Advertisement

ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍‌ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ ଏବେ ଚୋରି ଡକାୟତି ବୃଦ୍ଧି ପାଇଛି। ଏଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ ଉକ୍ତ ଥାନା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମରେ ଘଟିଛି। ଘରେ ଦୁଇଜଣ ମହିଳା ଥିବା ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ପଛପାଖ କାନ୍ଥ ଭାଙ୍ଗି ଘରେ ପଶି ମହିଳାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିବା ସହ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏନେଇ ଶାଶୁ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଅଭିଯୋଗ କରିଛନ୍ତି। ଲୁଟ୍‌ ସମୟରେ ଶାଶୁବୋହୂ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଛନ୍ତି। ମୋବାଇଲକୁ ନେଇ ଦାରିଙ୍ଗବାଡ଼ି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଯେ, ଶାଶୁ ଏବଂ ବୋହୂ ଦୁହେଁ ରବିବାର ସିମନବାଡ଼ିର ଏକ କିଓସ୍କୋ ବ୍ୟାଙ୍କରୁ ୮୦ହଜାର ଟଙ୍କା ଉଠାଇ ନିଜ ଗ୍ରାମକୁ ଯାଇଥିଲେ। ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଘରେ ପଶି ଏହି ଲୁଟ୍‌ କରିବା ସହ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଥିରେ ବୋହୂ ସିଲା ଦିଗାଲଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି। ଏନେଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକ ମଧ୍ୟରେ ଓଭରବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ କର

ବ୍ରହ୍ମପୁର ଅଫିସ,୧୬ା୧୦-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରେଲୱେ ଓଭରବ୍ରିଜ ଅସମ୍ପୂର୍ଣ୍ଣ ରହିଛି। ଫଳରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ...

ଧାନ ମଣ୍ଡିରେ ଅବ୍ୟବସ୍ଥା: ଚାଷୀଙ୍କ ରାସ୍ତାରୋକୋ

ଚନ୍ଦାହାଣ୍ଡି,୨୭।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ସୋମବାର ଚାଷୀ ଉମରକୋଟ ମାଲଗାଁ ରାଜ୍ୟ ରାଜପଥରେ ଧାନବସ୍ତା ରଖି ଧାରଣା ଦେଇଛନ୍ତି।...

ସର୍ବଭାରତୀୟ ସ୍ତରରେ ଗୌରବ ଆଣିଲେ ବରଗଡ଼ ଝିଅ

ବରଗଡ଼ ଅଫିସ, ୨୮।୧୦: ବରଗଡ଼ର ଝିଅ ନବ୍ୟା ନବେଲି ଆଚାର୍ଯ୍ୟ ମୁମ୍ବାଇସ୍ଥିତ ଭାବା ଏଟମିକ ରିସର୍ଚ୍ଚ ପରିସରରେ ଚାଲିଥିବା ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ...

ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍‌ ଗ୍ରହଣ...

ଚୋରାଚାଲାଣ ବେଳେ ଧାନ ବୋଝେଇ ମିନିଟ୍ରକ୍‌ ଜବତ

ଖଣ୍ଡପଡା,୨୧ା୧୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ ବୋଦସା ଗ୍ରାମରୁ ଶୁକ୍ରବାର ଏକ ମିନିଟ୍ରକ୍‌ ଯୋଗେ ଧାନ ଚୋରାଚାଲାଣ ହେଉଥିବାବେଳେ ନୟାଗଡ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧରାପଡିଛି...

ପାଇପ୍‌ଲାଇନ୍‌ ପାଇଁ ଗଛ ବଳି

କେନ୍ଦୁଝର,୫।୬: କେନ୍ଦୁଝର ଜିଲାରେ ଖଣିଖାଦାନ ଯୋଗୁ ଜଙ୍ଗଲ ନଷ୍ଟ ହୋଇଛି। ବନ୍ଧ, କେନାଲ, ଖଣି, କାରଖାନା ନିର୍ମାଣ ତଥା ରାସ୍ତା ସମ୍ପ୍ରସାରଣ ପାଇଁ ଗଛ କଟା ଚାଲିଛି।...

ଅବଧି ସରିଲା, ସରିଲାନି ରାସ୍ତା କାମ

ବାରିପଦା ଅଫିସ,୨୬।୬: ଅବଧି ସରିବାର ୯ ମାସ ବିତିଲାଣି ହେଲେ ରାସ୍ତା କାମ ସରୁନି। ଠିକାଦାର କାମ ଛାଡ଼ି ଚାଲି ଯାଇ ଥିବାରୁ ଏହା ଅଧାପନ୍ତରିଆ...

‘କରୋନା’ ବଢ଼ାଇଛି ଟମାଟୋ ଚାଷୀଙ୍କ ଦୁଃଖ

ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍‌ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ...

Advertisement
Archives

Model This Week