗୁଡିକରେ ଏମ୍‌ପିଏଲ ପ୍ରତିଯୋଗିତା ଫେବୃୟାରୀ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ଯାଏ ଚାଲିବ। ଏହାକୁ ତଦାରଖ କରିବାକୁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ନିର୍ଦ୍ଦେଶକ (ପୌର ପ୍ରଶାସନ) ସଂଗ୍ରାମଜିତ ନାୟକଙ୍କ ଅଧ୍ୟକ୍ଷତାରେ ଏକ ୧୮ ଜଣିଆ ଆୟୋଜକ କମିଟି ଗଠନ କରାଯାଇଛି। ଏହି କମିଟି ପୌର ସଂସ୍ଥାଗୁଡିକର ରାଜସ୍ବ ଆଦାୟକୁ ତଦାରଖ କରିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ପୌର ସଂସ୍ଥା ଓ ଏହାର ଅଧିକାରୀମାନଙ୍କର ନାମକୁ ପୁରସ୍କାର ପାଇଁ ସୁପାରିସ କରିବ। ୯ଟି ପୌରସଂସ୍ଥା ପାଇଁ ଏମ୍‌ପିଏଲ୍‌ ସିଟି ପ୍ରବନ୍ଧକ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଶ୍ରୀମନ୍ତ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ କଟକ ପାଇଁ ଲତା ଶର୍ମା, ବ୍ରହ୍ମପୁର ନିମନ୍ତେ ବାସୁଦେବ ପାଣିଗ୍ରାହୀ, ସମ୍ବଲପୁର ପାଇଁ ଅଞ୍ଚଲିନା ପ୍ରଧାନ, ରାଉରକେଲା ପାଇଁ ପ୍ରଣବ କିଶୋର ଦାଶ, ପୁରୀ ପାଇଁ ସରୋଜ ସ୍ବାଇଁ, ବାଲେଶ୍ୱର ନିମନ୍ତେ ବ୍ରଜଗୋପାଳ ମହାପାତ୍ର, ବାରିପଦା ପାଇଁ ରମାକାନ୍ତ ବେହେରା ଏବଂ ଭଦ୍ରକ ନିମନ୍ତେ ଅରବିନ୍ଦ ନାୟକଙ୍କୁ ପ୍ରବନ୍ଧକ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ

ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍‌ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ...

ସୀମାରୁ ନେଇ ସୀମାରେ ଛାଡୁଛି ପୋଲିସ

କଟକ ଅଫିସ,୨୦।୫: ଓଡ଼ିଶା ଦେଇ ରାଜପଥଗୁଡ଼ିକରେ ଚାଲିଚାଲି ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଛି ରାଜ୍ୟ ପୋଲିସ। ଗୋଟିଏ ପଟ ସୀମାରୁ ନେଇ...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

ପ୍ରକଳ୍ପରୁ ମିଳୁନି ପାନୀୟ ଜଳ: ପୋଖରୀ ପାଣି ଭରସା

ଖଣ୍ଡପଡ଼ା/ଭାପୁର,୨୭ା୪(ସ୍ବ.ପ୍ର./ଡି.ଏନ.ଏ.): ଭାପୁର ବ୍ଲକ ବାଇଗୁଣିଆଁ ପଞ୍ଚାୟତ କେଶରସିଂ ନୂଆସାହି ଗ୍ରାମବାସୀଙ୍କ ପାଇଁ ପାନୀୟଜଳ ମୁଖ୍ୟ ସମସ୍ୟା ହୋଇଛି। ପ୍ରକଳ୍ପ ଥିଲେ ବି ସେଥିରୁ ଜଳ ମିଳୁନି।...

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ୯୫ ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି। ଏନେଇ...

ଦନ୍ତାହାତୀର ଜୀବନ ଗଲା

କେନ୍ଦୁଝର,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସୀମା ଅନୁଗୋଳ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ଜୋକପାଣି ଗ୍ରାମ ନିକଟ ସରବେଡ଼ା ଜଙ୍ଗଲରୁ ବନ ବିଭାଗ ଏକ କୋଡ଼ିଏ ବର୍ଷ ବୟସ୍କ...

ବୌଦ୍ଧକୁ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଭେଟି: ଘୋଷଣା କଲେ ୧୧୪ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏଥିସହ ଜିଲାର ସାମଗ୍ରିକ ଉନ୍ନତି ପାଇଁ...

ସ୍ବାଧିନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରୀଛାତ୍ର: ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର,୧୩ା୮(ବ୍ୟୁରୋ)-ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ସ୍କୁଲରେ ସ୍ବାଧିନତା ଦିବସ ପାଳନ ନେଇ ଗୁରୁବାର...

Advertisement
Archives

Model This Week