Posted inଖେଳ

ଘରେ ପହଞ୍ଚି ଖାଦ୍ୟ ଯୋଗାଉଛନ୍ତି କିର୍ଗିଓସ

ସିଡ୍‌ନୀ, ୧୩ା୪ (ଏଏଫ୍‌ପି)-ଅଷ୍ଟ୍ରେଲିଆ ଟେନିସ ଷ୍ଟାର ନିକ୍‌ କିର୍ଗିଓସ ଜଣେ ସ୍ପଷ୍ଟବାଦୀ ଭାବେ ଜଣାଶୁଣା। ଟେନିସ୍‌ କୋର୍ଟରେ ମଧ୍ୟ ଅନେକ ଥର ଝାମେଲା କରି ବିବାଦୀୟ ହୋଇଛନ୍ତି। କିନ୍ତୁ କରୋନା ଭାଇରସ୍‌ ପାଇଁ ଦେଶରେ ଶଟ୍‌ ଡାଉନ୍‌ ଚାଲିଥିବାରୁ ଅନାହାରରେ ଥିବା ଲାକମାନଙ୍କୁ ଖାଦ୍ୟ ଯୋଗାଇଦେବା ଲାଗି ସେ ଅଣ୍ଟା ଭିଡ଼ିଛନ୍ତି। ମେସେଜ ପାଇବା ମାତ୍ରେ ସେ ଏକ ବାକ୍ସରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଘରେ ଦେଇ ଆସୁଛନ୍ତି। ଶଟ୍‌ଡାଉନ୍‌ ଯୋଗୁ ସମଗ୍ର ଅଷ୍ଟ୍ରେଲିଆରେ ଇଣ୍ଡଷ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ବହୁ ଲୋକ କାର୍ଯ୍ୟ ହରାଇବାକୁ ବାଧ୍ୟ ହୋଇଛନ୍ତି। ସେମାନେ ଦୁଃଖ ଓ ବିଷାଦରେ କାଳାତିପାତ କରୁଛନ୍ତି। ବିଶ୍ୱର ୪୦ନମ୍ବର ମାନ୍ୟତାପ୍ରାପ୍ତ କିର୍ଗିଓସ ଇଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଛନ୍ତି। ଦୟାକରି ଭୋକିଲାରେ କେହି ଶୁଅ ନାହିଁ। କୌଣସି ଅସୁବିଧା ଥିଲେ କିଛି ନ ଭାବି ଏକ ମେସେଜ ଜରିଆରେ ମୋତେ ଜଣାଇବା ଲାଗି କୁଣ୍ଠିତ ହୁଅନ୍ତୁ ନାହିଁ ବୋଲି ଏଥିରେ ସେ ଉଲ୍ଲେଖ କରିଛନ୍ତି। ନୁଡୁଲ୍ସ, ପାଉଁରୁଟି କିମ୍ବା କ୍ଷୀର ଆବଶ୍ୟକ କରୁଥିଲେ ମୁଁ ତାହା ଘରେ ତାହାକୁ ପହଁଚାଇଦେବି ବୋଲି ସେ କହିଛନ୍ତି। ତାଙ୍କର ଏହି ପୋଷ୍ଟକୁ ପାଖାପାଖି ୧୦୦,୦୦୦ ଲାଇକ୍‌ ଆସଛି। ନିକ୍‌ଙ୍କ ମା ନର୍ଲେଲା କିର୍ଗିଓସ ଇନଷ୍ଟିଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଟିରେ ଏକ ଟେବୁଲ ଉପରେ ପାଉଁରୁଟି, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଗଦା ହୋଇଥିବାରୁ ଦୃଶ୍ୟ ରହିଛି। ନର୍ଲେଲା ଫଟୋଟିର କ୍ୟାପଶନ ରଖିଛନ୍ତି ’ ଡାଇନିଂ ରୁମ୍‌ ଅର୍‌ ଫୁଡ୍‌ ଡିଷ୍ଟ୍ରିବ୍ୟୁଶନ ସେଣ୍ଟର’।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି...

ଚେଲ୍‌ସି ବିପକ୍ଷ ସୁପର କପ୍‌ ମ୍ୟାଚ୍‌ ଖେଳିପାରିବେ ନାହିଁ ଆଲିସନ

ଲିଭରପୁଲ,୧୦।୮(ଏଏଫ୍‌ପି)- ଲିଭରପୁଲ୍‌ ଗୋଲକିପର ଆଲିସନ ବେକର ବୁଧବାର ଚେଲ୍‌ସି ବିପକ୍ଷ ୟୁଫା ସୁପର କପ୍‌ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ତାଙ୍କ ଗୋଇଠିରେ ଆଘାତ ଲାଗିଛି। ୟୁରୋପ...

ବୋଲରଙ୍କୁ ବ୍ୟାଟ୍‌ରେ ମାରିବାକୁ ଚେଷ୍ଟା କଲେ ଏହି ପାକିସ୍ତାନ କ୍ରିକେଟର୍‌, ଦେଖନ୍ତୁ ଭିଡିଓ…

ତ୍ରିନିଦାଦ୍‌, ୨୬।୮: ପାକିସ୍ତାନ କ୍ରିକେଟ୍‌ ଖେଳାଳି କୌଣସି ଟୁର୍ନାମେଣ୍ଟ କିମ୍ବା ସିରିଜରେ ଖେଳୁଥିବେ ଏବଂ ଏଥିରେ ବିବାଦୀୟ ଘଟଣା ନ ଘଟିବ ଏହା କେବେ ହୋଇପାରିବ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଲମ୍ବା ଡିଆଁ ମାରିଲେ ଅର୍ଶଦୀପ

ନୂଆଦିଲ୍ଲୀ,୧୮।୧୧: ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଲମ୍ବା ଡିଆଁ ମାରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ୨୦୨୨ ବିଶ୍ୱକପ୍‌ରେ ସେ ନିଜ ବୋଲିଂରେ ବେଶ...

ରାହୁଲଙ୍କ ଖେଳ ଭାବନା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସିଡନୀ,୧।୧୨: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଆହତ କାରଣରୁ ଭାରତ ବିପକ୍ଷ ୩ଟି ଟି-୨୦ ମ୍ୟାଚରୁ ବାଦ ପଡିଛନ୍ତି। ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ...

ପୁଣି ଶତକ କଲେ ମୟଙ୍କ

ପୁଣେ, ୧୦।୧୦: ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ...

ଆଇପିଏଲ୍‌ ପୂର୍ବରୁ ତରଭୁଜ-ଅମୃତଭଣ୍ଡା ଚାଷ ଶିଖୁଛନ୍ତି ଧୋନୀ

ନୂଆଦିଲ୍ଲୀ,୨୭।୨: ଆଗକୁ ଆସୁଛି ଆଇପିଏଲ୍‌-୨୦୨୦। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତରଭୁଜ ଏବଂ ଅମୃତ ଭଣ୍ଡା ଚାଷ...

ମୋହନ ବାଗାନ ଜିତିଲା ଡୁରାଣ୍ଡ କପ୍‌

କୋଲକାତା, ୪।୯ (ପି.ଟି.): ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୧୩୨ତମ ସଂସ୍କରଣରେ ବାଜି ମାରିଛି ମୋହନ ବାଗାନ ସୁପର ଜାଏଣ୍ଟ। ରବିବାର ଅନୁଷ୍ଠିତ ଫାଇନାଲରେ ମୋହନ...

Advertisement
Archives

Model This Week