ଘରେ ପଶି ସଶସ୍ତ୍ର ଡକାୟତି: ୭ ଲକ୍ଷର ସମ୍ପତ୍ତି, ନଗଦ ୨.୮୫ ଲକ୍ଷ ଲୁଟ୍‌

ରଣପୁର,୩୦ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାର ପାଇକସାହି ମଣିନାଗ ବାଇପାସ୍‌ ରାସ୍ତାରେ ଥିବା ସତ୍ୟନାରାୟଣ ସାହୁଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ୧୨୦ଗ୍ରାମ ସୁନା ଓ ୭୦୦ଗ୍ରାମ ରୁପା ଅଳଙ୍କାର ସହିତ ନଗଦ ୨ଲକ୍ଷ ୮୫ ହଜାର ଟଙ୍କା ଲୁଟିନେଇଛନ୍ତି। ଲୁଟ୍‌ ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ସତ୍ୟନାରାୟଣ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ସନ୍ଦେହରେ ସେହି ସାହିର ଜଣେ କାଠ ମିସ୍ତ୍ରିଙ୍କୁ ଥାନାରେ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ୭ରୁ ୮ଜଣ ସଶସ୍ତ୍ର ଡକାୟତ ସତ୍ୟ ନାରାୟଣଙ୍କ ବାରିପଟ ପାଚେରି ଡେଇଁ ଗ୍ରୀଲ ଭାଙ୍ଗି ଘରେ ପଶିଥିଲେ। ତାଙ୍କ ପରିବାର ଲୋକେ ନିଦ୍ରାରେ ଥିବାବେଳେ ସେହି ଘରେ ଥିବା ଗଡ୍‌ରେଜ ଆଲମିରା ଭାଙ୍ଗି ସେମାନେ ନଗଦ ୨ ଲକ୍ଷ ୮୫ ହଜାର ଟଙ୍କା, ସୁନା ଓ ରୁପା ଅଳଙ୍କାର ସହିତ ଘରକରଣା ଜିନିଷ ଲୁଟିନେଇଥିଲେ। ଶୋଇଥିବା ଘର ବାହାରପଟୁ ଶିକୁଳି ଦେଇଦେଇଥିଲେ। ପରେ ସେମାନେ ତାଙ୍କ ମା’ଙ୍କ ଘରେ ପଶି ଆଟାଚ୍‌ ଓ ଟ୍ରଙ୍କରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟିନେଇ ଫେରାର ହୋଇଯାଇଥିଲେ। ଏ ନେଇ ସତ୍ୟନାରାୟଣ ଥାନାରେ ଅଭିଯୋଗ କରିବା ପରେ ସକାଳୁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ପାଇଁ ତାଙ୍କ ଘରେ ପହଞ୍ଚତ୍ଥିଲେ। ହେଲେ ଡକାୟତି ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ଅଭିଯୋଗ କ୍ରମେ ଥାନାରେ ୩୧/୨୦ରେ ମାମଲା ରୁଜୁ କରାଯାଇଛି।
ରଣପୁର ଥାନା ଅଞ୍ଚଳରେ ଚୋରି ଘଟଣା ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି। ଗତ ତା୩୧ା୧୦ା୧୯ରିଖରେ ବ୍ଲକ କାର୍ଯ୍ୟାଳୟ ରାସ୍ତାରେ ଥିବା ରାଜକିଶୋର ଦାଶଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଲୁଟେରାମାନେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଫଳ ଶୂନ। ସେହିପରି ଆରଡା ଗ୍ରାମର ମଦନ ମୋହନ ମହାପାତ୍ର, ନରସିଂହପୁରର ସନାତନ ନାୟକ, ରଘୁନାଥପୁର (ନୂଆଗଁା) ଗ୍ରାମର ବିନ ବିଶ୍ୱାଳଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଲୁଟ୍‌ ହୋଇଥିବାବେଳେ ପୋଲିସ ଏ ଯାଏ ଲୁଟେରାଙ୍କ ଟେର୍‌ ପାଇନାହିଁ। ପୋଲିସ ଦ୍ୱାରା ରାତ୍ର ପାଟ୍ରୋଲିଂ କରାଯାଉ ନ ଥିବାରୁ ଦିନକୁ ଦିନ ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା କୁହାଯାଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ,୧୦ା୧୧: ଜଗତ୍‌ସିଂହପୁର ଥାନା ଅଧୀନ ସିଙ୍ଘାରପୁର ନବାପାଟଣା ଗ୍ରାମର ରାଜୁ ଓରଫ ରାଜେଶ ଗୋଚ୍ଛାୟତ(୩୦)ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ଅଭିଯୋଗକୁ...

କଳାହାଣ୍ଡିରେ ବିରଳ ପ୍ରଜାତିର ବାଦୁଡି

ଜୁନାଗଡ,୨୧।୧୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମେରିଆବନ୍ଧଲି ପଞ୍ଚାୟତ ଡୁମେରବାହାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ବିରଳ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଛି। ସାଧାରଣତଃ ବାଦୁଡିର ରଙ୍ଗ...

କନ୍ଧମାଳରେ ଦୁର୍ବଳ ହେଉଛନ୍ତି ମାଓବାଦୀ: ଡିଜିପି

ଫୁଲବାଣୀ ଅଫିସ, ୨୪ା୭- କନ୍ଧମାଳ ଜିଲାରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗତ କିଛି ସପ୍ତାହ ହେବ ଗୁଳି ବିନିମୟ ଜାରି ରହିଛି। ପୂର୍ବରୁ ୫ ମାଓବାଦୀଙ୍କ ମୃତ୍ୟୁପରେ...

ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ନୂଆ ଯୁକ୍ତି:‘ମିଶ୍ରଣ ନିଷ୍ପତ୍ତି କେନ୍ଦ୍ରର’

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ କୌଣସି ସ୍କୁଲ ବନ୍ଦ କରାଯାଉନାହିଁ। ଏହାକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଉଛି। ଏହି ମିଶ୍ରଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ର...

ମା’ବାପ୍‌ ଛେଉଁଡ୍‌ ତୁଷାରକୁଁ ଉଧାର କଲା ପରଶାସନ

  ଭବାନୀପାଟଣା, ୬ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ବାରିକପଡ଼ାର ମା’ବାପ୍‌ ଛେଉଁଡ୍‌ ତୁଷାର ବାରିକ(୧୧)କୁଁ ସାହାଯ୍‌ର ହାତ୍‌ ବଢ଼େଇଛେ ଜିଲା...

ବୈତରଣୀ ନଦୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ପାଟଣା,୨୭।୫(ସ୍ବ.ପ୍ର.): ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲାରେ ପ୍ରବଳ ବୃଷ୍ଟିପାତ ହୋଇଛି। ଫଳରେ ବୈତରଣୀ ନଦୀ ଓ ତାର ଶାଖା ନଦୀଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି।...

ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି

ଝୁମ୍ପୁରୀ,୫।୬(ଡି.ଏନ୍‌.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ...

ଆଜି ‘ବିଗ୍‌ ବି’ଙ୍କ ଜନ୍ମଦିନ: ବାଲୁକାକଳାରେ ସୁଦର୍ଶନ ଜଣାଇଲେ ଶୁଭେଚ୍ଛା

ପୁରୀ ଅଫିସ,୧୧।୧୦: ଶୁକ୍ରବାର ମହାନାୟକ ତଥା ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମଦିନ। ଏହି ଅବସରରେ ବାଲୁକାକଳାରେ ବିଗ୍‌ ବିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି...

Advertisement
Archives

Model This Week