ଘରେ ପଶିଲା ଡ୍ରେନ୍‌ ପାଣି,ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ, ୨୧ା୩- ଗୁରୁବାର ରାତିରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ୨୭ନଂ. ୱାର୍ଡ଼ ତୁଳସୀଚଉରା ଅଞ୍ଚଳରେ ବସବାସ କରୁଥିବା ବିଭିିନ୍ନ ବ୍ୟକ୍ତିଙ୍କ ଘରେ ଡ୍ରେନ ପାଣି ପଶି ଯାଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସକାଳେ ୭ଟାରେ ଅଞ୍ଚଳବାସୀ ତୁଳସୀଚଉରା ଛକଠାରେ ରାସ୍ତାରୋକେ କରିଥିଲେ। ଅଭିଯୋଗ ଅନୁଯାୟୀ ଅଞ୍ଚଳ ଦେଇ ଯାଇଥିବା ଡ୍ରେନ୍‌କୁ ପୌରପିଷଦ ସଫା କରୁ ନ ଥିବାରୁ ଏଭଳି ସୁବିଧା ହେଉଛି। ସେହିଭଳି ନୂତନ ଡ୍ରେନ୍‌ ନିର୍ମାଣ ପାଇଁ ଦାବି କରାଯାଉ ଥିଲେ ମଧ୍ୟ ଡ୍ରେନ୍‌ କାମ ହେଉ ନାହିଁ। ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ ଲୋକମାନଙ୍କ ଘରେ ପାଣି ପଶି ଯାଇଥିଲା। ଏପରିକି କିଛିଲୋକ ଘରେ ପାଣି ପଶି ଯାଇଥିବାରୁ ସେମାନେ ରୋଷେଇ କରି ପାରି ନ ଥିବା ପ୍ରକାଶ କହିଛନ୍ତି। ଶୁକ୍ରବାର ତୁଳସୀଚଉରାଠାରୁ ତକତପୁରକୁ ଯାଇଥିବା ରାସ୍ତାକୁ ଅବରୋଧ କରାଯିବା ଫଳରେ ଉକ୍ତ ରାସ୍ତାରେ ଯାନବହାନ ଚଳାଚଳ ଠପ୍‌ ହୋଇ ପଡ଼ିଥିଲା। ଖବର ପାଇ ଟାଉନ ପୋଲିସ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଆସି ଲୋକଙ୍କୁ ବୁଝାସୁଝା କରିବା ସହିତ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ସକାଳ ୯ଟ ୩୦ରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଅଞ୍ଚଳବାସୀ ପୁନର୍ବାର ରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଶାନ୍ତନୁ ନାୟକ ନାଳକୁ ସଫା କରି ଡ୍ରେନ୍‌ କାମ ଆରମ୍ଭ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?